ଦାରିଙ୍ଗବାଡି, ୨୬।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଭାଜପା ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ପାଳିନ କରାଯାଇଛି। ମଣ୍ଡଳ ସଭାପତି ମିଟୁ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ବ୍ଲକ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ରାଜ୍ୟ କାର୍ଯ୍ୟକାରିଣୀ ପରିଷଦର ସଦସ୍ୟ ସୁକାନ୍ତ କୁମାର ସାହୁ ଯୋଗ ଦେଇଥିଲେ। ସେ ସମ୍ବିଧାନ ହତ୍ୟା ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଜଣାଇବା ସହ ଏହି ବିଷୟରେ ଗାଁ ଗାଁରେ ଜନସାଧାରଣଙ୍କୁ ଜଣାଇବାକୁ ପରାମର୍ଶ ଦେଇଥିଲେ।
୧୯୭୫ ଜୁନ ୨୫ ରେ ସରକାର ଜରୁରୀ କାଳୀନ ପରିସ୍ଥିତି ଲାଗୁ କରିଥିଲେ। ଲୋକଙ୍କ ମୌଳିକ ଅଧିକାରକୁ ଦଳିଚକଟି ଲୋକଙ୍କୁ ନିର୍ଯ୍ୟାତନା ଦିଆଯାଇଥିଲା। ତେଣୁ ଭାରତ ଇତିହାସରେ ଏହା ଏକ କଳଙ୍କିତ ଘଟଣା ବୋଲି କୁହାଯାଇଥିଲା ଏହି ସମୟରେ ଅନେକ ଜନସାଧାରଣ, ନେତା ଜେଲ ଦଣ୍ଡ ଭୋଗିଥିଲେ ବୋଲି କୁହାଯାଇଛି। ସେହି ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଜନସାଧାରଣଙ୍କ ମୌଳିକ ଅଧିକାରକୁ ଛଡେଇ ନିଆଯାଇଥିଲା ଓ ତାର ପ୍ରଭାବରେ ଭାରତବାସୀ କିଭଳି ହଟହଟା ଭୋଗିଥିଲେ ସେ ସମ୍ପର୍କରେ ବକ୍ତାମାନେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦଳର ମଣ୍ଡଳ ଜିଲ୍ଲା ପ୍ରତିନିଧି, ସନ୍ତୋଷ କୁମାର ସାହୁଙ୍କ ସମେତ ଦଳର କର୍ମୀ ଅଜିତ କୁମାର ସାହୁ,ପ୍ରଭାକର ସାହୁ,ରଞ୍ଜିତ ସେନାପତି, ଭାଲୁ ସାହୁ, ଦିଲୀପ ସାହୁ, ରାହୁଲ ସାହୁଙ୍କ ସମେତ ବହୁ କର୍ମୀ ଯୋଗଦାନ କରିଥିଲେ।


