ଭିଡିଓ କନ୍‌ଫରେନ୍ସିଂରେ ବିଞ୍ଜିଗିରିବାସୀଙ୍କ ପାଇଁ ଦେବେ ଉଦ୍‌ବୋଧନ

ଭଞ୍ଜନଗର,୨୦ା୬(ବାବୁଲା ପ୍ରଧାନ): ଲୁକ୍କାୟିତ ଅବସ୍ଥାରେ ଥିବା ଘୁମୁସର ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବିଗତ କିଛି ମାସ ହେବ ଚେଷ୍ଟା ଚଳାଇଛନ୍ତି। ତାଙ୍କର ପ୍ରଚେଷ୍ଟାର ଆଜି ବଡ଼ ସଫଳତା ମିଳିବାକୁ ଯାଉଛି। ବ୍ରିଟିଶ ଶାସକଙ୍କ ନିଦ ହଜାଇ ଦେଇଥିବା ଘୁମୁସର ବୀର ଚକରା ବିଷୋୟୀଙ୍କ ଜନ୍ମମାଟି ବିଞ୍ଜିଗିରିକୁ ଆଜି ଏକ ସ୍ମାରକୀ ଘୋଷଣା କରାଯିବ। ଏଥିସହ ସଂପୃକ୍ତ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୦୦ କୋଟି ଖର୍ଚ୍ଚ କରାଯିବା ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅପରାହ୍ନ ୪ ଟାରେ ଭିଡି ସ୍ମାରକୀ ଘୋଷଣା କରିବା କାର୍ଯ୍ୟକ୍ରମ ରହିଛି। ତେଣୁ ବିଞ୍ଜୀଗିରି ଗ୍ରାମ ଚଳଚଞ୍ଚଳ ହୋଇପଡ଼ିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଅଧିକାରୀ ବିଞ୍ଜିଗିରିରେ ପହଞ୍ଚି କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପାଇଁ ଚେଷ୍ଟା ଚଳାଇଛନ୍ତି। ବର୍ତ୍ତମାନ ସଭାସ୍ଥଳକୁ ଲୋକେ ଆସିବା ଆରମ୍ଭ ହୋଇଗଲାଣି। ଭଞ୍ଜନଗର ବିଧାୟକ ନାୟକ ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱର କାର୍ଯ୍ୟକ୍ରମରେ ବ୍ୟସ୍ତ ଅଛନ୍ତି। ତେଣୁ ତାଙ୍କରି ନିର୍ଦ୍ଦେଶ କ୍ରମେ ଅଫିସର ଏବଂ ଲୋକ ପ୍ରତିନିଧିମାନେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ଭାଜପା ସରକାରଙ୍କ ଏକ ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ଅପରାହ୍ନ ୪ଟାରେ ଭୁବନେଶ୍ୱର ଜନତା ମଇଦାନରେ ଏକ ବିରାଟ ସଭା ଆୟୋଜନ ହୋଇଛି। ଏହି ଅବସରରେ ଓଡ଼ିଶାର ବରପୁତ୍ର ଏବଂ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ସେମାନଙ୍କ ଜନ୍ମସ୍ଥଳୀକୁ ସମ୍ମାନ ଦିଆଯିବା ସହ ସ୍ମାରକୀ ଘୋଷଣା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ସଭାରୁ ତାହା ଘୋଷଣା କରିବେ। ଏଥିସହ ଉକ୍ତ ଅଞ୍ଚଳଗୁଡ଼ିକର ବିକାଶ ପାଇଁ ଶହଶହ କୋଟି ଟଙ୍କା ଅନୁଦାନ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ଏହିଭଳି ଗଞ୍ଜାମ ଜିଲାର ଖଲ୍ଲିକୋଟଠାରେ ଓଡ଼ିଆ ଜାତୀୟ ଆନ୍ଦୋଳନର କୀର୍ତ୍ତିମାନ ବରପୁତ୍ର ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜନ୍ମସ୍ଥାନ ଏବଂ ଭଞ୍ଜନଗର ବିଞ୍ଜିଗିରି ଠାରେ ସୁଖ୍ୟାତ ସ୍ବାଧୀନତା ସଂଗ୍ରାମୀ ଚକରା ବିଷୋୟୀଙ୍କ ଜନ୍ମସ୍ଥାନକୁ ଭିସି ମାଧ୍ୟମରେ ସ୍ମାରକୀ ଘୋଷଣା ସହ ରୂପାନ୍ତରଣ କରାଯିବାର କାର୍ଯ୍ୟକ୍ରମ ଅଛି। ତେଣୁ ସେଠାରେ ସଭା ଆୟୋଜନ ହୋଇଛି। ଚକରା ବିଷୋୟୀ ବ୍ରିଟିଶ ଶାସକଙ୍କ ବିରୋଧରେ ଲଢ଼େଇ କରି ନିଜର ସାହସିକତା ପରିଚୟ ଦେଇଥିଲେ। ଭାଜପା ସରକାର ଆସିବା ପରେ ଭଞ୍ଜନଗର ବିଧାୟକ ନାୟକଙ୍କ ଉଦ୍ୟମ କ୍ରମେ ବର୍ତ୍ତମାନ ଘୁମୁସର ଇତିହାସ ଦେଶ ବିଦେଶରେ ପ୍ରଚାର ପୁଣି ଆରମ୍ଭ ହୋଇଛି। ଯାହାକି ଘୁମୁସରବାସୀଙ୍କ ପାଇଁ ଗର୍ବର ବିଷୟ। ଘୁମୁସର ବୀର ଚକରା ବିଷୋୟୀଙ୍କ ଜନ୍ମପୀଠ ହେଉଛି ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବିଞ୍ଜିଗିରି । ତେଣୁ ତାଙ୍କରି ଗ୍ରାମ ନିକଟରେ ଆଜି ଏକ ସଭା ହେଉଛି।

ପ୍ରଧାନମନ୍ତ୍ରୀ ଭିସି ମାଧ୍ୟମରେ ଉଦ୍‌ବୋଧନ ଦେବା ପରେ ସେଠାରେ ଏକ ସଭା ହେବ। ଏଥିରେ ସ୍ଥାନୀୟ ଅଞ୍ଚଳର ଅଫିସର ଏବଂ ଲୋକ ପ୍ରତିନିଧିମାନେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉପଜିଲାପାଳ ଉମାଶଙ୍କର ବେହେରା, ବିଡଓ ଭାରତୀ, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡ଼ି, ସୁବାସ ପ୍ରଧାନ, ରବୀନ୍ଦ୍ର ଗୌଡ଼ ପ୍ରମୁଖ ଚେଷ୍ଟା ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri