ପାକିସ୍ତାନକୁ ଏମିତି ଚେତାବନୀ ଦେଲେ ରାଜନାଥ, ଲାଜରେ ଲାଲ୍‌ ପଡ଼ିଗଲା ଚାଇନା

ନୂଆଦିଲ୍ଲୀ,୨୬।୬: ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ କଥା ଶୁଣି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ମୁଣ୍ଡ ନୁଆଇଁ ବସିଥିଲେ। ବନ୍ଧୁ ଚାଇନା ସମ୍ମୁଖରେ ରାଜନାଥ ତାଙ୍କୁ ଏମିତି ଭର୍ତ୍ସନା କରି ଚାଲିଥିଲେ, ଡ୍ରାଗନ ମଧ୍ୟ ଲାଜରେ ଲାଲ ପଡ଼ିଯାଇଥିଲା।

ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚାଇନା କ୍ୱିଂଡାଓ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବାକୁ ପହଞ୍ଚିଥିଲେ। ଏହି ମଞ୍ଚରୁ ସେ ପାକିସ୍ତାନ ଏବଂ ଚାଇନାକୁ ସ୍ପଷ୍ଟ ଭାବରେ କହିଥିଲେ, ଭାରତ ଆତଙ୍କବାଦ ବିରୋଧରେ କୌଣସି ସାଲିସ କରିବ ନାହିଁ।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ରାଜନାଥ ସିଂହ ତାଙ୍କ ସମ୍ମୁଖରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନୀ ନେତାଙ୍କୁ ଭର୍ତ୍ସନା କରିଥିଲେ। ଅପରେଶନ ସିନ୍ଦୁର ବିଷୟରେ ଉଲ୍ଲେଖ କରି ରାଜନାଥ ସିଂହ କହିଛନ୍ତି, ନିର୍ଦ୍ଦୋଷଙ୍କ ରକ୍ତ ବୁହାଇଥିବା ଲୋକଙ୍କୁ ଛଡ଼ାଯିବ ନାହିଁ। କିଛି ଦେଶ ଆତଙ୍କବାଦକୁ ସମର୍ଥନ କରନ୍ତି ଏବଂ ସୀମାପାର ଆତଙ୍କବାଦକୁ ସେମାନଙ୍କର ନୀତିର ଏକ ଅଂଶ କରିଛନ୍ତି।

ଜମ୍ମୁ ଓ କଶ୍ମୀରର ପହଲଗାମ୍‌ରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ଉଲ୍ଲେଖ କରି ରାଜନାଥ ସିଂହ କହିଛନ୍ତି, ୨୨ ଏପ୍ରିଲ ୨୦୨୫ରେ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ ନାମକ ଏକ ଆତଙ୍କବାଦୀ ସଂଗଠନ ଜଣେ ନେପାଳୀ ନାଗରିକଙ୍କ ସମେତ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲା। ଏହି ସଂଗଠନ ଲସ୍କର-ଏ-ତୋଇବା ସହିତ ଜଡିତ, ଯାହା ପୂର୍ବରୁ ଜାତିସଂଘର ଆତଙ୍କବାଦୀ ତାଲିକାରେ ଅଛି।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ମୌଳବାଦ, ଉଗ୍ରବାଦ ଏବଂ ଆତଙ୍କବାଦ ଆଜିର ସମୟର ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ସେ ପୁଣି ଥରେ କହିଛନ୍ତି, ଶାନ୍ତି ଏବଂ ଆତଙ୍କବାଦ ଏକାଠି ଯାଇପାରିବ ନାହିଁ ଏବଂ ଏଥିପାଇଁ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ସେSCO ଦେଶମାନଙ୍କୁ ଆତଙ୍କବାଦ ବିରୋଧରେ ଏକତ୍ର ଲଢ଼ିବାକୁ ଆହ୍ବାନ କରିଛନ୍ତି।

ରାଜନାଥ ସିଂହ ସ୍ପଷ୍ଟ ଭାବରେ କହିଛନ୍ତି, ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଏବଂ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶଗୁଡ଼ିକର ଦ୍ୱୈତ ମାନଦଣ୍ଡ ଆଉ ସହ୍ୟ କରାଯାଇପାରିବ ନାହିଁ। ସେ କହିଛନ୍ତି ଯେ SCO ଏପରି ଦେଶଗୁଡ଼ିକୁ ଖୋଲାଖୋଲି ସମାଲୋଚନା କରିବା ଏବଂ ଆତଙ୍କବାଦ ବିରୋଧରେ କଠୋର ପଦକ୍ଷେପ ନେବା ଉଚିତ।

ତାଙ୍କ ଅଭିଭାଷଣରେ ସେ କହିଛନ୍ତି, କୌଣସି ଦେଶ, ଯେତେ ବଡ଼ ହେଉନା କାହିଁକି, ଏକାକୀ କାମ କରିପାରିବ ନାହିଁ। ସମସ୍ତଙ୍କୁ ଆଲୋଚନା ଏବଂ ସହଯୋଗ ସହିତ ଏକାଠି କାମ କରିବାକୁ ପଡିବ। ଏହା ଭାରତର ପ୍ରାଚୀନ ଚିନ୍ତାଧାରା ’ସର୍ବେ ଜନ ସୁଖିନୋ ଭବନ୍ତୁ’କୁ ମଧ୍ୟ ପ୍ରତିଫଳିତ କରେ, ଯାହାର ଅର୍ଥ ସମସ୍ତଙ୍କ କଲ୍ୟାଣ।

ରାଜନାଥ ସିଂହଙ୍କ ଏହି ଗସ୍ତ ସମୟରେ, ଚାଇନା ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ପୃଥକ ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନା ମଧ୍ୟ ରହିଛି। ଏହି ଗସ୍ତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ମେ ୨୦୨୦ରେ ଭାରତ-ଚାଇନା ସୀମା ବିବାଦ ପରେ ଏହା ଜଣେ ବରିଷ୍ଠ ଭାରତୀୟ ମନ୍ତ୍ରୀଙ୍କ ପ୍ରଥମ ଚାଇନା ଗସ୍ତ। ରାଜନାଥ ସିଂହ କ୍ୱିଙ୍ଗଡାଓ ପହଞ୍ଚିବା ପରେ ଭାରତୀୟ ରାଷ୍ଟ୍ରଦୂତ ପ୍ରଦୀପ କୁମାର ରାୱତ ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri