ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନ କ୍ଷେତ୍ର: ମୁକୁଳା ପଡ଼ିଛି ଡୁଲୁରୀ ପାଇନବଣ, ରାଜସ୍ବ ହରାଉଛି ପ୍ରଶାସନ

ଦାରିଙ୍ଗବାଡ଼ି,୧୪ା୬(ଅରୁଣ ସାହୁ): ଦୈନିକ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲୁଛନ୍ତି। ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଖରାଛୁଟିରେ ଛାତ୍ରୀଛାତ୍ର ପରିବାର ସହ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ଏହି ପରିପ୍ରେକ୍ଷୀରେ ଉକ୍ତ ବ୍ଲକର ପର୍ଯ୍ୟଟନକ୍ଷେତ୍ର ହିଲ୍‌ଭିୟୁ ପାର୍କ ସମେତ ନେଚର ପାର୍କ, କଫି ବଗିଚା, ମିଡିୟୁବାନ୍ଦା ଜଳପ୍ରପାତ, କିସୁବାଡ଼ି ଜଳପ୍ରପାତ, ଲଭର୍ସ ପଏଣ୍ଟ ଆଦି ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ତେବେ ଡୁଲୁରୀ ପାଇନବଣରେ ବଣଭୋଜି କରି ମଜା ନେଉଛନ୍ତି ପର୍ଯ୍ୟଟକ। ତେବେ ଶୀତଦିନ ଅକ୍ଟୋବରଠାରୁ ଜାନୁଆରୀ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କଠାରୁ ଟିକେଟ୍‌ ସଂଗ୍ରହ କରାଯାଉଥିବା ବେଳେ ତା’ ପରଠାରୁ ଡୁଲୁରୀ ପାଇନବଣର ମୁଖ୍ୟ ଫାଟକ ଖୋଲା ରହୁଛି। ଫଳରେ ଉକ୍ତ ବଣ ମଧ୍ୟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ହେବା ସହ ଖାଲି ମଦ ବୋତଲ ଏଣେ ତେଣେ ପଡ଼ିବା ସହ ପ୍ଲାଷ୍ଟିକ, ପଲିଥିନ୍‌, ଅଇଁଠା ଖଲିପତ୍ର ଏଣେତେଣେ ପଡ଼ିଛି ଫଳରେ ପୁତ୍ତିମୟ ଗନ୍ଧ ହେଉଛି। ଶୀତଦିନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ଏହାର ତଦାରଖ ଦାୟିତ୍ୱ ସହ ଟିକେଟ ସଂଗ୍ରହର ଦାୟିତ୍ୱ ଦିଆଯାଇଛି। ପ୍ରଶାସନ ସହ ସହାଭାଗିତାରେ ଏସ୍‌ଏଚ୍‌ଜି ମହିଳାମାନେ ମୁଖ୍ୟ ଫାଟକରେ ଟିକେଟ୍‌ ସଂଗ୍ରହ କରିବା ସହ ସଫେଇ କରି ପାଇନ ବଣକୁ ସ୍ବଚ୍ଛତା ରଖୁଥିଲେ। ଏବେ ଖୋଲା ଛାଡ଼ିଦେଇ ଥିବାରୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହେଉଛି ବୋଲି ଜଣାପଡ଼ିଛି। ହିଲଭିୟୁ ମେ’ ମାସରେ ୯୦ ହଜାର ଟିକେଟ୍‌ ବାବଦକୁ ରୋଜଗାର କରିଥିବା ବେଳେ ଡୁଲୁରୀ ପାଇନ ବଣ ଶୂନ ରୋଜଗାର ହୋଇଛି। ଏବେ ବ୍ଲକ ପ୍ରଶାସନ ଉକ୍ତ ପାଇନବଣରେ ୮୫ ଲକ୍ଷ ଟଙ୍କା ଅନୁଦାନରେ ଶିଶୁ ଉଦ୍ୟାନ, ସେଲ୍ଫି ପଏଣ୍ଟ, ଗୋଷ୍ଠୀ ଶୌଚାଳୟ, ଭୋଜି ରାନ୍ଧିବା ପାଇଁ ପିଣ୍ଡି ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ପାଇଁ ଆଶ୍ରୟ ସ୍ଥଳ, ମୁଖ୍ୟ ଫାଟକ, ସିମେଣ୍ଟ ବେଞ୍ଚ ବ୍ୟବସ୍ଥା ଆଦି କରିଥିବା ଜଣାପଡ଼ିଛି। କିନ୍ତୁ ମେକୁକା ଯୋଗୁ ଏବେ ସବୁ ଭଙ୍ଗାରୁଜା ହେବା ଆଶଙ୍କା ବୃଦ୍ଧି ପାଇଛି ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏହାକୁ ହିଲଭିୟୁ ଦାୟିତ୍ୱ ନେଇଥିବା ସାଂଜାସରୁ ଉନ୍ନୟନ ଟ୍ରଷ୍ଟକୁ ରକ୍ଷଣାବେକ୍ଷଣ ଦାୟିତ୍ୱ ଦେବାକୁ ବିଭିନ୍ନ ସଂଗଠନ ପକ୍ଷରୁ କନ୍ଧମାଳ ଜିଲାପାଳଙ୍କ ନିକଟରେ ଦାବି ହୋଇଛି।

ଏନେଇ ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ପଚାରିବାରୁ ସେ କହିଛନ୍ତି, ଶୀତଦିନରେ ଡୁଲୁରୀରୁ ବ୍ଲକ ପ୍ରଶାସନ ଆକାଉଣ୍ଟକୁ ୭୦ ହଜାର ଆସିଛି ଏସ୍‌ଏଚ୍‌ଜି ଓ ପ୍ରଶାସନର ଭାଗ ଅଂଶରେ ସେତିକି ରୋଜଗାର ଆସିଛି ଯଦି ନିୟମିତ ଟିକେଟ ସଂଗ୍ରହ କରାଗଲେ ଅଧିକ ରାଜସ୍ବ ଆସିପାରିଥାନ୍ତା ବୋଲି ସେ କହିଛନ୍ତି। ଏନେଇ ଜିଲାପାଳ ଅମ୍ରିତ ଋତୁରାଜଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଜୁନ୍‌ ପହିଲାରୁ ସାଂଜାସରୁ ଉନ୍ନୟନ ଟ୍ରଷ୍ଟକୁ ଦାୟିତ୍ୱ ଦିଆଯିବ। ଏନେଇ ସେ ବିଡିଓଙ୍କ ସହ ଆଲୋଚନା କରିଥିବା କହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମାସର ଅଧା ଦିନ ବିତିଯାଇଥିଲେ ମଧ୍ୟ ଡୁଲୁରୀ ପାଇନବଣ ମୁକୁଳା ପଡ଼ିଛି ତୁରନ୍ତ ଟ୍ରଷ୍ଟକୁ ଦାୟିତ୍ୱ ପ୍ରଦାନ ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri