ପରିଚୟ ଖୋଜୁଛି କଫି ବଗିଚା: ପର୍ଯ୍ୟଟକଙ୍କୁ ମିଳୁନି ମୌଳିକ ସୁବିଧା, ଦଲାଲ ସକ୍ରିୟ

ଦାରିଙ୍ଗବାଡି, ୩।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଫି ବଗିଚା ଏବେ ତାର ପରିଚୟ ହରାଇବାକୁ ବସିଲାଣି। ପ୍ରକାଶ ଯେ, ୧୯୭୪ ମସିହାରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୬.୭୧ ହେକ୍ଟର ଜମିରେ ମୋଟ ମୋଟ ୪୭ହଜାର ୮୩୮ଟି କଫି ଗଛ ରୋପଣ କରାଯାଇଥିଲା। ତା’ ପରିସର ମଧ୍ୟରେ ଲମ୍ବା ଲମ୍ବା ଗଛରେ ଗୋଲମରିଚ ଚାଷ ମଧ୍ୟ କରାଯାଇଟିଛି। ଧୀରେ ଧୀରେ ଗଛ ବାଡ଼ ହେବା ପରେ ବଗିଚା ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଦାରିଙ୍ଗବାଡି ବୁଲିବାକୁ ଆସିଥିଲେ। କଫି ବଗିଚା ବୁଲିବା ସହ ଆଉ କୋଉଠି କଣ ରହିଛି ତାକୁ ଖୋଜୁ ଖୋଜୁ ଏକାଧିକ ଜଳ ପ୍ରପାତ ଲୋକଲୋଚନକୁ ଆସିଲା।

ସେହିଦିନଠାରୁ ପ୍ରଥମେ କଫି ଦାରିଙ୍ଗବାଡିକୁ ପରିଚୟ ଦେଇଥିଲେ ମଧ୍ୟ କଫି ବଗିଚାର କୌଣସି ବିକାଶ ହୋଇପାରିନାହିଁ। ୫ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ଦାରିଙ୍ଗବାଡି କଫିର ଭଲ ଚାହିଦା ରହିଛି ଅଧିକା ଅମଳ ହେଉଛି। କିନ୍ତୁ ବାଡ଼ ନ ଥିବାରୁ ମୁକୁଳା ପଡିଛି ବଗିଚା। ଫଳରେ ଦଲାଲମାନେ କଫି ଓ ଗୋଲ ମରିଚ ଅମଳ ପୂର୍ବରୁ ଚୋରି କରିନେଉଥିବା ଅଭିଯୋଗ ହେଉଛି। କିନ୍ତୁ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ପର୍ଯ୍ୟଟକଙ୍କ ଠାରୁ ମୃତ୍ତିକା ସଂରକ୍ଷଣ ବିଭାଗ ବଗିଚା ବୁଲିବା ପାଇଁ ଟିକେଟ ସଂଗ୍ରହ କରୁଛି। କିନ୍ତୁ ସେହି ଅର୍ଥକୁ ନା ଶୌଚାଳୟ, ଆଲୁଅ ବ୍ୟବସ୍ଥା, ପିଇବା ପାଣିର ବ୍ୟବସ୍ଥା କରାଯାଉନାହିଁ। ଫଳରେ ପର୍ଯ୍ୟଟକ ବିଶେଷ କରି ମହିଳା ପର୍ଯ୍ୟଟକ ମନେ ହଇରାଣ ଭୋଗୁଛନ୍ତି। କଫି ବଗିଚାରେ ପର୍ଯ୍ୟଟକଙ୍କୁ ଗାଇଡ଼ କରିବା କିମ୍ବା ସୁରକ୍ଷା ଦେବାକୁ କେହି ନଥିବାରୁ ପର୍ଯ୍ୟଟକଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ନ ଥିବା ଅଭିଯୋଗ ହେଉଛି। ଏହାର ଗୁରୁତ୍ୱ ଦେଇ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ପର୍ଯ୍ୟଟକମାନେ ଦାବି କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri