ପୁରୁଷୋତ୍ତମପୁର,୩୧ା୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ଐତିହାସିତ ପଞ୍ଚ ଠାକୁରାଣୀଙ୍କ ଦ୍ବିତୀୟ ବାର୍ଷିକ ଯାତ୍ରାର ଶେଷ ପର୍ଯ୍ୟାୟ ଶନିବାର ୨୫ ଦିନରେ ପହଞ୍ଚିଛି। ମା’ ପଞ୍ଚ ଠାକୁରାଣୀଙ୍କ ଆଶୀର୍ବାଦ ଭିକ୍ଷା ଲାଗି ବଡ଼ବଜାର ଅସ୍ଥାୟୀ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି। ଏହି ଅବସରରେ ମାନସିକଧାରୀଙ୍କ ବିଭିନ୍ନ ବେଶ ଦେଖିବାକୁ ମିଳିଛ। ବିଶେଷକରି ମା’ଙ୍କ ପ୍ରସିଦ୍ଧ ବାଘବେଶ ଅଧିକ ଆକର୍ଷଣ ପାଲଟି ସହରକୁ ଦୁଲୁକାଇ ଦେଉଛି। ଏହା ସାଙ୍ଗକୁ ଦର୍ଶକଙ୍କ ମନୋରଞ୍ଜନ ଲାଗି ଖୋଲିଥିବା ଦୋଳି, ମୀନାବଜାରରେ ଭିଡ଼ ଜମିବାରେ ଲାଗିଛି। ପ୍ରତ୍ୟେକ ସାହିବସ୍ତିକୁ ରଙ୍ଗୀନ ଆଲୋକରେ ସଜ୍ଜିତ କରାଯାଇଛି। ଏହିଯାତ୍ରା ଆସନ୍ତା ଜୁନ ୭ରେ ଶେଷ ହେବ।


