ଚଳିତ ବର୍ଷ ୭୦ କୋଟି ମତ୍ସ ଯାଆଁଳ ବିକିବେ ସରକାର: ଭିତ୍ତିଭୂମୀ, କର୍ମଚାରୀ ଅଭାବ ଯୋଗୁ ଲକ୍ଷ୍ୟ ପୂରଣ ନେଇ…

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ)-ଚଳିତ ବର୍ଷ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ତେଣୁ ଧାନ ଏବଂ ମାଛ ଚାଷ ପାଇଁ ଚାଷୀମାନେ ତତ୍ପର ହେଲେଣି। ଚଳିତ ବର୍ଷ କେବଳ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ ଫାର୍ମ ମାଧ୍ୟମରେ ୭୦ କୋଟି ୩୦ ଲକ୍ଷ ମତ୍ସ୍ୟ ଯାଆଁଳ ବିକ୍ରି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଗତବର୍ଷ ତୁଳନାରେ ଏହା ଦୁଇଗୁଣ ହୋଇଛି। ବିଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ମତ୍ସ୍ୟ ଚାଷୀ ଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଯୋଗୁ ଏହାକୁ ଆଖି ଆଗରେ ରଖି ସରକାର ଯାଆଁଳ ବିକ୍ରି ଲକ୍ଷ୍ୟକୁ ଦୁଇଗୁଣ କରିଛନ୍ତି। କିନ୍ତୁ ସରକାର ଏବଂ ସରକାର ଅଧିନରେ ଥିବା ନିଗମ ଫାର୍ମ ଗୁଡ଼ିକର ଭିତ୍ତିଭୂମି ଠିକ ନାହିଁ। କର୍ମଚାରୀର ମଧ୍ୟ ଅଭାବ ରହିଛି। ଏହିଭଳି ରାଜ୍ୟର ପୁରାତନ ଭଞ୍ଜନଗର ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ରରେ ବର୍ତ୍ତମାନ ନିୟମିତ କର୍ମଚାରୀ ନାହାନ୍ତି। ଦୁଇଜଣ ଅଫିସର୍‌ ହିଁ ନିୟମିତ କର୍ମଚାରୀ ଅଛନ୍ତି । ଠିକା ଶ୍ରମିକ ଙ୍କୁ ନେଇ କାମ ଚାଲିଛି। ଗତବର୍ଷ ଏହି କେନ୍ଦ୍ରରୁ ୪ କୋଟି ୨୦ ଲକ୍ଷ ଯାଆଁଳ ବିକ୍ରି ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଚଳିତ ବର୍ଷ ତାହା ୮ କୋଟି ୫୫ ଲକ୍ଷ କରିଦିଆଯାଇଛି।

ଗୋଟିଏ ପଟେ କର୍ମଚାରୀ ଅଭାବ ଅନ୍ୟପଟେ ଭିତ୍ତିଭୂମି ଠିକ ନାହିଁ। ତେଣୁ ଲକ୍ଷ୍ୟ କିଭଳି ପୂରଣ ହେବ ତାହାକୁ ନେଇ କର୍ମଚାରୀ ମାନେ ଦ୍ବନ୍ଦରେ ଅଛନ୍ତି। ସେହିଭଳି ରାଜ୍ୟରେ ସର୍ବମୋଟ ୭୦ କୋଟି ୩୦ ଲକ୍ଷ ଯାଆଁଳ ବିକ୍ରି ଲକ୍ଷ୍ୟ ଅଛି। ଏଥିସହ ବେସରକାରୀ ଫାର୍ମଗୁଡିକ ମଧ୍ୟ ଯାଆଁଳ ବିକ୍ରି କରନ୍ତି। ଗଞ୍ଜାମ ଜିଲାରେ ଭଞ୍ଜନଗର, ଘୋଡ଼ାଦାଣ୍ଡି, ଦୁବ, ପୋଲସରା, ଦିଗପହଣ୍ଡିରେ ସରକାରୀ ଓ ବେସରକାରୀ ଯାଆଁଳ ଉତ୍ପାଦନ କେନ୍ଦ୍ର ଅଛି। ସରକାରୀ ଫାର୍ମଗୁଡ଼ିକରେ ଆସନ୍ତା ସପ୍ତାହରୁ ଯାଆଁଳ ବିକ୍ରି ଲକ୍ଷ୍ୟ ରଖାଯାଇଥିବା ବେଳେ ବେସରକାରୀ ଫାର୍ମ ଗୁଡ଼ିକରେ ବର୍ତ୍ତମାନ ଯାଆଁଳ ବିକ୍ରି ଆରମ୍ଭ ହୋଇଗଲାଣି। ବର୍ଷା ଯୋଗୁ ପୋଖରୀଗୁଡ଼ିକରେ ଧୀରେ ଧୀରେ ପାଣି ଭର୍ତ୍ତି ହେଉଛି। କିନ୍ତୁ ଜଳଭଣ୍ଡାର ଗୁଡ଼ିକ ଏବେବି ଶୁଖିଲା ପଡ଼ିଛି। ତେଣୁ ମତ୍ସ୍ୟ ଚାଷ ଯେତିକି ଅଗ୍ରଗତି ହେବା କଥା ହୋଇପାରୁନାହିଁ।

ଗଞ୍ଜାମ ଜିଲାରେ ପ୍ରାୟ ଏକ ଲକ୍ଷ ମତ୍ସ୍ୟଚାଷୀ ଏବଂ ମତ୍ସ୍ୟଜିବୀ ଅଛନ୍ତି। ସେମାନଙ୍କର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ଏନେଇ ଭଞ୍ଜନଗର ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ରର ଅବସରପ୍ରାପ୍ତ ପରିଚାଳକ ସରିଫ ଅହମ୍ମଦ ଏଠାରେ କହିଛନ୍ତି ଯେ ବର୍ତ୍ତମାନ ଯାଆଁଳ ଛାଡ଼ିବା ସମୟ ହୋଇଯାଇଛି । କିନ୍ତୁ ଲଗାଣ ବର୍ଷା ହେଲେ ଯାଆଁଳ ଛାଡ଼ିଲେ ପାଣି ସମସ୍ୟା ଆଉ ରହିବ ନାହିଁ। ମତ୍ସ୍ୟଚାଷ ଆଗ୍ରହ ଦେଇ କଲେ ଏଥିରୁ ଲାଭ ଅଧିକ ମିଳିବ। ତେଣୁ ଯୁବ ଚାଷୀ ମାନେ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

ଭଞ୍ଜନଗର ଯାଆଁଳ କେନ୍ଦ୍ରର ପରିଚାଳକ ସୁଧାଂଶୁ ଶେଖର ସାହୁ ଏଠାରେ କହିଛନ୍ତି ଯେ ସରକାର ଚାଷୀଙ୍କୁ ଯାଆଁଳ ଏବଂ ଦାନା କିଣିବା ପାଇଁ ୪୦ ରୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ ଦେଉଛନ୍ତି। ଏଥିସହ ମତ୍ସ୍ୟଜିବୀଙ୍କୁ ମଧ୍ୟ ବିଭିନ୍ନ ଛାଡ଼ ଦିଆଯାଇଛି। ସରକାରଙ୍କ ଲକ୍ଷ୍ୟକୁ ପୂରଣ ପାଇଁ ଚେଷ୍ଟା ଚାଲିଛି ବୋଲି ସାହୁ କହିଛନ୍ତି। ରାଜ୍ୟରେ ସରକାର ଓ ନିଗମ ଅଧିନରେ ପ୍ରାୟ ୧୨୫ ଟି ଫାର୍ମ ଅଛି। ସେଥିମଧ୍ୟରୁ ୫୯ ଟି ଫାର୍ମ ରେ ଯାଆଁଳ ବିକ୍ରି ଲକ୍ଷ୍ୟ ରଖାଯାଇଛି। ଅନ୍ୟପଟେ ସରକାରଙ୍କ ବିଭିନ୍ନ ଯୋଜନାରେ ପୋଖରୀ ଖୋଳିବା ସଂଖ୍ୟା ବଢ଼ିଛି। ଏହିଭଳି ଜିଲ୍ଲାରେ ମଧ୍ୟ ବଢ଼ିଛି। କିନ୍ତୁ ଲକ୍ଷ୍ୟ କେତେଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।
ଫୋଟ ୧୭a ଘୋଡ଼ାଦାଣ୍ଡି ଫାର୍ମରେ ଯାଆଁଳ ବିକ୍ରି ଚାଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri