‘ଆଦାନୀଙ୍କ ଇଚ୍ଛା ଅନୁସାରେ ଘୁଞ୍ଚିଲା ରଥଟଣା’

ଭୁବନେଶ୍ୱର,୨୮ା୬(ସୁନିତ୍‌ ମିଶ୍ର): ଚଳିତ ବର୍ଷ ତ୍ରୁଟି ଶୂନ୍ୟ ଓ ସ୍ମରଣୀୟ ରଥଯାତ୍ରା ହେବ ଏବଂ ଏକ ଦିବ୍ୟ ଅନୁଭୂତି ନେଇ ଭକ୍ତମାନେ ଫେରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ କିନ୍ତୁ ଅବ୍ୟବସ୍ଥିତ ଓ ମହାବିଭ୍ରାଟରେ ରଥଯାତ୍ରା ସମ୍ପନ୍ନ ହେଲା। ଦୋଷ ଏବଂ ତ୍ରୁଟି ଲୁଚାଇବାକୁ ସରକାର କହୁଛନ୍ତି ସବୁ କିଛି ଜଗନ୍ନାଥଙ୍କ ଇଚ୍ଛା ଅନୁସାରେ ହେଲା। ସବୁ ଜଗନ୍ନାଥଙ୍କ ଇଚ୍ଛା ନା ଆଦାମୀଙ୍କ ଇଚ୍ଛା ଅନୁସାରେ ହେଲା ବୋଲି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଶଙ୍ଖ ଭବନ ଠାରେ ଶନିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପ୍ରତାପ ଜେନା କହିଛନ୍ତି, ଯଥା ସମୟରେ ସେବାୟତଙ୍କ ଦ୍ୱାରା ପହଣ୍ଡି ସମ୍ପନ୍ନ ହୋଇଥିଲେ ମଧ୍ୟ ସରକାରଙ୍କ ଅପାରଗତା ଲାଗି ଶରଧା ବାଲିରେ ୩ ରଥ ପହଞ୍ଚିବା ତ ଦୂରର କଥା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରୁ ଘୁଞ୍ଚି ପାରିଲା ନାହିଁ। ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ ମଧ୍ୟ ସରକାରଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି ଦ୍ୱାରା ପ୍ରଥମ ଥର ପାଇଁ ଅତ୍ୟଧିକ ସଂଖ୍ୟାରେ କର୍ଡନ ପାସ୍‌ ବଣ୍ଟନ ରଥଟଣାରେ ବିଭ୍ରାଟ ସୃଷ୍ଟିକଲା। ରଥ ନିକଟରେ ବହୁସଂଖ୍ୟାରେ ଦଳୀୟ ନେତାଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଖବରଦାତମାନଙ୍କୁ ସରକାର ନିମନ୍ତ୍ରଣ କରି ପୋଲିସ୍‌ ଦ୍ୱାରା ମାଡ଼ମାରି ଲହୁଲୁହାଣ କରିବା ରଥଯାତ୍ରା ଇତିହାସରେ ପ୍ରଥମ। ପ୍ରଶାସନ ତୁରନ୍ତ ସ୍ପଷ୍ଟ କରନ୍ତୁ ରଥଯାତ୍ରାରେ କେତେ ସଂଖ୍ୟକ ଭକ୍ତ ମୃତାହତ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri