ଭଞ୍ଜନଗର ମେଡିକାଲକୁ ମିଳିବ ଜିଲା ମାନ୍ୟତା: ସ୍ବାସ୍ଥ୍ୟମନ୍ତ୍ରୀ

ଭଞ୍ଜନଗର,୭।୬(ବାବୁଲା ପ୍ରଧାନ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଶନିବାର ସନ୍ଧ୍ୟାରେ ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ମେଡ଼ିକାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା କିଭଳି ମିଳୁଛି ପଚାରି ବୁଝିଥିଲେ। ଏହାପରେ ମେଡ଼ିକାଲ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଥିଲେ।
ସମୀକ୍ଷା ସମୟରେ ମନ୍ତ୍ରୀ ମେଡ଼ିକାଲର ସମସ୍ତ ସମସ୍ୟାକୁ ଖୁବ୍‌ଶୀଘ୍ର ପୂରଣ କରାଯିବ ବୋଲି କହିଥିଲେ। ସିଟି ସ୍କାନ ସୁବିଧା ଆଗାମୀ ଦିନରେ ଏଠାରେ ମିଳିବ। ନୂତନ ଡାକ୍ତର ନିଯୁକ୍ତି ପ୍ରକ୍ରିୟା ଚାଲିଛି। ନୂତନ ନିଯୁକ୍ତିରେ ଏହି ମେଡ଼ିକାଲକୁ ପ୍ରାଧାନ୍ୟ ଦିଆଯିବ। ସ୍ବାସ୍ଥ୍ୟବୀମା କାର୍ଡ଼ ପ୍ରଦାନରେ ଗଞ୍ଜାମ ଜିଲା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପ୍ରଥମ ଅଛି ା ଅନ୍ୟାନ୍ୟ ବିକାଶ କ୍ଷେତ୍ରରେ ଗଞ୍ଜାମ ଜିଲା ଆଗୁଆ ଅଛି। ସବୁଠାରୁ ଅଧିକ ଅନୁଦାନ ଗଞ୍ଜାମ ଜିଲାକୁ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ।
ଏଥିସହ ମନ୍ତ୍ରୀ କହିଥିଲେ ଯେ ଫୁଲବାଣୀରେ ଆଜିଠାରୁ ମେଡ଼ିକାଲ କଲେଜ ଖୋଲିବା ପରେ ଏଠାକାର ରୋଗୀ ଫୁଲବାଣୀ ଯାଇ ଉନ୍ନତ ସ୍ବାସ୍ଥ୍ୟସେବା ପାଇପାରିବେ। ଭଞ୍ଜନଗର ମେଡ଼ିକାଲ ସବୁ କ୍ଷେତ୍ରରେ ଭଲ ଅଛି। ଆଗାମୀ ଦିନରେ ଫୁଲବାଣୀ ମେଡ଼ିକାଲ କଲେଜରୁ ସପ୍ତାହକୁ ୩ ଦିନ କିଛି ଡ଼ାକ୍ତର ଭଞ୍ଜନଗର ଆସି ଏଠାରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବେ। ଭଞ୍ଜନଗର ମେଡ଼ିକାଲକୁ ଜିଲା ମେଡ଼ିକାଲ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ଆଲୋଚନା ସମୟରେ କହିଥିଲେ। ସୁସ୍ଥ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ପଦକ୍ଷେପ ନେଇଛନ୍ତି। ତେଣୁ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏ  ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ହେଉଛି। ଏହାଦ୍ୱାରା ଲୋକେ ଘର ପାଖରେ ସ୍ବାସ୍ଥ୍ୟ ସେବା ପାଇପାରୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ।
ଆଲୋଚନାରେ ଭାଗ ନେଇ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ କହିଥିଲେଯେ ମୁଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଆମ ମେଡ଼ିକାଲର ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ଅନେକଥର ଅନୁରୋଧ କରିଛି। ମୋ ଅନୁରୋଧକୁ ମନ୍ତ୍ରୀ ରକ୍ଷାକରି ମେଡ଼ିକାଲର ସମସ୍ୟାକୁ ସମାଧାନ କରୁଛନ୍ତି। ଆଗାମୀ ଦିନରେ ମେଡ଼ିକାଲର ଆହୁରି କିଛି ଉନ୍ନତି କରିବାର ଅଛି। ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ବିଧାୟକ ନାୟକ କହିଥିଲେ।
କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ବୈଠକରେ ଯୋଗଦେଇ ରାଜ୍ୟ ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣୁଛନ୍ତି ବୋଲି କହିଥିଲେ। ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରା ସ୍ବାଗତ ଭାଷଣ ଦେଇଥିଲେ। ମେଡ଼ିକାଲ ଅଧିକ୍ଷକ ଡ଼.ସିତାଶୁଂ ଶେଖର ଶତପଥୀ ମେଡ଼ିକାଲର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ କହିଥିଲେ। ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡ଼.ଭବାନି ଶଙ୍କର ମିଶ୍ର ଜିଲାର ସ୍ବାସ୍ଥ୍ୟସେବା ସମେତ ଅନ୍ୟାନ୍ୟ ବିଷୟରେ କହିଥିଲେ।  ଜିଲା ମେଡ଼ିକାଲ ପରିଚାଳକ ବୁଲୁନାଥ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଭଞ୍ଜନଗର ମେଡ଼ିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଭାଜପା ଘୁମୁସର ସାଙ୍ଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର, ଧୋବା ଗୌଡ଼, ଏମପି ପ୍ରତିନିଧି ସୂର୍ଯ୍ୟ ନାରାୟଣ ପଣ୍ଡା,ରବିନ୍ଦ୍ର ଗୌଡ଼, ବିଷ୍ଣୁ ପ୍ରସାଦ ପ୍ରଧାନ, ମାନସ ଜେନା, ଶିବ ଶଙ୍କର ମହାପାତ୍ର,ରମଶେ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ

ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍‌ଏସି...

ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri