ଅଜଣା ରୋଗରେ ୨ ଶହ ପରିବାର ଆକ୍ରାନ୍ତ

ପଡ଼ିଆ, ୧୯ା୫(ଭାସ୍କର ରାଓ): ମାଲକାନଗିରି ଜିଲା ପଡ଼ିଆ ବ୍ଲକ ଖ୍ରୀଷ୍ଟିଆନ ସାହିରେ ଅଜଣା ରୋଗରେ ୨ଶହ ପରିବାର ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗରେ ପ୍ରଥମେ ଗୋଡ଼ହାତ ଫୁଲିଯାଇ ଜ୍ୱର ଓ ପରେ ହାତ ଆଙ୍ଗୁଠି ଏବଂ ଗୋଡ଼ ହାତ ଗଣ୍ଠିଗୁଡିକ ଯନ୍ତ୍ରଣା ହେଉଛି। ଏଥିରେ ବୟସ୍କ ବ୍ୟକ୍ତିମାନେ ଚାଲିପାରୁ ନ ଥିବା ଦେଖିବାକୁ ମିଳିଛି। ଏହି ରୋଗରେ ପ୍ରାୟ ୫ ଶହ ଲୋକ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ବୟସ୍କ ମହିଳା ପୁରୁଷ, ଯୁବତୀ ଯୁବକ ଏମିତିକି ପିଲାଛୁଆମାନେ ଆକ୍ରାନ୍ତ ହୋଇ ଆଜକୁ ପ୍ରାୟ ୧ ମାସରୁ ଊର୍ଦ୍ଧ୍ୱ ସମୟ ଯନ୍ତ୍ରଣା ଭୋଗୁଥିବା ଆକ୍ରାନ୍ତମାନେ କହିଛନ୍ତି। ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ତ ନମୁନା ଦେଇ ସମସ୍ତ ପ୍ରକାର ପରୀକ୍ଷା କରାଇଥିଲେ ସୁଦ୍ଧା କୌଣସି ରୋଗ ନ ଥିବା ଜଣାଯାଇଛି। ଡାକ୍ତର ଯାହା ଔଷଧ ଦେଉଛନ୍ତି ତାହା ଖାଇଲେ କିଛି ସମୟ ପାଇଁ ଉପଶମ ହେଉଛି। ପରେ ଯେମିତିକି ସେମିତି ଅବସ୍ଥା ହେଉଥିବା ରୋଗୀ କହିଛନ୍ତି। କେତେଜଣ ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଔଷଧ ଆଣି ଖାଇଲେ ମଧ୍ୟ ସମାନ ଅବସ୍ଥା। କିଛି ଘଣ୍ଟା ଯନ୍ତ୍ରଣାରୁ ଉପଶମ ମିଳୁଛି, ପରେ ଯେମିତିକି ସେମିତି ଯନ୍ତ୍ରଣା ହେଉଛି। କେତେକ ରୋଗୀ ଔଷଧ ଖାଇଲେ ମଧ୍ୟ ଶରୀରରେ ପ୍ରତିକ୍ରିୟା ହୋଇ ଦେହ ହାତ ଫଳିଯାଇ କୁଣ୍ଡେଇ ହେଉଛି, ମୁହଁ କଳା ପଡିଯାଉଥିବା ରୋଗୀମାନେ କହିଛନ୍ତି। ଏମାନଙ୍କ ମଧ୍ୟରେ ମେଷାକ ରବି ମାଦ୍ରୀ, ନାଗଲୁ ସେନ୍ତାଆମ୍ମା, ନାଗଲୁ ମଞ୍ଜୁ, ସୁଧାଲ ଜୟ ରାଜୁ, ବତୀନ ଜୟରାଜୁ, ବତୀନ ଦୈବ କୁମାରୀ, ବେଦି ଧନଲକ୍ଷ୍ମୀ, ଚିନାମ ମିନତି, ମାଦ୍ରୀ ସାଲବମ, ମାଦ୍ରୀ କୃପାବତୀ, ମାଦ୍ରୀ ପଦ୍ମା ମଣି, ବାତିମ ସୀମା, ତୋକଲ ରାଜୁ, ବନ୍ତାଲ ୱାରା ଲକ୍ଷ୍ମୀ, କୋଡ଼ି ଶକୁନ୍ତଳା, ନାଗଲୁ ସୁନୀଲ, ସୁଧାଲ ଜୟ ଆମ୍ମା, ଚିନାମ ରୁପା ରାଣୀ ଏମିତି ଦୁଇଶହ ପରିବାରର ୫୦୦ ଲୋକ ଯନ୍ତ୍ରଣା ଭୋଗୁଥିବା ସାହିବାସୀ କହିଛନ୍ତି। କେତେଜଣ ରୋଗୀ ଏଠାରେ ଭଲ ନ ହୋଇ ପଡୋଶୀ ଘରୋଇ ଡାକ୍ତରଖାନାକୁ ଯାଉଥିବା ଜଣାଯାଇଛି।
ଏ ସମ୍ପର୍କରେ ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସୌମ୍ୟକାନ୍ତ ବେହେରାଙ୍କୁ ପଚାରିବାରୁ ସେ ଟ୍ରେନିଂରେ ବାହାରେ ଥିବା କହିଥିଲେ। ତଥାପି ସେ କହିଛନ୍ତି, ଏମିତି ଘଟଣା ୩ ମାସ ତଳେ କେତେକ ସାହିରେ ଦେଖାଯାଇଥିଲା। ସେମାନଙ୍କ ଚିକିିତ୍ସା କରାଯାଇ ସ୍ବାସ୍ଥ୍ୟ ଠିକ୍‌ ହୋଇଥିଲା। ଏବେ ଏହା ଅଲଗା ପ୍ରକାର ରୋଗ ବୋଲି ଅନୁମାନ କରାଯାଉଛି। ସମସ୍ତ ପରୀକ୍ଷା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ନ ଥିବାରୁ ଏ ସମ୍ପର୍କରେ ଜିଲା ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯାଇଛି। ଅଧିକାରୀଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ୍‌ ଗଠନ କରି ସମସ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପରେ ପ୍ରକୃତରେ ଏହା କ’ଣ ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି। ଦାୟିତ୍ୱରେ ଥିବା ଡାକ୍ତର ରାଜ ନାରାୟଣ ସିଂଙ୍କୁ ପଚାରିବାରୁ ରକ୍ତ ନମୁନା ସଂଗ୍ରହ ପାଇଁ ଲାବରେଟୋରିରୁ ସ୍ବତନ୍ତ୍ର ଟିମ୍‌ ଆସିସାରିଲେଣି। ଟିମ୍‌ ପହଞ୍ଚି ପରୀକ୍ଷା ସହ ଚିକିିତ୍ସା କଲେ କେତେ ଲୋକ ଆକ୍ରାନ୍ତ ହୋଇଛନ୍ତି ଜଣାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri