ଦିଗପହଣ୍ଡିରେ ବିଶ୍ୱଶାନ୍ତି ଶ୍ରୀ ନୃସିଂହ ମହାଯଜ୍ଞ : ଶ୍ରଦ୍ଧାଳୁଙ୍କ ଭିଡ

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗୁଡିଆଗଳିସ୍ଥିତ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ସମ୍ମୁଖରେ ବିଶ୍ୱଶାନ୍ତି ଶ୍ରୀ ନୃସିଂହ ମହାଯଜ୍ଞରେ ରବିବାର ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଶ୍ରୀ ଲକ୍ଷ୍ମୀ ନୃସିଂହ ମହାପ୍ରଭୁଙ୍କ ଚତୁର୍ଦ୍ଦଶୀ ଏବଂ ପବିତ୍ର ଚନ୍ଦନ ଯାତ୍ରା ଉପଲକ୍ଷେ ବୈଶାଖ ଶୁକ୍ଳପକ୍ଷ ଦ୍ୱାଦଶୀତିଥି ଶୁକ୍ରବାରଠାରୁ ଏହି ମହାଯଜ୍ଞ ଚାଲିଛି।
ଅରୁଣ କୁମାର ସାହୁ, ସହଧର୍ମିଣୀ ସରିତା ସାହୁ କର୍ତ୍ତା ଭାବେ ମହାଯଜ୍ଞରେ ଦାୟିତ୍ୱ ତୁଲାଉଛନ୍ତି। ବୈଶାଖ ପୂର୍ଣ୍ଣମୀତିଥି ସୋମବାର ଅପରାହ୍ନରେ ଏହି ମହାଯଜ୍ଞର ପୂର୍ଣ୍ଣାହୁତି ହେବା କାର୍ଯ୍ୟକ୍ରମ ରହିଛି।
ଶୁକ୍ରବାର ପୂର୍ବାହ୍ନରେ ପଣ୍ଡିତ ରଞ୍ଜନ କୁମାର ତ୍ରିପାଠୀ ଓ ତାଙ୍କ ସହଯୋଗୀ ପୁରୋହିତବୃନ୍ଦ ଗଙ୍ଗା ଆବାହନ, ଜଳଯାତ୍ରା, ଦୀକ୍ଷା ଗ୍ରହଣ, ନାମଯଜ୍ଞ ଅଧିବାସ ଓ ଅଙ୍କୁରାରୋପଣ ପୂଜା କରିଥିଲେ। ଶନିବାର ବ୍ରାହ୍ମଣବରଣ, ଶାଲା ସଂସ୍କାର, ବୈଷ୍ଣବାଗ୍ନି ସ୍ଥାପନପରେ ଯଜ୍ଞକର୍ମ ଏବଂ ନାମଯଜ୍ଞ ଶୁଭାରମ୍ଭ କରାଯାଇଥିଲା। ସୋମବାର ସାରେ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯିବା କାର୍ଯ୍ୟକ୍ରମ ରହିଛି। ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, କାଉନସିଲର ଦୀପକ କୁମାର ମିଶ୍ର, ଲକ୍ଷ୍ମୀ ନୃସିଂହ ମନ୍ଦିର ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ହରିକୃଷ୍ଣ ପଣ୍ଡା, ନରହରି ସାହୁ, ଲକ୍ଷ୍ମୀ ନୃସିଂହ ମାର୍ଥା, କେ.ମିଟୁ, ହରିକୃଷ୍ଣ ସାହୁ, ସୁଧୀର ପଣ୍ଡା, ଗୌରାଙ୍ଗ ସାହୁ, ପ୍ରମୋଦ କୁମାର ପାଣିଗ୍ରାହୀ, ହେମନ୍ତ କୁମାର ପାଣିଗ୍ରାହୀ, ଏ.ଗୋବିନ୍ଦ,ଲକ୍ଷ୍ମୀ ନୃସିଂହ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ତଦାରଖ କରୁଥିବା ଜଣାପଡିଛି।

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri