୬ ପୁଅ ଥାଇ ପରଘରୁ ମାଗିଯାଚି ପେଟ ପୋଷୁଛନ୍ତି ମା’

ମହାକାଳପଡ଼ା,୨୧ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): ମା’ଟିଏ ଚାହେଁ ମୋ ପରିବାର ପିଲାମାନେ ଭଲରେ ରୁହନ୍ତୁ। ମା’ଙ୍କ ଆଶୀର୍ବାଦ ପିଲାମାନଙ୍କ ପାଖରେ ଥାଏ। ହେଲେ ମା’ ବୟସର ଅପରାହ୍ନରେ ପହଞ୍ଚତ୍ଲା ବେଳେ ସାହାର ଦେବା ପରିବର୍ତ୍ତେ ଝିଅ ଓ ପୁଅ ଭୁଲି ଯାଉଛନ୍ତି। ନିଜ ସ୍ବାମୀ ଆରପାରିକୁ ଚାଲିଗଲା ପରେ ମା’ର ଭରସା କେହି ନାହାନ୍ତି। ମା’ ନିଜ ପିଲାମାନଙ୍କୁ ବଢ଼େଇ କୁଢ଼େଇ ବଡ଼ ମଣିଷ କରି ବିବାହ ଦେବା ପରେ ସେମାନେ ଘର ସଂସାର କରି ପରିବାର ସହିତ ଭଲରେ ଦିନ କାଟୁଛନ୍ତି। ହେଲେ ଜନ୍ମ ଦେଇଥିବା ମା’ଙ୍କୁ ଭୁଲି ଯାଉଛନ୍ତି। ଅନେକ ମା’ବାପା ପରିବାରରେ ଅବହେଳିତ ହୋଇ ବୃଦ୍ଧାଶ୍ରମରେ ଶେଷ ସମୟ କାଟୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳୁଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସୁନିତି ପଞ୍ଚାୟତର ଖରିଅଣ୍ଟା ଗ୍ରାମର ଗୌରୀ ପଲାଇ (୮୦)ଙ୍କ କ୍ଷେତ୍ରରେ। ସ୍ବାମୀ ଆରପାରିକୁ ଚାଲିଗଲା ପରେ ଗୌରୀ ଅସହାୟ ଅବସ୍ଥାରେ ପଡ଼ିରହିଛନ୍ତି। ନିଜ ଜନ୍ମ କଲା ୬ ପୁଅ ବିବାହ କରିବା ପରେ ମା’ଙ୍କୁ ସାତପର କରି ଦେଇଛନ୍ତି। ମା’ ବାଧ୍ୟ ହୋଇ ପଡ଼ିଶା ଘରୁ ମାଗିଯାଚି ପେଟ ପୋଷୁଛନ୍ତି। ମା’ ଗୌରୀଙ୍କ କହିବା କଥା ୬ ପୁଅଙ୍କୁ ଜନ୍ମ ଦେଇଛି। ବଡ଼ ହେବା ପରେ ମା’ଙ୍କୁ ଆଉ ପଚାରିଲେ ନାହିଁ। ସାହି ପଡ଼ିଶା, ଗଁାରୁ ମାଗି ଯାଚି ଆଣି ଶାଗ ପଖାଳ ଖାଇ ଜୀବନ ବଞ୍ଚାଇଛି। ଝଡ଼ବର୍ଷା, ବାତ୍ୟାରୁ ଜୀବନ ରକ୍ଷା ପାଇଁ ଘର ଖଣ୍ଡେ ନିମନ୍ତେ ପଡ଼ିଶାଙ୍କୁ ଡାକି ଖୁଣ୍ଟ ପୋତି ୪ ଖଣ୍ଡ ଆଜବେଷ୍ଟସ ପକାଇଛି। ଚାରିପଟେ ଜରି ପାଲ ଘେରାଇଛି। ଧୀରେ ଧୀରେ ମାଟି ଚକଟି କାନ୍ଥ ଏବେ ଦେଉଛି। କେତେବେଳେ ଜୀବନ ଯିବ କିଏ କହିବ। କିଛିମାସ ପୂର୍ବରୁ ପୁଅମାନେ ପଚାରୁ ନ ଥିବରୁ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲି। ହେଲେ କିଛି ନ୍ୟାୟ ମିଳିଲା ନାହିଁ ବୋଲି ଗୌରୀ କହିଛନ୍ତି। କିନ୍ତୁ ଉଚ୍ଚତମ ନ୍ୟାୟାଳୟ ବୃଦ୍ଧାବୃଦ୍ଧ ମା’ବାପାଙ୍କୁ ଝିଅପୁଅମାନେ ନ ପୋଷିଲେ ତାଙ୍କର ଭୂସମ୍ପତ୍ତି ପାଇବାରୁ ବଞ୍ଚିତ ରହିବେ ବୋଲି ଉଲ୍ଲେଖ ରହିଛି। କିନ୍ତୁ ଏଠାରେ ପ୍ରଶାସନ ଜଣେ ବୃଦ୍ଧାଙ୍କ ଅଭିଯୋଗକୁ ଗ୍ରହଣ କରି ପଦକ୍ଷେପ ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ଖରିଅଣ୍ଟା ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ତନ୍ତିଆପାଳ ସାମୁଦ୍ରିକ ଥାନା ଆଇଆଇସି କିଶୋର ଚନ୍ଦ୍ର ତରାଇଙ୍କୁ ପଚାରିବାରେ ପୁଅମାନଙ୍କୁ ଡାକି ବୁଝାଇବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri