Posted inଖେଳ

ସ୍ବପ୍ନ ସତ ହେବାପରେ ପଡ଼ିରେ ଭୋ ଭୋ ହୋଇ କାନ୍ଦିଲେ ବିରାଟ କୋହଲି: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୬: ବିରାଟ କୋହଲିଙ୍କ ସ୍ବପ୍ନ ଶେଷରେ ସତ ହେଲା। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସ୍ଲୋଗାନ – ଏ ସାଲା କପ ନାମ ଦେ ଶେଷରେ ସଫଳ ହୋଇଥିଲା। RCB ପ୍ରଥମ ଥର ପାଇଁ IPL ଚାମ୍ପିଅନ ହେଲା। ୧୮ ବର୍ଷର କଠିନ ପରିଶ୍ରମ ଫଳ ପାଇଲା ଏବଂ କୋହଲି ଏବେ ଟ୍ରଫି ଉଠାଇଥିବା ଦଳରେ ସାମିଲ ହେଲେ।

ଶେଷ ଓଭରରେ ପଞ୍ଜାବ କିଙ୍ଗସକୁ ଜିତିବା ପାଇଁ ୨୯ ରନ ଆବଶ୍ୟକ ଥିଲା। ଜୋଶ ହାଜେଲଉଡ ଦ୍ୱିତୀୟ ଡଟ ବଲ ପକାଇବା ମାତ୍ରେ RCBର ବିଜୟ ନିଶ୍ଚିତ ହୋଇଗଲା। ତା’ପରେ କ୍ୟାମେରାମ୍ୟାନ ବିରାଟ କୋହଲିଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କଲେ, ଯିଏ କାନ୍ଦୁଥିବାର ଦେଖାଗଲେ। ତା’ପରେ ପଡ଼ିଆରେ RCB…RCBର ସ୍ଲୋଗାନ ଆରମ୍ଭ ହୋଇଗଲା। କୋହ

କ୍ୟାମେରାମ୍ୟାନ ପୁଣି ଶେଷ ପର୍ଯ୍ୟନ୍ତ କୋହଲିଙ୍କ ଉପରେ ଧ୍ୟାନ ରଖିଥିଲେ। RCBର ବିଜୟ ନିଶ୍ଚିତ ହେବାପରେ କୋହଲି ପଡ଼ିଆରେ ମୁହଁ ଲୁଚାଇ କାନ୍ଦିବାକୁ ଲାଗିଲେ। ତା’ପରେ ସାଥୀ ଖେଳାଳିମାନେ ଆସି ତାଙ୍କୁ ଉଠାଇଥିଲେ। କୋହଲିଙ୍କ ବିଜୟ ଉପରେ ତାଙ୍କ ବିଶେଷ ବନ୍ଧୁ ଏବି ଡିଭିଲିୟର୍ସଙ୍କ ଭାବନା ମଧ୍ୟ ଦେଖିବା ଯୋଗ୍ୟ ଥିଲା। ବିରାଟଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଷ୍ଟାଣ୍ଡରେ ଉତ୍ସାହର ସହିତ ଆରସିବିର ବିଜୟ ପାଳନ କରୁଥିବାର ଦେଖାଯାଇଥିଲା।

ବିଜୟ ପରେ କୋହଲି କହିଥିଲେ, ଏହି ବିଜୟ ଦଳର ଏବଂ ପ୍ରଶଂସକମାନଙ୍କର। ଦୀର୍ଘ ୧୮ ବର୍ଷ ପରେ ଟାଇଟଲ ଜିତିଲି। ମୁଁ ମୋର ଶ୍ରେଷ୍ଠତା ଏବଂ ଅଭିଜ୍ଞତା ଏହି ଦଳକୁ ଦେଇଥିଲି। ମୁଁ ପ୍ରତ୍ୟେକ ସିଜନରେ ଜିତିବାକୁ ଚେଷ୍ଟା କରିଥିଲି ଏବଂ ମୋର ସର୍ବସ୍ବ ଦେଇଥିଲି। ଶେଷରେ ଟାଇଟଲ ଜିତିବାର ଅନୁଭବ ଅବିଶ୍ୱସନୀୟ। କେବେ ଭାବି ନଥିଲି ଯେ ଏପରି ଦିନ ଆସିବ। ଶେଷ ବଲ ପରେ ମୁଁ ଭାବପ୍ରବଣ ହୋଇଗଲି। ମୋର ସମସ୍ତ ଶକ୍ତି ଦେଇଥିଲି ଏବଂ ଏହି ବିଜୟ ଏକ ମହାନ ଅନୁଭବ।

ଆଇପିଏଲ ୨୦୨୫ ଫାଇନାଲ୍‌ରେ ପଞ୍ଜାବ କିଙ୍ଗ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୯୦ ରନ କରିଥିଲା। ଜବାବରେ ପଞ୍ଜାବ କିଙ୍ଗସ ଦଳ ୨୦ ଓଭରରେ ୭ ଉଇକେଟ ହରାଇ ୧୮୪ ରନ କରିପାରିଥିଲା। ଆରସିବି ୬ ରନରେ ମ୍ୟାଚ ଜିତି ପ୍ରଥମ ଥର ପାଇଁ ଆଇପିଏଲ ଟାଇଟଲ ଜିତିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri