Posted inଜାତୀୟ

ଘରେ ପଶି ମାରିବୁ…ପାକିସ୍ତାନକୁ ପୁଣି ଧମକ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଧ୍ୟପ୍ରଦେଶର ଭୋପାଳରେ ଦେବୀ ଅହଲ୍ୟାବାଈ ମହିଳା ସଶକ୍ତିକରଣ ମହାସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏକ ଜନସଭାକୁ ସମ୍ବୋଧିତ କରି ପାକିସ୍ତାନକୁ ଟାର୍ଗେଟ୍‌ କରିଥିଲେ। ଅପରେଶନ ସିନ୍ଦୂର ହେଉଛି ଆତଙ୍କବାଦ ବିରୋଧରେ ସବୁଠାରୁ ବଡ଼ ଅପରେଶନ। ଆମର ସେନା ଶହ ଶହ କିଲୋମିଟର ଭିତରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପହଲଗାମରେ ଆତଙ୍କବାଦୀମାନେ କେବଳ ଭାରତୀୟଙ୍କ ରକ୍ତ ବୁହାଇ ନାହାଁନ୍ତି, ସେମାନେ ଆମ ସଂସ୍କୃତି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି। ସେମାନେ ଆମ ସମାଜକୁ ବିଭାଜିତ କରିବାକୁ ଚେଷ୍ଟା କରିଛନ୍ତି। ଆତଙ୍କବାଦୀମାନେ ଭାରତର ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକମାନଙ୍କ ପାଇଁ ମୃତ୍ୟୁଘଣ୍ଟି ପାଲଟିଛି। ଅପରେଶନ ସିନ୍ଦୂର ହେଉଛି ଆତଙ୍କବାଦୀଙ୍କ ବିରୋଧରେ ଭାରତର ଇତିହାସର ସବୁଠାରୁ ବଡ଼ ଏବଂ ସଫଳ ଅପରେଶନ। ପାକିସ୍ତାନୀ ସେନା ଏହା ଭାବି ମଧ୍ୟ ନ ଥିଲେ, ଆମର ସେନା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଦେଇଛି। ଆଗକୁ ମଧ୍ୟ ଏମିତି କଲେ ଆମେ ଘରେ ପା ମାରିବୁ। ଗୁଳିର ଜବାବ ଗୁଳିରେ ଦେବୁ। ସିନ୍ଦୂର ହେଉଛି ଆମର ପରମ୍ପରାର ପ୍ରତୀକ, ଏବେ ଏହା ଭାରତର ସାହସିକତାର ପ୍ରତୀକ। ଅପରେଶନ ସିନ୍ଦୂର ହେଉଛି ମହିଳା ଶକ୍ତିର ଶକ୍ତିର ପ୍ରତୀକ।

ସେ ଆହୁରି କହିଛନ୍ତି, ଅପରେଶନ ସିନ୍ଦୂର ଆମର ମହିଳା ଶକ୍ତିର ପ୍ରତୀକ ପାଲଟିଛି। ଆମେ ସମସ୍ତେ ଜାଣୁ ଯେ ଏହି ଅପରେଶନରେ ବିଏସଏଫର ଏକ ବହୁତ ବଡ଼ ଭୂମିକା ରହିଛି। ବିଏସଏଫ ଝିଅମାନେ କଶ୍ମୀରରୁ ଗୁଜରାଟ ପର୍ଯ୍ୟନ୍ତ ଦାୟିତ୍ୱ ନେଉଥିଲେ। ସେମାନେ ସୀମା ପାରରୁ ଗୁଳିଚାଳନା ଉପରେ ଜବାବ ଦେଇଛନ୍ତି। ବିଏସଏଫର ସାହସୀ ଝିଅମାନେ ଆଶ୍ଚର୍ଯ୍ୟଜନକ ସାହସ ଦେଖାଇଛନ୍ତି। ଝିଅମାନଙ୍କର ସାହସକୁ ସାରା ବିଶ୍ୱ ଦେଖୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri