ସ୍ବାବଲମ୍ବୀ କରିଛି ମାଣ୍ଡିଆ ଚାଷ

କୋକସରା,୨୪ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପୂର୍ବ ବିଜେଡି ସରକାର ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଲେଟ ମିଶନ ଯୋଜନା ଆରମ୍ଭ କରିଥିଲେ। ସରକାର ପରିବର୍ତ୍ତନ ହେବା ପରେ ମିଲେଟ ମିଶନ ଶ୍ରୀ ଅନ୍ନ ଅଭିଯାନ ଯୋଜନାରେ ରୂପାନ୍ତରିତ ହୋଇଛି। ଏହି ଯୋଜନାରେ ରାଜ୍ୟର ପ୍ରତି ବ୍ଲକରେ ଚାଷୀଙ୍କୁ ମାଣ୍ଡିଆ ଚାଷର ଉପାଦେୟତା ଓ ମାଣ୍ଡିଆରେ ରହିଥିବା ଗୁଣବତ୍ତା ସମ୍ପର୍କରେ ଅବଗତ କରିବା ପାଇଁ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ବ୍ଲକ କୃଷି ବିଭାଗ ଦ୍ୱାରା ବିଭିନ୍ନ ଏନଜିଓ ସଂସ୍ଥାକୁ ନିୟୋଜିତ କରାଯାଇଛି। କୋକସରା ବ୍ଲକରେ ଦ ହ୍ୟୁମାନ ଡେଭଲପମେଣ୍ଟ ସଂସ୍ଥାକୁ ଚାଷୀଙ୍କୁ ସଚେତନ ଓ ଚାଷ ପାଇଁ ଆନୁଷଙ୍ଗିକ ବଜାର ବ୍ୟବସ୍ଥା ଦାୟିତ୍ୱ ଦିଆଯାଇଛି। ଚଳିତ ରବି ଋତୁ ମାଣ୍ଡିଆ ଚାଷ ପାଇଁ ବ୍ଲକର ବଡ଼ ପୋଡାଗୁଡା, ଗୋତମୁଣ୍ଡା, ମହିମା, କାଉଡୋଳା ଓ ଆମପାଣି ପଞ୍ଚାୟତରେ ୧୫ ହେକ୍ଟର ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ୫ ପଞ୍ଚାୟତର ୨୨ ଚାଷୀ ୮ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିଥିବା ସଂସ୍ଥା ପକ୍ଷରୁ ଜଣାପଡ଼ିଛି। ଶୁକ୍ରବାର ଆମପାଣି ପଞ୍ଚାୟତ ଭାଳିଆଯୋର ଗ୍ରାମର ଚାଷୀ ବନସିଂ ଧଙ୍ଗଡା ମାଝୀଙ୍କ ମାଣ୍ଡିଆ ଚାଷଜମିରେ ସଂସ୍ଥା ପକ୍ଷରୁ କ୍ରପ କଟିଂ କରାଯାଇଛି। ଏହି ପରିପ୍ରେକ୍ଷୀରେ ସଂସ୍ଥାର ବିପିସି ସୁରେନ୍ଦ୍ର ଜୁଏଡ଼, ସିଆର୍‌ପି ଗୋକୁଳ ଧ. ମାଝୀ, ସୁଶିଲ ଭାଟି, ହେମାଙ୍ଗିନି ହଂସ, ସିଇଓ ଆଭାସ ରଞ୍ଜନ ପାଟ୍ଟଯୋଷୀ ସମେତ ଚାଷୀମାନେ ଉପସ୍ଥିତ ଥିଲେ। ହ୍ୟୁମାନ ଡେଭଲପମେଣ୍ଟ ସଂସ୍ଥା ମାଣ୍ଡିଆ ଚାଷ କରିବା ପାଇଁ ଚାଷୀଙ୍କୁ ସଚେତନ ଓ ପ୍ରୋତ୍ସାହିତ କରୁଥିବା ନେଇ ଚାଷୀମାନେ କହିବା ସହ ମାଣ୍ଡିଆ ଚାଷ କରି ସେମାନେ ରୋଜଗାରକ୍ଷମ ଓ ସ୍ବାବଲମ୍ବୀ ହୋଇପାରିଥିବା ଚାଷୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ପାଇଁ ଖୁସିଖବର: ମୁଖ୍ୟମନ୍ତ୍ରୀ ପତାକା ହଲାଇ ଶୁଭାରମ୍ଭକଲେ…

ଭୁବନେଶ୍ୱର,୨୩।୧୨: ରାଜ୍ୟବାସୀଙ୍କ ପାଇଁ ଖୁସିଖବର। ୧୦୮ ଆମ୍ବୁଲାନ୍ସ ସେବାରେ ସାମିଲ ହେଲା ୧୫୦ଟି ନୂଆ ଆମ୍ବୁଲାନ୍ସ। ରାଜ୍ୟବାସୀଙ୍କ ସେବାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ସର୍ଗ କରିଛନ୍ତି।...

କ୍ୟାଡର ମାଓବାଦୀଙ୍କୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା: ଲାଗିଲା ପୋଷ୍ଟର

ରାଇକିଆ,୨୩।୧୨ (ପ୍ରଦୀପ ବେହେରା): କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀ ମୁକ୍ତ ପାଇଁ ଲକ୍ଷ୍ୟ ରଖୁଛନ୍ତି। ଏହି ସମୟ ପାଖେଇ ଆସୁଥିବାରୁ ପୋଲିସ ମାଓବାଦୀଙ୍କୁ...

ଭାଜପାର ନୂତନ କମିଟି ଗଠନ: ସୁକାନ୍ତ-ଅଜିତଙ୍କୁ ଗୁରୁଦାୟିତ୍ୱ

ଦାରିଙ୍ଗବାଡି, ୨୩/୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଭାଜପାର ଜିଲାସ୍ତରୀୟ ନୂତନ କମିଟି ଜିଲା ସଭାପତି ପଣ୍ଡିତ ବିଶି ମାଝୀଙ୍କ ନେତୃତ୍ୱରେ ଚୟନ ହୋଇଯାଇଛି। ଜିଲାର...

ରୋଷେଇ କଲା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଗୁରୁତରଙ୍କୁ କଟକ ସ୍ଥାନାନ୍ତର

ବ୍ରହ୍ମପୁର , ୨୩।୧୨( ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁର ବଡ଼ ବନ୍ଧ ସାହିରେ ସୋମବାର ରାତିରେ ଗ୍ୟାସ ସିଲିଣ୍ଡର ଫାଟିଯାଇଛି ।...

ବନ୍ଧାହେଲେ ଜୁନିୟର ଆକାଉଣ୍ଟାଣ୍ଟ, ୪ ଦାମୀ ପ୍ଲଟ୍‌ ସହ ରହିଛି…

ସୁନ୍ଦରଗଡ଼,୨୩ା୧୨: ସୁନ୍ଦରଗଡ଼ OSCSC ଲିମିଟେଡ୍‌ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ଠାବ ହୋଇଛି ବିପୁଳ ଟଙ୍କାର...

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ ପଶ୍ଚିମବଙ୍ଗର ୪ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ୨୩/୧୨( ଅଜିତ୍ କୁମାର ମହାନ୍ତି): ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ...

ବିଳମ୍ବ କଲେ ଏମ୍‌ପି, ଚାଲିଗଲେ ବିଧାୟକ

ଜଗତ୍‌ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍‌ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...

ଗଛକାଟି ବସ୍‌ଷ୍ଟାଣ୍ଡ ନିର୍ମାଣ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ବାରିପଦା,୨୩।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବାରିପଦା ସହରର ପାଲବଣିଠାରେ ବ୍ୟାପକ ଗଛକାଟି ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ଘଟଣାରେ ମୟୂରଭଞ୍ଜ ଜିଲା ବିଜୁଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri