ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ ଏକ ଚେକ୍‌ ଡ୍ୟାମ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଶନିବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଆନ୍ଦୋଳନରେ ପତ୍ରାପାଲି ଗ୍ରାମର ଚାଷୀ ବିଷ୍ଣୁ ଶଗଡ଼ିଆ, ଭଗତରାମ ଶଗଡ଼ିଆ, ହଜାରୁ ଶଗଡ଼ିଆ, ରୂପଧର ଶଗଡ଼ିଆ, ଭଗବାନ ଶଗଡ଼ିଆ, ହେମସାଗର ଶଗଡ଼ିଆ, ଅନ୍ତ୍ରୁ ଶଗଡ଼ିଆ, ବିଘ୍ନୁ ଶଗଡ଼ିଆ, ଗୌର ଶଗଡ଼ିଆ, ରାଜକୁମାର ଶଗଡ଼ିଆ ଏବଂ ମେନକାମୁଣ୍ଡା ଗ୍ରାମର ଡମ୍ବରୁଧର ଛତ୍ରିଆ, ବିରଞ୍ଚି ସାହୁ, ରାମ ସାହୁ, କୈଳାଶ ସାହୁ ପ୍ରମୁଖ ସାମିଲ ଥିଲେ। ଏପରିକି ତାଙ୍କ ସହ ନିରାଶ ଶଗଡ଼ିଆ, ହିରା ଶଗଡ଼ିଆ, ପତି ଶଗଡ଼ିଆ, ରୁକ୍ମଣୀ ଶଗଡ଼ିଆ, ରତ୍ନି ଶଗଡ଼ିଆ ଆଦି ମହିଳା ମଧ୍ୟ ସାମିଲ ଥିଲେ l

ସୂଚନା ଯୋଗ୍ୟ, ୩ ମାସ ହେବ କ୍ଷୁଦ୍ର ଜଳ ସେଚନ ବିଭାଗ ଦ୍ୱାରା ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟରେ ପତ୍ରାପାଲି ନିକଟ ଅଙ୍ଗ ନଦୀ ଶଗଡ଼ିଆ ଘାଟରେ ଏକ ଚେକ ଡ୍ୟାମ ନିର୍ମାଣ କରାଯାଉଛି l ସରକାରୀ ନିୟମ ଅନୁସାରେ କାର୍ଯ୍ୟସ୍ଥଳରେ ସୂଚନା ଫଳକ ରହିବା କଥା l ହେଲେ ସେଠାରେ କୌଣସି ପ୍ରକାର ସୂଚନା ଫଳକ ନାହିଁ l କାର୍ଯ୍ୟଟି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଚେକ୍‌ ଡ୍ୟାମ ଯେଉଁ ଶଗଡ଼ିଆ ଘାଟରେ ନିର୍ମାଣ ଚାଲିଛି ସେହି ରାସ୍ତା ଦେଇ ଉକ୍ତ ଦୁଇ ଗ୍ରାମର ଚାଷୀମାନେ ନିଜନିଜ ଜମିକୁ ଯିବା ଆସିବା କରୁଥିଲେ। ସେଠାରେ ଏକ ରାସ୍ତା ନିର୍ମାଣ କରିବାକମୁ ଚେକ୍‌ ଡ୍ୟାମ ଭୂମି ପୂଜନ ଦିନ ସମ୍ପୃକ୍ତ ଚାଷୀମାନେ ବିଭାଗୀୟ କର୍ମଚାରୀ ଏବଂ କାମ କରୁଥିବା ଠିକାଦାରଙ୍କୁ ଅନୁରୋଧ କରିଥିଲେ।

ସେତିବିବେଳେ କାଳେ ଚାଷୀମାନେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେବେ ଚିନ୍ତା କରି ରାସ୍ତା ନିମାଣ କରାଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ l ହେଲେ ଏବେ କାମ ସରିବାକୁ ବସିବା ବେଳକୁ ଚାଷୀମାନେ ରାସ୍ତା ନିର୍ମାଣ ପାଇଁ କହିଲେ ରାସ୍ତା ହୋଇ ପାରିବ ନାହିଁ ବୋଲି କୁହାଯାଉଛି।

ଫଳରେ ଚାଷୀମାନେ ପ୍ରାୟ ୪୦ ଏକର ଜମିରେ ଚାଷ କରିବାକୁ ବଞ୍ଚିତ ହେବେ। ଆବଶ୍ୟକ ସ୍ଥଳେ ଚେକ୍‌ ଡ୍ୟାମ ନିର୍ମାଣ ନ କରି ଚେକ ଡ୍ୟାମର ଆଗକୁ ଏବଂ ପଛକୁ ଦୁଇ ଗୋଟି ଚେକ ଡ୍ୟାମ ରହିଥିଲେ ମଧ୍ୟ କେଉଁ ସ୍ବାର୍ଥରେ ସେଠାରେ ଆଉ ଏକ ଚେକ୍‌ ଡ୍ୟାମ ନିର୍ମାଣ କରାଯାଉଛି ବୋଲି ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି।

ଏପରିକି ନିର୍ମାଣ କାମ ମଧ୍ୟ ଠିକ ନ ଥିବାବେଳେ ଠିକାଦାର ରାତିରେ କାମ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି l ଏନେଇ କନିଷ୍ଠ ଯନ୍ତ୍ରୀ ନୁଏଲ ମୁଣ୍ଡା ଏବଂ ଏଇଇ ଏମ୍‌ଡି ମହକିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ରିସିଭ କରୁ ନ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ l ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଘଟଣାର ତଦନ୍ତ କରିବା ସହ କାମର ମାନ ଯାଞ୍ଚ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?