ଯୁବକଙ୍କ ଉପରକୁ ୫ ରାଉଣ୍ଡ ଗୁଳି କଲେ ଦୁର୍ବୃତ୍ତ, ମେଡିକାଲରେ ଭର୍ତ୍ତି

ବାରିପଦା,୨୩ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୧୮ ନମ୍ବର ଜାତୀୟ ରାଜପଥ ବାଇଗଣବାଡ଼ିଆ-କୁଚେଇ ମଝିରେ ସୋମବାର ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଯୁବକ ଗୁରୁତର ହୋଇ ବାରିପଦା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ଆହତ ଯୁବକ ଜଣକ ହେଲେ କୋଳିଅଣା ଥାନା କାମସା ଗ୍ରାମର ଶିବାନନ୍ଦ ବାରିକ(୩୦)।
ସୂଚନାଯୋଗ୍ୟ, ଶିବାନନ୍ଦ କୋଳିଅଣାସ୍ଥିତ ମଦ କାଉଣ୍ଟରରୁ ଟଙ୍କା ନେଇ ବାରିପଦା ଆସୁଥିବାବେଳେ ଦୁଇଟି ବାଇକ୍‌ରେ ୪ ଜଣ ଯୁବକ ତାଙ୍କୁ ପିଛା କରିଥିଲେ। କୁଚେଇ-ବାଇଗଣବାଡ଼ିଆ ରାସ୍ତା ନିକଟରେ ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ସେଥିତ୍ରୁ ଗୋଟିଏ ଗୁଳି ତାଙ୍କ ଜଙ୍ଘରେ ବାଜିଥିବାବେଳେ ଆଉ ଗୋଟିଏ ଗୁଳି ମୁଣ୍ଡରେ ବାଜି ଗୁରୁତର ହୋଇଛନ୍ତି। ତେବେ ଟଙ୍କା ବ୍ୟାଗ୍‌ ଛଡ଼ାଇବାକୁ ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଲୋକେ ପହଞ୍ଚିଯିବାରୁ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନେ ବଙ୍ଗଳାରେ କଥାବାର୍ତ୍ତା ହେଉଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

ଭାଜପାକୁ ବଡ଼ ଝଟକା, ମମତାଙ୍କୁ ନେଇ ଟଲିଉଡ ଅଭିନେତ୍ରୀ କହିଲେ…

କୋଲକାତା,୨୭।୧୨: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା ଲାଗିଛି। ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ଭାଜପା ନେତ୍ରୀ ପର୍ଣ୍ଣୋ...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

ନୂଆବର୍ଷରୁ ଏମାନଙ୍କୁ ମିଳିବନି ରାସନ! ଡିସେମ୍ୱର ୩୧ ସୁଦ୍ଧା କରି ନିଅନ୍ତୁ ଏହି କାମ

ନୂଆଦିଲ୍ଲୀ,୨୭।୧୨: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସୂଚନା। ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ଡିସେମ୍ୱର 31 ପୂର୍ୱରୁ ଏହି ଜରୁରୀ କାର୍ଯ୍ୟ ସମାପ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri