ଆର୍‌ଡି ରାସ୍ତାରେ ଟୋଲଟ୍ୟାକ୍ସ ଅସୁଲିକୁ ବିରୋଧ: ଟୋଲଗେଟ୍‌ ଭାଙ୍ଗିଲେ କୋଶଲ ସଂଗ୍ରାମୀ, ଚର୍ଚ୍ଚାରେ…

ବରଗଡ଼,୨୫।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାଠାରେ ରହିଥିବା ଟୋଲପ୍ଲାଜା ନିକଟରେ ଜାତୀୟ ରାଜପଥରୁ ବରାହଗୋଡ଼ା-ତୋରା ପଟକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ(ଆରଡି) ବିଭାଗର ଏକ ବାଇପାସ୍‌ ରାସ୍ତାରୁ ଟୋଲଟ୍ୟାକ୍ସ ଅସୁଲି କରିବାକୁ ଟୋଲପ୍ଲାଜା କର୍ତ୍ତୃପକ୍ଷ ବାରମ୍ବାର ଉଦ୍ୟମ କରୁଛନ୍ତି। ଆରଡ଼ି ବିଭାଗ ଅଧିନରେ ରହିଥିବା ବାଇପାସ୍‌ ରାସ୍ତାରୁ ଟୋଲଟ୍ୟାକ୍ସ ଅସୁଲି ବେଆଇନ ବୋଲି ଅଭିଯୋଗ କରି ଟୋଲପ୍ଲାଜା କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଲୋକେ ବାରମ୍ବାର ମୁହାଁମୁହିଁ ହେଉଛନ୍ତି। ଏହାକୁ ନେଇ ବାରମ୍ବାର ଉତ୍ତେଜନା ପ୍ରକାଶ ପାଇବା ସହିତ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ଉପୁଜିଥିବା ନଜୀର ରହିଛି। ତେବେ ପ୍ରଶାସନର ହସ୍ତକ୍ଷେପ ପରେ ସେହି ବାଇପାସ୍‌ ରାସ୍ତାରୁ ଟୋଲଟ୍ୟାକ୍ସ ଅସୁଲିକୁ ସାମୟିକ ବନ୍ଦ କରିଦେଇ କିଛିଦିନ ପରେ ପୁଣି ଟୋଲଟ୍ୟାକ୍ସ ଅସୁଲି କରାଯାଉଥିବା ଯୋଗୁ ଉତ୍ତେଜନା ଦ୍ୱିଗୁଣିତ ହେବାରେ ଲାଗିଛି।

ମଙ୍ଗଳବାର ଏହି ବାଇପାସ୍‌ ରାସ୍ତାରେ ଟୋଲପ୍ଲାଜା କର୍ତ୍ତୃପକ୍ଷ ଟୋଲଟ୍ୟାକ୍ସ ଅସୁଲି ଉଦ୍ଦେଶ୍ୟ ନେଇ ଗେଟ୍‌(ଫାଟକ) ନିର୍ମାଣ କରିବା ପରେ ଚାପା ଉତ୍ତେଜନା ଲାଗି ରହିଥିଲା। ସେଠାରୁ ସେହି ଗେଟ୍‌ ହଟାଇବା ପାଇଁ ମଙ୍ଗଳବାର କୋଶଲ ସଂଗ୍ରାମୀ ରମଣୀ ଦନ୍ତା ଟୋଲପ୍ଲାଜା କର୍ତ୍ତୃପକ୍ଷଙ୍କୁ ଭେଟି ଅନୁରୋଧ କରିଥିଲେ। ଯଦି 24 ଘଣ୍ଟା ପରେ ବାଇପାସ୍‌ ରାସ୍ତାରେ ନିର୍ମିତ ସେହି ଗେଟ୍‌କୁ ଟୋଲପ୍ଲାଜା କର୍ତ୍ତୃପକ୍ଷ ନ ହଟାଇବେ, ସେ ନିଜେ ସେଠାକୁ ପହଞ୍ଚି ତାକୁ ସେଠାରୁ ହଟାଇ ଦେବେ ବୋଲି ଚେତାବନୀ ଦେଇଥିଲେ। ଏହି କ୍ରମରେ ବୁଧବାର ଅପରାହ୍ନରେ କୋଶଲ ସଂଗ୍ରାମୀ ଦନ୍ତା ସେଠାକୁ ପହଞ୍ଚିଥିଲେ ଏବଂ ବାଇପାସ୍‌ ରାସ୍ତାରେ ଟୋଲଗେଟ୍‌ ସ୍ଥାପନ ବେଆଇନ ଦର୍ଶାଇ ସେଠାରେ ରହିଥିବା ଫାଟକକୁ ହଟାଇବା ସହିତ ତାକୁ ଫୋପାଡ଼ି ମଧ୍ୟ ଦେଇଥିଲେ। କୋଶଲ ସଂଗ୍ରାମୀ ଦନ୍ତାଙ୍କ ଏଭଳି ପଦକ୍ଷେପକୁ ସୋସିଆଲ ମିଡ଼ିଆରେ ଅନେକ ପ୍ରଶଂସା କରୁଥିବାବେଳେ ପ୍ରଶାସନର ବାରମ୍ବାର ହସ୍ତକ୍ଷେପ ପରେ ମଧ୍ୟ କେଉଁ ସାହାସରେ ଟୋଲପ୍ଲାଜା କର୍ତ୍ତୃପକ୍ଷ ବାଇପାସ୍‌ ରାସ୍ତାରେ ଟୋଲଟ୍ୟାକ୍ସ ଅସୁଲି କରିବା ପାଇଁ ସେଭଳି ଟୋଲଗେଟ୍‌ କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। କେବଳ ସେତିକି ନୁହେଁ, ଟୋଲପ୍ଲାଜା କର୍ତ୍ତୃପକ୍ଷଙ୍କ ସେଭଳି ମନମାନି ବିରୋଧରେ ଜଣେ କୋଶଲ ସଂଗ୍ରାମୀ ଆଗେଇ ଆସୁଥିବାବେଳେ ସେଥିପ୍ରତି ସ୍ଥାନୀୟ ଜନ ପ୍ରତିନିଧି, ତଥାକଥିତ ବଡ଼ବଡ଼ିଆ ନେତାଙ୍କ ନୀରବତା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri