ପୁରାତନ କଳା-ସଂସ୍କୃତି-ପରମ୍ପରାରେ ହେବ ରଥଯାତ୍ରା, ୨୭ରେ ରଥଟଣା

ଧର୍ମଶାଳା,୨୩ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଆସନ୍ତା ୨୭ ତାରିଖରେ ଏକାଦଶ ବାର୍ଷିକ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ମହାଆଡ଼ମ୍ବର ସହକାରେ ପାଳିତ ହେବାକୁ ଯାଉଛି। ଧର୍ମଶାଳା ମୁନ୍‌ସୀ ମେଳଣ କମିଟି ଓ ଭାଲୁଖାଇ ଜଗନ୍ନାଥ ମନ୍ଦିର କମିଟି ମିଳିତ ଆନୁକୂଲ୍ୟରେ ଏହି ରଥଯାତ୍ରା ସମାପନ କରାଯିବ। ପୁରାତନ କଳା ସଂସ୍କୃତି ଓ ପରମ୍ପରା ରୀତିନୀତିରେ ମହା ଆଡ଼ମ୍ବରରେ ଏହାକୁ ପାଳନ କରାଯିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨୭ ତାରିଖରେ ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ଜାରକା, ଶାନ୍ତି ବଜାର ଓ ଧର୍ମଶାଳା ବଜାର ଦେଇ ହାଟପଡ଼ିଆସ୍ଥିତ ମାଉସୀ’ମା ମନ୍ଦିରକୁ ଯିବେ। ମାଉସୀ ମନ୍ଦିରରେ ନଅ ଦିନ ଠାକୁର ରହିବା ଅବସରରେ କମିଟି ପକ୍ଷରୁ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ଏବଂ ଜୁଲାଇ ୫ରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରକୁ ବାହୁଡ଼ିବେ ବୋଲି ଆଜି କମିଟି ପକ୍ଷରୁ ମନ୍ଦିର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri