ବଳଦେବଜୀଉଙ୍କୁ ପ୍ରତ୍ୟହ ଲାଗିହୁଏ ୩୨ ରସାବଳୀ

୨୦୨୩ ଅକ୍ଟୋବର ୨୩ରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ରସାବଳୀକୁ ସ୍ଥାନୀୟ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ଟ୍ୟାଗ୍‌ ମିଳିଛି। ଗବେଷକଙ୍କ ଅନୁସନ୍ଧାନରେ ଅନଙ୍ଗଭୀମଦେବଙ୍କ ସମୟରୁ ଏହା ତୁଳସୀକ୍ଷେତ୍ରର ଭୋଗ ଭାବେ ଶ୍ରୀବଳଦେବଜୀଉଙ୍କୁ ପ୍ରତ୍ୟହ ୩୨ ରସାବଳୀ ଲାଗି କରାଯାଏ। ଗବେଷକ ନିରଞ୍ଜନ ମେକାପ ଓ ଡ. ଅନୀତା ସାବତ କହିଛନ୍ତି, ମହାରାଜା ଅନଙ୍ଗଭୀମଦେବଙ୍କ ସମୟରୁ ତୁଳସୀକ୍ଷେତ୍ରରେ ରସାବଳୀ ନୈବେଦ୍ୟ ଅର୍ପଣ ହୋଇଆସୁଛି। ଏହି ମିଷ୍ଟାନ୍ନର କେନ୍ଦ୍ରାପଡ଼ା ସଂପୃକ୍ତି ସମ୍ପର୍କରେ ଛନ୍ଦପୁରାଣ, ଦାଣ୍ଡି ରାମାୟଣ, ଗଙ୍ଗବଂଶାନୁଚରିତର କେତେକ ଛନ୍ଦ ଓ ଜଣାଣରେ ଅଛି। ଶ୍ରୀଜୀଉଙ୍କ ନିତ୍ୟଭୋଗ ଭାବେ ପରିଚିତ ଏହି ମିଷ୍ଟାନ୍ନର ଉପତ୍ତ୍ତିସ୍ଥଳ କେନ୍ଦ୍ରାପଡ଼ା ବୋଲି ସେମାନେ ଦାବି କରିଛନ୍ତି। ସହରର କେଶପୁର ବଜାରର ବର୍ଷିଆନ ରସାବଳୀ ନିର୍ମାତା ବୈଷ୍ଣବ ପଣ୍ଡା କୁହନ୍ତି, ପୂର୍ବରୁ ଏହା କେବଳ ମନ୍ଦିର ପରିସରରେ ନିର୍ମିତ ହୋଇ ଶ୍ରୀଜୀଉଙ୍କୁ ଲାଗି ହେଉଥିଲା। ଏବେ କେନ୍ଦ୍ରାପଡ଼ା ସହର ସମେତ ରାଜ୍ୟର ବିଭିନ୍ନ ମେଳା ମହୋତ୍ସବରେ ଦେଖିବାକୁ ମିଳୁଛି। ଛେନା, ଘିଅ, କ୍ଷୀର, ଚିନି, ଗୁଜୁରାତି, ଅଳେଇଚ ଆଦିକୁ ନେଇ ପ୍ରସ୍ତୁତ ଏହି ମିଷ୍ଟାନ୍ନର ପ୍ରସ୍ତୁତି ଟିକେ ଜଟିଳ। ତେବେ ଉପଯୁକ୍ତ ତାଲିମପ୍ରାପ୍ତ ନିର୍ମାତା ଏଥିରେ ସ୍ବାଦ ଭରିବାରେ ସକ୍ଷମ। ଶିକ୍ଷାବିତ୍‌ ଭୂବନମୋହନ ଜେନା କୁହନ୍ତି, ଜିଆଇ ଟ୍ୟାଗ ମିଳିବା ପରେ ଏହାର ବ୍ରାଣ୍ଡଭ୍ୟାଲୁ ବଢ଼ିଛି। ମୌଳିକ ଦ୍ରବ୍ୟର ବ୍ୟବସାୟ ବଢ଼ିବା ସହିତ ଅପବ୍ୟବହାର ଉପରେ ରୋକ ଲାଗିଛି। ପ୍ରଚାର ପ୍ରସାର ଫଳରେ ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶ ହୋଇଥାଏ। କେନ୍ଦ୍ରାପଡ଼ା ଜିଲାର ପରିଚୟ ଭାବେ ଶ୍ରୀବଳଦେବଜୀଉ, ଜାତୀୟଉଦ୍ୟାନ ଭିତରକନିକା ସହିତ ରସାବଳୀ ମିଠା ଅଛି। ରସାବଳୀ ନିର୍ମାତା ସଂଘର ଆବାହକ ସରୋଜ କୁମାର ମହାନ୍ତି କୁହନ୍ତି, ରସାବଳୀ ଶ୍ରୀଜୀଉଙ୍କ ଆଦରର ମିଷ୍ଟାନ୍ନ। ଏହାର ପ୍ରସାର ପାଇଁ ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନ ଆବଶ୍ୟକ ଅଛି।
– ରିପୋର୍ଟ: ଜଗନ୍ନାଥ ଧଳ


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri