ଜଳନ୍ଧର ନାଏକ ହେଲେ କଳାହାଣ୍ଡି ଜିଲା କଂଗ୍ରେସ ସଭାପତି

ଭବାନୀପାଟଣା,୧।୭(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ଜଳନ୍ଧର ନାଏକଙ୍କୁ ସୋମବାର ପିସିସି ସଭାପତି ଭକ୍ତ ଚରଣ ଦାସ ମନୋନୀତ କରିଛନ୍ତି। ଜିଲା ସଭାପତି ନାଏକ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଜିଲା ଯୁବ କଂଗ୍ରେସ ସଭାପତି, ଥୁଆମୂଳ ରାମପୁର ବ୍ଳକ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ସୂଚାରୁରୂପେ ତୁଲାଇ ଥିଲେ। ଜିଲା ସଭାପତି ଭାବେ ମନୋନୀତ ହେବା ପରେ ଭବାନୀପାଟଣା ସ୍ଥିତ ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲା ସଭାପତି ନାଏକ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସମ୍ବର୍ଦ୍ଧନା ସଭାରେ ଜିଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହେବ, ରାଜ୍ୟ ସାଧାରଣ ସମ୍ପାଦିକା ମନ୍ଦାକିନୀ ବାଣୁଆ,ଜିଲା ଉପ ସଭାପତି ପ୍ରୀତମ ବେହେରା, ଭବାନୀପାଟଣା ସଦର ବ୍ଲକ ସଭାପତି ସୁବାଷ ପ୍ରଧାନ, ବ୍ରଜ ସାହୁ, ନିମା ଞ୍ଚଳ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ସଂଘଠନକୁ ମଜବୁଥ କରିବା ସହ ରାଜ୍ୟ ଓ କେନ୍ଦ୍ର ଶାସନଧୀନ ଭାଜପା ସରକାର ର ସମସ୍ତ ଅବହେଳା କୁ ଲୋକ ଲୋଚନକୁ ଆଣିବା ପାଇଁ ଚେଷ୍ଟା ଜାରି ରହିବ ବୋଲି ଜିଲା ସଭାପତି ନାଏକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri