Posted inଜାତୀୟ

ପଦ୍ମଶ୍ରୀ ବିଜେତା ICARର ପୂର୍ବତନ ମୁଖ୍ୟ ଆୟପ୍ପନଙ୍କ ରହସ୍ୟଜନକ ମୃତ୍ୟୁ, କାବେରୀ ନଦୀରୁ ମିଳିଲା ମୃତଦେହ

ମହୀଶୂର, ୧୧।୫: ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ଭାରତୀୟ କୃଷି ଗବେଷଣା ପରିଷଦ (ICAR)ର ମୁଖ୍ୟ ଥିବା ବୈଜ୍ଞାନିକ ସୁବନ୍ନା ଆୟପ୍ପାନ(୭୦)ଙ୍କ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ। ଶନିବାର ମହୀଶୂରରୁ ପ୍ରାୟ ୨୦ କିଲୋମିଟର ଦୂର ମାଣ୍ଡ୍ୟାର ଶ୍ରୀରଙ୍ଗପାଟନା ନିକଟ କାବେରୀ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନଦୀରେ ମୃତଦେହ ଭାସୁଥିବା ଦେଖିବା ପରେ ଲୋକମାନେ ପୋଲିସକୁ ଫୋନ କରିଥିଲେ। ପରେ ମୃତଦେହ ଉଦ୍ଧାର କରାଯାଇଥିଲା। ମାଣ୍ଡ୍ୟା ଏସ୍‌ପି ମଲ୍ଲିକାର୍ଜୁନ ବାଲାଦାଣ୍ଡି ନିଶ୍ଚିତ କରିଛନ୍ତି ଯେ ଶନିବାର ସକାଳ ପ୍ରାୟ ୧୧.୩୦ ସମୟରେ ଆୟାପ୍ପନଙ୍କ ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି।

ଆୟାପ୍ପନଙ୍କ ମୃତ୍ୟୁରେ କୌଣସି ଷଡ଼ଯନ୍ତ୍ରର ସମ୍ଭାବନାକୁ ପୋଲିସ ଖାରଜ କରିଦେଇଛି। କାରଣ ତାଙ୍କର ଦୁଇ ଚକିଆ ଗାଡ଼ିଟି ନଦୀ ପାଖରେ ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା। ଆୟାପ୍ପାନଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ଦୁଇ ଝିଅ ଏବଂ ଜଣେ ଜ୍ୱାଇଁ ଅଛନ୍ତି। ସେ ମେ ୭ ତାରିଖରୁ ନିଖୋଜ ହୋଇଯାଇଥିଲେ। ମେ ୮ ତାରିଖରେ ମହୀଶୂରର ବିଦ୍ୟାରଣ୍ୟପୁରମ ପୋଲିସ ଷ୍ଟେଶନରେ ଏକ ନିଖୋଜ ରିପୋର୍ଟ ଦାଖଲ କରାଯାଇଥିଲା।

ମହୀଶୂର ସହର ପୋଲିସ କମିଶନର ସୀମା ଲାଟକର କହିଛନ୍ତି ଯେ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ସିସିଟିଭି ଫୁଟେଜ ଆଧାରରେ, ପୋଲିସ ଶ୍ରୀରଙ୍ଗପାଟନାରେ ଆୟାପ୍ପନଙ୍କ ସ୍ଥାନ ଚିହ୍ନଟ କରିଥିଲା ଏବଂ ଧ୍ୟାନ ପ୍ରତି ତାଙ୍କର ଆଗ୍ରହକୁ ବିଚାର କରି ଅଞ୍ଚଳର ସମସ୍ତ ଧ୍ୟାନ କେନ୍ଦ୍ର ଖୋଜାଖୋଜି କରିଥିଲା। ପୋଲିସର କହିବା ଅନୁଯାୟୀ, ଆୟାପ୍ପାନ ତାଙ୍କ ସ୍କୁଟରରେ ଶ୍ରୀରଙ୍ଗପାଟନାରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri