ଦୁର୍ଗମ ଅଞ୍ଚଳରେ ସହାୟକ ହେବ ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ

ଥୁଆମୁଳ ରାମପୁର,୧୯।୬(ଦୁର୍ଗା କୀର୍ତ୍ତି):ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟି, ପଶ୍ଚିମବଙ୍ଗର ସାଲବୋନିର ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ ଲିମିଟେଡ଼, ଉଦାର ସହଯୋଗରେ ଦୂରଦୂରାନ୍ତ ବିଭିନ୍ନ ଆଦିବାସୀ ଗ୍ରାମ ଗୁଡିକୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଏକ ଅତ୍ୟାଧୁନିକ ମୋବାଇଲ ମେଡିକାଲ ୟୁନିଟ (MMU) କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ କାଣିଗୁମା ସ୍ଥିତ ସ୍ବାସ୍ଥ୍ୟ ସ୍ବରାଜ ଡାକ୍ତରଖାନାରେ ଶୁଭାରମ୍ଭ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ କଳାହାଣ୍ଡିର ମୁଖ୍ୟ ଜିଲା ଚିକିତ୍ସା ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ (CDM&PHO) ଡକ୍ଟର ନିହାରେନ୍ଦ୍ର ପଣ୍ଡା ସାମିଲ ହୋଇ ତାଙ୍କ କରକମାଳରେ ଫିତାକାଟି ଶୁଭ ଉଦ୍‌ଘାଟନ କରିଥିଲେ।
ଏହି ଉତ୍ସବ ସମାରୋହରେ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଡକ୍ଟର ସୁପ୍ରିୟା ପଟ୍ଟନାୟକ, ଭାଇସ ଚାନ୍ସେଲର, ସେଞ୍ଚୁରିଆନ ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ଭୁବନେଶ୍ୱର, ସରପଞ୍ଚ ବାସନ୍ତୀ ଝୋଡିଆ, ସମିତି ବଳଦେବ ଗୌଡ, ମୋହନ ପଟେଲ, ଅନତା ଝୋଡିଆ, ଚୈତନ୍ୟ ହରିଜନ, ଚିତ୍ର ଝୋଡିଆ, ତୈଲୋକ ଝୋଡିଆ, ସୁଦାମ ନାୟକଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ, ଏବଂ ଆଦିବାସୀ ସମ୍ପ୍ରଦାୟର ସଦସ୍ୟ ଓ ପ୍ରତିନିଧିବୃନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ l ଡକ୍ଟର ସୁପ୍ରିୟା ନିଜର ଅଭିଭାଷଣରେ ଏପରି ଦୁର୍ଗମ ଅଞ୍ଚଳରେ ପ୍ରଦାନ କରାଯାଉଥିବା ସେବା ଗୋଷ୍ଠୀ ସ୍ବାସ୍ଥ୍ୟର ଉନ୍ନତିରେ ସହାୟକ ହେବ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ଭ୍ରାମ୍ୟମାଣ ଚିକିତ୍ସା ୟୁନିଟସ୍‌ଟି ନୂତନ ଭାବରେ ଆରମ୍ଭ ହୋଇଥିବା MMU ପୋଡାପଦର, ପାଡେପଦର, ମାଳିଗାଁ, ତଲନାଗି ଏବଂ ମହୁଲପାଟଣା ପଞ୍ଚାୟତର ୪୦ରୁ ଅଧିକ ଦୂରବର୍ତ୍ତୀ ଗ୍ରାମରେ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରସ୍ତୁତି କରାଯାଇଛି ବୋଲି ସ୍ବାସ୍ଥ୍ୟ ସ୍ବରାଜ ପକ୍ଷରୁ ସୂଚନା ଦିଆଯିବା ସହ ଏହି ଅଞ୍ଚଳର ସବୁଠାରୁ ଅନୁନ୍ନତ ଜନସଂଖ୍ୟାର ୧୦୦ ରୁ ଅଧିକ ଗ୍ରାମର ଲୋକଙ୍କୁ ଏହି ସେବା ଲାଭ ପହଞ୍ଚାଇ ପାରିବ । ଏପର୍ଯ୍ୟନ୍ତ ଏହି ଆଭ୍ୟନ୍ତରୀଣ ଅଞ୍ଚଳର ବାସିନ୍ଦା ମାନଙ୍କୁ ମୌଳିକ ଚିକିତ୍ସା ପାଇଁ ନବରଙ୍ଗପୁର କିମ୍ବା ରାୟଗଡ଼ାର ଜିଲା ଡାକ୍ତରଖାନା ଗୁଡ଼ିକୁ ଦୀର୍ଘ ଦୂର ଯାତ୍ରା କରିବାକୁ ବାଧ୍ୟ ହେଉଥିଲେ । ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ ବର୍ତ୍ତମାନ କାର୍ଯ୍ୟକ୍ଷମ ହେବା ସହିତ, ଅତ୍ୟାବଶ୍ୟକ ରୋଗ ନିର୍ଣ୍ଣୟ, ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଶିକ୍ଷା ସେବା ଲୋକଙ୍କ ଦ୍ୱାରରେ ପହଞ୍ଚିବ। ଏହା ଆଦିବାସୀ ପରିବାର ଉପରେଥିବା ସ୍ବାସ୍ଥ୍ୟ ଏବଂ ଆର୍ଥିକ ବୋଝ ଉଭୟକୁ ହ୍ରାସ କରିବ ବୋଲି ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟିର ପ୍ରତିଷ୍ଠାତା ସଚିବ ଡକ୍ଟର ଜେମ୍ମା ଜୋସେଫ ଏଡାସେରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିବା ବେଳେ ଜିଲ୍ଲା ଚିକିତ୍ସା ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଏହି ପଦକ୍ଷେପର ପ୍ରାସଙ୍ଗିକତା ଏବଂ ପ୍ରଭାବକୁ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri