Posted inଖେଳ

ଶତକ ସତ୍ତ୍ୱେ ବଡ଼ ଭୁଲ୍‌ କରିଦେଲେ ଗିଲ୍‌: ଏବେ ଦେବାକୁ ପଡ଼ିବ ଜରିମାନା

ଲିଡ୍ସ,୨୧।୬: ଇଂଲଣ୍ଡ ବିପକ୍ଷ ପାଞ୍ଚଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଭଲ ଆରମ୍ଭ କରିଛି। ମ୍ୟାଚର ପ୍ରଥମ ଦିନରେ ଅଧିନାୟକ ଶୁବମନ ଗିଲ ଏବଂ ଯଶସ୍ବୀ ଜୟସ୍ବାଲ ଚମତ୍କାର ଶତକ ହାସଲ କରି ଦଳର ସ୍କୋରକୁ ୩୦୦ ଅତିକ୍ରମ କରାଇଛନ୍ତି। ଅଧିନାୟକ ଗିଲ ଶତକ ହାସଲ କରିବା ସତ୍ତ୍ୱେ ବଡ଼ ଅସୁବିଧାରେ ପଡ଼ିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରେ, କାରଣ ଗିଲ ICCର ଏକ ପ୍ରମୁଖ ନିୟମ ଭାଙ୍ଗିଛନ୍ତି। ଏଥିପାଇଁ ତାଙ୍କୁ କଡ଼ା ଜରିମାନା ହୋଇପାରେ।

ଟିମ ଇଣ୍ଡିଆର ନୂଆ ଅଧିନାୟକ ଗିଲ ହେଡିଙ୍ଗଲି ଟେଷ୍ଟ ସମୟରେ ଏକ ଚମତ୍କାର ଶତକ ହାସଲ କରି ତାଙ୍କ ଅଧିନାୟକତ୍ୱର ଏକ ଭଲ ଆରମ୍ଭ କରିଥିଲେ, କିନ୍ତୁ ଏହି ସମୟରେ ସେ ଏକ ବଡ଼ ଭୁଲ କରିଥିଲେ। ଯେତେବେଳେ ସେ ବ୍ୟାଟିଂ କରିବାକୁ ଆସିଥିଲେ, ସେ ଧଳା ମୋଜା ବଦଳରେ କଳା ମୋଜା ପିନ୍ଧିଥିଲେ, ଯେତେବେଳେ ଟେଷ୍ଟ ମ୍ୟାଚ ରେ ଧଳା ମୋଜା ପିନ୍ଧିବାର ନିୟମ ଅଛି। ଏହି ନିୟମ ମେରିଲେବୋନ କ୍ରିକେଟ କ୍ଲବ (MCC) ର ସୁପାରିଶରେ ଲାଗୁ କରାଯାଇଛି, ଯାହା କ୍ରିକେଟର ନିୟମ ନିର୍ଣ୍ଣୟ କରେ। ଡ୍ରେସ କୋଡ ନିୟମ ଉଲ୍ଲଂଘନ କରିବା ପାଇଁ ଗିଲଙ୍କୁ ଗରିମାନା ଦେବାକୁ ପଡ଼ିବ।
କଳା ମୋଜା ବିଷୟରେ ଆଇସିସି ନିୟମ ୧୯.୪୫ ରେ କୁହାଯାଇଛି ଯେ, ଜଣେ ଖେଳାଳି ଟେଷ୍ଟ ମ୍ୟାଚ ସମୟରେ ଧଳା ପୋଷାକ, କ୍ରିମ କିମ୍ବା ହାଲୁକା ମାଟିଆ ମୋଜା ପିନ୍ଧିବା ଉଚିତ, କିନ୍ତୁ ଗିଲ କଳା ମୋଜା ପିନ୍ଧିଥିଲେ, ଯାହା ଆଇସିସି ନିୟମର ଉଲ୍ଲଂଘନ। ଏହି ନିୟମ ୨୦୨୩ ମେ ମାସରେ ଲାଗୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri