ଭାରତ ଠାରୁ ୨ଲକ୍ଷ କୋଟି ଟଙ୍କାର ଋଣ ନେଇଛନ୍ତି ଟ୍ରମ୍ପ, ଚାଞ୍ଚଲ୍ୟକର ଖୁଲାସା…

ନୂଆଦିଲ୍ଲୀ, ୨।୬: ଆମେରିକା ସଂଯୁକ୍ତ ରାଷ୍ଟ୍ର ଭାରତକୁ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା (୨୧୬ ବିଲିୟନ ଡଲାର) ଦେବ ଏବଂ ତାହା ପୁଣି ଋଣ ପରିଶୋଧ ପାଇଁ। ଏନେଇ ଜାତୀୟ ଗଣମାଧ୍ୟମରେ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି। ଆମେରିକା ଟ୍ରେଜୁରୀ ବଣ୍ଡ, ବିଲ ଏବଂ ସିକ୍ୟୁରିଟିଜ ଜାରି କରି ଭାରତ ଠାରୁ ନେଇଥିଲା। ଏହି ଆର୍ଥିକ ଉପକରଣଗୁଡ଼ିକ ଋଣ ଚୁକ୍ତି ଭାବେ କାର୍ଯ୍ୟ କରେ, ଯାହା ର୍ନିଦ୍ଦିଷ୍ଟ ସମୟ ମଧ୍ୟରେ ସୁଧ ସହିତ ଋଣ ପରିଶୋଧ କରିବାକୁ ପ୍ରତିଶ୍ରୁତି ଦିଏ। ଭାରତ ଏହି ବଣ୍ଡଗୁଡ଼ିକୁ ନିଜର ବୈଦେଶିକ ମୁଦ୍ରା ଭଣ୍ଡାର ନିବେଶ କରିବା ପାଇଁ ଏକ ନିରାପଦ ମାଧ୍ୟମ ଭାବେ କିଣିଛି। ଏହା ସହିତ ଜାପାନ ଓ ଚାଇନା ମଧ୍ୟ ଭାରତରୁ ଏହିପରି ଋଣ ନେଇଥିବା ଜଣାପଡ଼ିଛି।

ଭାରତ ଆମେରିକୀୟ ଟ୍ରେଜୁରୀ ବଣ୍ଡରେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ନିବେଶ କରିଛି, ଯାହା କେବଳ ଆମେରିକୀୟ ଅର୍ଥନୀତିକୁ ସମର୍ଥନ କରୁନାହିଁ ବରଂ ଭାରତର ଆର୍ଥିକ ସ୍ଥିରତାକୁ ମଧ୍ୟ ଦୃଢ଼ କରୁଛି। ଆମେରିକାର ଜାତୀୟ ଋଣ ୩୪ ଟ୍ରିଲିୟନ ଡଲାର ଅତିକ୍ରମ କରିଥିଲେ ମଧ୍ୟ, ବିଶ୍ୱ ଅର୍ଥନୀତିରେ ଡଲାରର ପ୍ରାଧାନ୍ୟ ଏବଂ ଆମେରିକୀୟ ସରକାରଙ୍କ ଋଣ ପରିଶୋଧ କ୍ଷମତା ଉପରେ ବିଶ୍ୱବ୍ୟାପୀ ଆସ୍ଥା ଏହାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଅର୍ଥନୀତି ଭାବେ ସ୍ଥାନ ଦେଇଛି। ଏହି କାରଣରୁ ବିଶ୍ୱର ଅନେକ ଦେଶ, ଭାରତ ସମେତ, ଆମେରିକୀୟ ବଣ୍ଡକୁ ଏକ ନିରାପଦ ନିବେଶ ଭାବେ ଗ୍ରହଣ କରୁଛନ୍ତି।

ଏହି ନିବେଶରୁ ଭାରତ ଏକ ନିଶ୍ଚିତ ଓ କମ କ୍ଷତିଯୁକ୍ତ ଆୟ ପାଉଛି, ଯାହା ଦୀର୍ଘକାଳୀନ ଆର୍ଥିକ ସ୍ଥିରତା ନିଶ୍ଚିତ କରୁଛି। ଏହି ରଣନୀତି ଭାରତର ବିଶ୍ୱ ଅର୍ଥନୀତିରେ ସ୍ଥାନକୁ ନିଶ୍ଚିତ ଭାବେ ମଜବୁତ କରୁଛି। ଯଦିଓ ଏହି ନିବେଶ ସମ୍ପର୍କିତ ଖବର ସାର୍ବଜନୀନ ଭାବେ ବେଶୀ ଚର୍ଚ୍ଚା ହୁଏ ନାହିଁ, ଏହା ଭାରତର ଆର୍ଥିକ ଭବିଷ୍ୟତକୁ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସୂଚନା ଅନୁସାରେ, ଜାପାନ ଓ ଚୀନ ମଧ୍ୟ ଭାରତରୁ ଋଣ ନେଇଛନ୍ତି। ତେବେ ଏହି ଋଣର ପରିମାଣ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡିନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri