ଭଞ୍ଜନଗର-ଆସିକାରେ ମେଡିକାଲ କଲେଜ ପାଇଁ ଦାବି: ଏକାଠି ହେଲେ…

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ)-ଗଞ୍ଜାମ ଏବଂ କନ୍ଧମାଳ ଜିଲାର ଅନେକ ଉନ୍ନତି ସହ ରେଳ ଲାଇନ କ୍ଷେତ୍ରରେ ଦକ୍ଷୀଣ ଓଡ଼ିଶାରେ ବିକାଶ ପାଇଁ ଆଜକୁ ବହୁବର୍ଷ ହେବ ଦାବି ହେଉଛି। କିନ୍ତୁ ବିକାଶ ହେବାକୁ ନାହିଁ। ଇତିମଧ୍ୟରେ ଦକ୍ଷିଣ ଓଡ଼ିଶା ରେଳପଥ ଓ ସାମୁହିକ ଭିତ୍ତିଭୂମି ଉନ୍ନୟନ ବିକାଶ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବୀ ହାସଲ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି। ଆଜକୁ କିଛିଦିନ ହେବ କମିଟିର କର୍ମକର୍ତ୍ତାମାନେ ଗଞ୍ଜାମ ଏବଂ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତକରି ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି। ଏହିଭଳି ଶୁକ୍ରବାର ସାଂରେ କ୍ରିୟାନୁଷ୍ଠାନ କମିଟି ଶୋଭାଯାତ୍ରାକୁ ଚକରା ବିଷୋୟୀ ଛକରେ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏହାପରେ ସେଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ସହରରେ ଏକ ପଥପ୍ରାନ୍ତ ସଭା ହୋଇଥିଲା। ଏଥିରେ ବକ୍ତାମାନେ ଯୋଗଦେଇ ବ୍ରହ୍ମପୁର ଭାୟା ହିଞ୍ଜିଳିକାଟୁ, ଆସିକା, ଭଞ୍ଜନଗର, ଫୁଲବାଣୀ ରେଳ ଲାଇନ ପାଇଁ ତୁରନ୍ତ ବଜେଟ ରେ ଅର୍ଥ ବରାଦ କରି କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଥିଲେ। ଏହାପରେ ଉପ ଜିଲାପାଳ ଉମା ଶଙ୍କର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ବ୍ରହ୍ମପୁର ବଡ ମେଡ଼ିକାଲକୁ ଏମସ ମାନ୍ୟତା ଦିଆଯାଉ। ଏଥିସହ ଭଞ୍ଜନଗର ଏବଂ ଆସିକା ରେ ଗୋଟିଏ ଗୋଟିଏ ମେଡ଼ିକାଲ କଲେଜ ସ୍ଥାପନ କରାଯାଉ। ଶିକ୍ଷାନୁଷ୍ଠାନ ଗୁଡିକର ପୁନରୁଦ୍ଧାର ସହ କୃଷି ଶିଳ୍ପ ସ୍ଥାପନ, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦକୁ ଏକ ସ୍ବୟଂ ସମ୍ପୂର୍ଣ ଭାବେ ତ୍ରାନିତ କରିବା, ବ୍ରହ୍ମପୁର ନିକଟରେ ଏକ ଗ୍ରୀନ ଫିଲ୍ଡ ଓ କର୍ଗୋ ବିମାନବନ୍ଦର ସ୍ଥାପନ, ମହାନଦୀ କୁ ଋଷିକୂଲ୍ୟା ଦେଇ ବାହୁଡା଼ ନଦୀ ସହ ସଂଯୋଗିକରଣ, ଦକ୍ଷିଣ ଓଡ଼ିଶା ରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ଦାବୀ ହୋଇଛି।

ଏହି ଆନ୍ଦୋଳନରେ ଭଞ୍ଜନଗରର ସବୁ ପ୍ରମୁଖ ରାଜନୈତିକ ଦଳର ନେତା ସମେତ ସାମ୍ବାଦିକ ସଂଘ, ଘୁମୁସର ବାହିନୀ,ବଣିକ ସଂଘ, ବଶିଷ୍ଠ ନାଗରିକ ମଞ୍ଚ, ବିପଦର ବନ୍ଧୁ ସମେତ ପ୍ରମୁଖ ଅନୁଷ୍ଠାନ ସାମିଲ ହୋଇ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। କ୍ରିୟାନୁଷ୍ଠାନ କମିଟିର ଆବାହକ ସରୋଜ ପଟ୍ଟନାୟକ , ପ୍ରିତିସ କୁମାର ପାଣିଗ୍ରାହୀ, ଆଦିତ୍ୟ ପ୍ରସାଦ ରଥ, ଦେବେନ୍ଦ୍ର ଦେବ, ବାଳକୃଷ୍ଠ ପଣ୍ଡା,, ଲକ୍ଷ୍ମୀ ନାରାୟଣ ପାଢ଼ୀ, ବିନୋଦ ଠାକୁର, ନୀଳମାଧବ ପାତ୍ରଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲିଛି। ଭଞ୍ଜନଗର ବାର ଆସୋସିଏଶନ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର, ସମ୍ପାଦକ ଜ୍ୟୋତିରାଜ ପତି, ବ୍ଲକ ଅଧ୍ୟକ୍ଷ ନରି ସଭା ନାୟକ, ଜଗବନ୍ଧୁ ଜେନା, ବାମପନ୍ଥୀ ନେତା ତଥା ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୋମନାଥ ନାୟକ,ଭାଜପା ନେତା ସନ୍ତୋଷ ପାଳ, ମୂରଲୀ ପଣ୍ଡା,ବିଜେଡିର ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ବଣିକ ସଂଘ ନେତା ସୁଶାନ୍ତ ମହାପାତ୍ର, ଭଞ୍ଜ କିଶୋର ପ୍ରଧାନ, ସୁଶାନ୍ତ ତ୍ରିପାଠୀ, ଗୋପାଳ ଲେଙ୍କା, ଡି ଚେଲପତି ରାଓ , କଂଗ୍ରେସ ନେତା ସନ୍ତୋଷ ନାୟକ,ପ୍ରଶାନ୍ତ ମହାନ୍ତି, ପ୍ରକାଶ ସାହୁ, ଗୋପାଳ ବିଷୋୟୀ, ନଚିକେତା ପ୍ରଧାନ, ଅରକ୍ଷିତ ପରିଚ୍ଛା ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଆଜି ଆନ୍ଦୋଳନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri