ଫାଟିଲା ଲକ୍ଷ୍ମୀବରାହ ଜୀଉ ମନ୍ଦିର ଦଧିନଉତି: ଶ୍ରଦ୍ଧାଳୁ କହିଲେ…

ଆଳି,୨୧ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀଲକ୍ଷ୍ମୀବରାହ ଜୀଉ ମନ୍ଦିରରେ ବିଭିନ୍ନ ସମସ୍ୟା ଲାଗି ରହିଛି। ସମାଧାନ ଦିଗରେ ମନ୍ଦିର ଟ୍ରଷ୍ଟ ନା ପ୍ରଶାସନିକ କଳ କେହି ଚେଷ୍ଟା କରୁନାହାନ୍ତି। ମନ୍ଦିରକୁ ଅଣଦେଖା କରାଯାଉଥିବାବେଳେ ଉନ୍ନତି ହେଉ ନ ଥିବାରୁ ଶ୍ରଦ୍ଧାଳୁମାନଙ୍କୁ ସୁବିଧା ମିଳୁନି। ମନ୍ଦିର ଦଧିନଉତିରେ ଫାଟ ସୃଷ୍ଟି ହୋଇଥିବାବେଳେ ୪ ମାସ ହେବ ବାନା ବଦଳା ଯାଇନାହିଁ। ମନ୍ଦିରର ଉପର ଭାଗରେ ବର, ଓସ୍ତ ଗଛ ଉଠି ବିପଦ ସୃଷ୍ଟି କରିଛି। ଏପରି କି ପୂର୍ବ ସରକାର ସମୟରେ ୮ କୋଟି ଟଙ୍କା ଅନୁଦାନ ଆସିଥିବାବେଳେ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଠିକାଦାର କାମ ଛାଡ଼ି ପଳାଇଛନ୍ତି। ମନ୍ଦିର ଟ୍ରଷ୍ଟ ବୋର୍ଡ କିମ୍ବା ପ୍ରଶାସନ କେହି ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ନେଇ ସେବାୟତମାନେ ଅଭିଯୋଗ ଉଠାଇଛନ୍ତି।
ସେବାୟତମାନଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟରେ ଆଳିର ଆରାଧ୍ୟ ଶ୍ରୀ ଶ୍ରୀଲକ୍ଷ୍ମୀବରାହ ଜୀଉ ମନ୍ଦିରର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଲକ୍ଷ୍ମୀବରାହ ମନ୍ଦିରକୁ ଦର୍ଶନ ନିମନ୍ତେ ଆସିଥାନ୍ତି। ପୂଜା ପାର୍ବଣରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଲାଗି ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା ନାହିଁ। ମନ୍ଦିର ନିକଟରେ ଥିବା ବରାହ କୁଣ୍ଡରେ ଦଳ ହୋଇଥିବାରୁ ସେଠାରେ ଗୋଡ଼ ବୁଡାଇବାକୁ ଶ୍ରଦ୍ଧାଳୁ ଅମଙ୍ଗ ହେଉଛନ୍ତି। ମହିଳାପୁରୁଷଙ୍କ ନିମନ୍ତେ ମନ୍ଦିର ନିକଟରେ ଶୌଚାଳୟର ବ୍ୟବସ୍ଥା ମଧ୍ୟ ନାହିଁ। ଏପରି କି ସା ସମୟରେ ମନ୍ଦିର ସମ୍ମୁଖକୁ ଆଲୋକିତ କରୁଥିବା ହାଇମାଷ୍ଟ ଲାଇଟ ଅଚଳ ହୋଇପଡ଼ିଥିବାବେଳେ ତାହା ମଧ୍ୟ ମରାମତି କରାଯାଉନି। ଫଳରେ ଶ୍ରଦ୍ଧାଳୁମାନେ ସାରେ ଅନ୍ଧାରରେ ଯାତାୟାତ କରୁଛନ୍ତି। ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ ମନ୍ଦିର ସମ୍ମୁଖରେ ବର୍ଷା ପାଣି ଜମି ରହୁଛି। ଶ୍ରଦ୍ଧାଳୁମାନେ ଆଣ୍ଠୁଏ ପାଣିରେ ପଶି ମନ୍ଦିରକୁ ଆସୁଛନ୍ତି। ମନ୍ଦିରରେ ଏସବୁ ସମସ୍ୟା ଲାଗି ରହୁଥିବାବେଳେ ଏହାର ସମାଧାନ ନିମନ୍ତେ ବ୍ୟବସ୍ଥା ହେଉ ନ ଥିବାରୁ ମନ୍ଦିରକୁ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହିପରି ମନ୍ଦିର ଉପରେ ଥିବା ନୀଳଚକ୍ର ଭାଙ୍ଗି ଯାଇଥିବାବେଳେ ଦଧିନଉତି ଉପରେ ବର, ଓସ୍ତ ଆଦି ଗଛ ଉଠିଥିବାରୁ ମନ୍ଦିର ଫାଟି ପାଣି ଗଳୁଛି। ଏପରି କି ନୀଳଚକ୍ରର ନିମ୍ନ ଭାଗରେ ମହୁଫେଣା ହୋଇଥିବାରୁ ୪ ମାସ ହେବ ବାନା ବଦଳା ଯାଇନାହିଁ। ଫଳରେ ମନ୍ଦିର ଉପରେ ଚିରା ବାନାଟି ଉଡୁଛି। ମନ୍ଦିରରେ ଦୀପ ଲଗାଇବାକୁ ଷ୍ଟାଣ୍ଡ ନ ଥିବାରୁ ଶ୍ରଦ୍ଧାଳୁମାନେ ଏଣେ ତେଣେ ଦୀପ ଲଗାଉଛନ୍ତି। ଫଳରେ ଗତ ସାବିତ୍ରୀ ବ୍ରତରେ ଜଣେ ମହିଳା ଦୀପ ଲଗାଉଥିବା ବେଳେ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଏବେ ସେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଭୋଗ ପ୍ରସ୍ତୁତ ନିମନ୍ତେ ସ୍ବତନ୍ତ୍ର ଘର ନ ଥିବାରୁ ସେବକମାନେ ରୋଷ ଘରେ ଭୋଗ ପ୍ରସ୍ତୁତ କରୁଛନ୍ତି। ରୋଷ ଘରେ ଲାଇଟ ଓ ଏକ୍‌ଜିଟ୍‌ ଫ୍ୟାନ ନ ଥିବାରୁ ପ୍ରସାଦ ପ୍ରସ୍ତୁତିରେ ସମସ୍ୟା ଉପୁଜୁଛି। ଏପରି କି ପୂର୍ବ ସରକାର ସମୟରେ ଏହି ମନ୍ଦିର ଉନ୍ନତି ନିମନ୍ତେ ଅନୁଦାନ ଆସିଥିଲା। ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟ ଆରମ୍ଭ ହୋଇଥିଲା, ମାତ୍ର ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତରାରେ ଏହି କାର୍ଯ୍ୟ ହେଉଥିଲା। କାର୍ଯ୍ୟର ସୂଚନାଫଳକ ନ ଥିବାରୁ କ’ଣ କାମ ହେବ, କେତେ ଟଙ୍କାର କାମ ଓ କେବେ କାମ ସରିବ ସେ ନେଇ ମଧ୍ୟ କେହି ଜାଣି ପାରୁନାହାନ୍ତି। ଠିକାସଂସ୍ଥା ମନ୍ଦିର ପରିସରରେ ପଥର ବିଛା କାମ ଅଧାରେ ବନ୍ଦ କରି ଦେଇଛନ୍ତି। ମନ୍ଦିର ପଛ ପଟରେ ମନମୁଖି ଭାବେ କିଛି କାର୍ଯ୍ୟ କରି ଚାଲିଯାଇଛନ୍ତି। ମନ୍ଦିର ପରିସରରେ ଅଧା ପଥର ବିଛା ହୋଇଥିବାରୁ ଶ୍ରଦ୍ଧାଳୁ ଅନେକ ସମୟରେ ଝୁଣ୍ଟି ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ମନ୍ଦିର ପରିସରରେ ଗୋରୁ ଅବାଧରେ ପ୍ରବେଶ କରି ମଳ ତ୍ୟାଗ କରି ଅପରିଷ୍କାର କରୁଛନ୍ତି। ଏ ନେଇ ଆଳି ଲକ୍ଷ୍ମୀବରାହ ଜୀଉ ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ଆଳି ରାଜା ବ୍ରଜକେଶରୀ ଦେବଙ୍କୁ ପଚାରିବାରୁ ମନ୍ଦିର ମଧ୍ୟରେ ଥିବା ସମସ୍ୟା ସମ୍ପର୍କରେ ସେବାୟତମାନଙ୍କ ନିକଟରୁ ଅଭିଯୋଗ ପାଇବା ପରେ ଟ୍ରଷ୍ଟ ବୋର୍ଡର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ରଥଯାତ୍ରା ମଧ୍ୟରେ ମନ୍ଦିର ସମସ୍ୟା ସମାଧାନ ଲାଗି ଆଲୋଚନା ହୋଇଥିଲା। ମନ୍ଦିରର ଉପରି ଭାଗରେ ଉଠିଥିବା ଗଛକୁ ପଥର କାର୍ଯ୍ୟ କରୁଥିବା ସ୍ବତନ୍ତ୍ର କାରିଗରଙ୍କ ମାଧ୍ୟମରେ କଟାଯିବ। ସେହିପରି ମନ୍ଦିରରେ ସୃଷ୍ଟି ହୋଇଥିବା ଫାଟ ସମ୍ପର୍କରେ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ଏଏସ୍‌ଆଇକୁ ଲିଖିତ ଭାବେ ଜଣାଯାଇଛି। ବର୍ଷାଦିନ ପରେ ସେହି କାର୍ଯ୍ୟ କରାଯିବ ବୋଲି ଶ୍ରୀଦେବ ସୂଚନା ଦେଇଛନ୍ତି। ମନ୍ଦିର ବାହାରେ ଶ୍ରଦ୍ଧାଳୁମାନଙ୍କ ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା ସ୍ଥାନୀୟ ପ୍ରଶାସନର କାର୍ଯ୍ୟ। ସେମାନେ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ। ମନ୍ଦିରର ଅଧାପନ୍ତରିଆ କାମ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧିକାରୀ କହିପାରିବେ ବୋଲି ସେ କହିଛନ୍ତି। ମନ୍ଦିର ଟ୍ରଷ୍ଟ ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସମନ୍ବୟ ନ ଥିବାରୁ ପ୍ରାଚୀନ ମନ୍ଦିର ସମସ୍ୟା ମଧ୍ୟକୁ ଠେଲି ହୋଇଯାଉଛି। ତୁରନ୍ତ ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେବାୟତ ଓ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri