ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ ପକାଇ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିଲା।  ବଳରାମଙ୍କ ମା ନିବାସିନି ପ୍ରଧାନ ଏନେଇ ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୧୩୧/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା – ୧୨୬(୨)/୧୧୮(୨)/୧୦୯(୧)/୨୯୬/୧୧୫(୨)/୩୫୧(୩) ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ପୋଲିସ ଅଧିକାରୀ ଆଇଆଇସି ଘଟଣାରେ ସମ୍ପୃକ୍ତ ସେହି ଗ୍ରାମର  ଗନ୍ଧି ଓରଫ ଅନନ୍ତରାମ ଦଳାଇଙ୍କ ଠାରୁ ହତ୍ୟା ଉଦ୍ୟମରେ ବ୍ୟବହୃତ କାତିକୁ ଜବତ କରି ତାଙ୍କୁ ଥାନାକୁ ଉଠାଇ ଆଣି ତଦନ୍ତ ଚଳାଇଥିଲେ।

ଶନିବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗ୍ରାମର ଜଣେ ଯୁବତୀଙ୍କ ସହ ବିବାହ ପୂର୍ବରୁ ଗନ୍ଧିଙ୍କ ପ୍ରେମ ସମ୍ପର୍କ ରହିଥିଲା। ଯୁବତୀ ଜଣକ ଗ୍ରାମର ଅନ୍ୟଜଣେ ଯୁବକଙ୍କୁ ବିବାହ କରିଥିଲେ। ବିବାହିତ ମହିଳାଙ୍କ ସ୍ବାମୀ ଅନ୍ୟ ରାଜ୍ୟରେ କାମ କରୁଥିବା ବେଳେ ସେ ଘରେ ଅନୁପସ୍ଥିତ ରହୁଥିବାରୁ ମହିଳାଙ୍କ ସହ ଗନ୍ଧିଙ୍କ ପୂର୍ବଭଳି ସମ୍ପର୍କ ରହିଥିଲା। ସେ ତାଙ୍କ ଘରକୁ ନିୟମିତ ବ୍ୟବଧାନରେ ଯା ଆସ କରୁଥିଲେ। ଯୁବତୀଙ୍କ ଭାଇ ସହ ଗ୍ରାମର ବଳରାମଙ୍କ ନିବିଡ଼ ସମ୍ପର୍କ ରହିଥିବାରୁ ସେ ତାଙ୍କ ଘରକୁ ସବୁବେଳେ ଯାଉଥିଲେ । ଗନ୍ଧିଙ୍କ ସହ ସାଙ୍ଗର ଭଉଣୀ ଅନୈତିକ ସମ୍ପର୍କ ରଖିଥିବା ବଳରାମ ଜାଣିବା ପରେ ସେ ତାଙ୍କ ସାଙ୍ଗ ଏବଂ  ମହିଳାଙ୍କ ସ୍ବାମୀଙ୍କୁ ଜଣାଇ ଦେଇଥିଲେ। ମହିଳା ଜଣକ ଏନେଇ ଗନ୍ଧିଙ୍କୁ ଜଣାଇଥିଲେ ଏବଂ ତାଙ୍କ ସହ ଆଉ କୌଣସି ସମ୍ପର୍କ ନ ରଖିବାକୁ ଅନୁରୋଧ କରିଥିଲେ। ପୂର୍ବରୁ ଏନେଇ ଗନ୍ଧି ଓ ବଳରାମଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ଝଗଡା ହୋଇଥିଲା। ବଳରାମଙ୍କ ଯୋଗୁଁ ହିଁ ମହିଳା ଜଣକ ତାଙ୍କ ସହ ସମ୍ପର୍କ ତୁଟାଇ ଦେଇଥିବା ସନ୍ଦେହ ଗନ୍ଧିଙ୍କ ମୁଣ୍ଡ ମୁଣ୍ଡରେ ବସା ବାନ୍ଧିଥିଲା । ଶୁକ୍ରବାର ସନ୍ଧ୍ୟାରେ ବଳରାମ ଗାଁର ଦଣ୍ଡ ପୋଖରୀରେ ଗାଧୋଇ ଘରକୁ ଫେରୁଥିବା ବେଳେ ଗନ୍ଧି ତାଙ୍କ ଘର ସମ୍ମୁଖରେ  ଅଟକାଇ ଗାଳି କରିଥିଲେ।ପ୍ରତିବାଦ କରିବାରୁ ସେ ହାତରେ ଧରିଥିବା କାତି ରେ ତାଙ୍କ ବେକକୁ ଚୋଟ ପକାଇବାରୁ ବଳରାମ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ଖବର ପାଇ ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ବଳରାମଙ୍କୁ ନିକଟସ୍ଥ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ଗ୍ରାମରେ ଦୁଇ ପରିବାର ମଧ୍ୟରେ ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗିରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?