ଇରାନକୁ ଇସ୍ରାଏଲ ଦେଲା ଜବରଦସ୍ତ ଝଟକା! ୫ ଦିନରେ ଦ୍ୱିତୀୟ CDS ମୃତ

ଜେରୁଜେଲମ,୧୭।୬: ଇସ୍ରାଏଲୀ ସେନା ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ଇରାନର ଶୀର୍ଷ ସେନା ଅଧିକାରୀ ଅଲି ଶାଦମାନୀଙ୍କୁ ହତ୍ୟା କରିଥିବା ସୂଚନା ଦେଇଛି।
ଅଲି ଶାଦମାନୀ ଇରାନୀ ସେନାର ଜରୁରୀକାଳୀନ କମାଣ୍ଡର ଥିଲେ। ସମ୍ପ୍ରତି ତାଙ୍କୁ ସମଗ୍ର ସେନାର କମାଣ୍ଡ ଦିଆଯାଇଥିଲା, କାରଣ ପୂର୍ବ କମାଣ୍ଡର ଆଲା ଅଲି ରସିଦ ଆକ୍ରମଣରେ ମୃତ୍ୟୁବରଣ କରିସାରିଛନ୍ତି।
ଅଲି ଶାଦମାନୀ ଇରାନୀ ସେନା ଏବଂ ରିଭୋଲ୍ୟୁସନାରୀ ଗାର୍ଡ (IRGC) ଉଭୟର ନେତୃତ୍ୱ ନେଇଥିଲେ। ତାଙ୍କୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମରିକ ନେତାଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଉଥିଲା। ତାଙ୍କ ମୃତ୍ୟୁକୁ ଇରାନୀ ସେନା ପାଇଁ ଏକ ବଡ଼ ଧକ୍କା ବୋଲି ବିବେଚନା କରାଯାଉଛି।
ମଙ୍ଗଳବାର ଅର୍ଥାତ୍‌ ଜୁନ ୧୭, ୨୦୨୫ରେ ତେଲ ଅଭିଭ ଏବଂ ଜେରୁଜେଲମରେ ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା। ଏଏଫପି ଅନୁଯାୟୀ, ଇସ୍ରାଏଲର ଅନେକ ସ୍ଥାନରେ ସାଇରନ ବାଜିବା ଆରମ୍ଭ ହୋଇଥିଲା, ଯାହା ପରେ ସେନା କହିଛି ଯେ ଇରାନରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି।
ଇସ୍ରାଏଲୀ ସେନା ଏକ ବିବୃତ୍ତିରେ କହିଛି, ‘କିଛି ସମୟ ପୂର୍ବରୁ, ଇରାନରୁ ଇସ୍ରାଏଲ ଆଡକୁ କ୍ଷେପଣାସ୍ତ୍ର ଆସିବାର ରିପୋର୍ଟ ପରେ ଅନେକ ଅଞ୍ଚଳରେ ସାଇରନ ବାଜିଥିଲା। ସେନା ଏହା ମଧ୍ୟ କହିଛି ଯେ ବାୟୁସେନା କ୍ଷେପଣାସ୍ତ୍ରଗୁଡ଼ିକୁ ପ୍ରତିହତ କରିବାରେ ଏବଂ ଆବଶ୍ୟକ ହେଲେ ପ୍ରତିଶୋଧ ନେବାରେ ନିୟୋଜିତ ଅଛି।’
ପ୍ରାୟ ୨୦ ମିନିଟ ପରେ, ସେନା ଆଉ ଏକ ବିବୃତ୍ତି ଜାରି କଲା, ଯେଉଁଥିରେ କୁହାଯାଇଥିଲା ଯେ ଏବେ ଲୋକମାନେ ଅନେକ ଅଞ୍ଚଳର ସୁରକ୍ଷିତ ସ୍ଥାନରୁ ବାହାରକୁ ଆସିପାରିବେ।
ସେନା ଏହା ମଧ୍ୟ କହିଛି ଯେ ଯେଉଁ ସ୍ଥାନରୁ କ୍ଷେପଣାସ୍ତ୍ର ପଡ଼ିବାର ରିପୋର୍ଟ ମିଳିଛି, ସେଠାକୁ ସନ୍ଧାନ ଏବଂ ଉଦ୍ଧାର ଦଳ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri