Posted inଫୁରସତ

ମଣ୍ଡପରେ ବରଙ୍କୁ କନ୍ୟାଙ୍କ ସାଙ୍ଗ ପଚାରିଲେ ଏମିତି ଏକ ପ୍ରଶ୍ନ, ଉତ୍ତର ଶୁଣି ସିଧା ବାହାଘର ଭାଙ୍ଗିଦେଲେ କନ୍ୟା

ମଧ୍ୟପ୍ରଦେଶର ପ୍ରୟାଗରାଜରେ ଏକ ଅଜବ ଘଟଣା ଘଟିଛି। ବିବାହ ମଣ୍ଡପରେ ବରଯାତ୍ରୀଙ୍କ ସହ ପହଞ୍ଚିଥିଲେ ବର। କନ୍ୟାଙ୍କ ସହ ପରିବାର, ବନ୍ଧୁବାନ୍ଧବ ସମସ୍ତେ ବି ପହଞ୍ଚିଥିଲେ। ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଠିକ୍‌ ହସ୍ତଗଣ୍ଠି ପଡ଼ିବା ପୂର୍ବରୁ କନ୍ୟା ଏହି ବାହାଘର ଭାଙ୍ଗି ଦେଇଛନ୍ତି। କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଶୁକ୍ରବାର ପ୍ରୟାଗରାଜର ମେଜାର ଆକବର ଶାହପୁର ଗାଁରେ ବିବାହ ଶୋଭାଯାତ୍ରା ପହଞ୍ଚିଥିଲା। ବିବାହ ଭୋଜିକୁ ସ୍ବାଗତ କରିବା ପରେ, ‘ଦ୍ୱାରଚାର’ ଅନୁଷ୍ଠିତ ହୋଇଥିଲା। ବେଦୀ ଉପରେ ବରକନ୍ୟା ବସିଥିବାବେଳେ କନ୍ୟାଙ୍କ ବାନ୍ଧବୀମାନେ ବରଙ୍କ ସହିତ ମଜା କରିବା ଆରମ୍ଭ କଲେ। ଜଣେ ବାନ୍ଧୀବୀ ଯେତେବେଳେ ବରଙ୍କୁ ତାଙ୍କ ଜନ୍ମ ତାରିଖ ବିଷୟରେ ପଚାରିଲେ, ସେ ଉତ୍ତର ଦେଲେ ଯେ, ତାଙ୍କର ଜନ୍ମ ତାରିଖ ୨୦୨୫। ଏହି ଉତ୍ତରରେ କନ୍ୟା ରାଗିଗଲେ। ଏଥିରେ ରାଗିଯାଇ କନ୍ୟା ବାହା ହେବାକୁ ମନା କଲେ। ପରେ ତାଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ତାଙ୍କ ଜିଦ୍‌ରେ ଅଟଳ ଥିଲେ। ଫଳରେ ବିନା କନ୍ୟାରେ ବର ଫେରିଯାଇଥିଲେ।

ମାମଲା ଆକବର ଶାହପୁରର ଅଟେ। ରାମସାଗର କୁଶଓ୍ବାହାଙ୍କ ଝିଅ ପିଙ୍କିଙ୍କର ବିବାହ ଚାଲିଥିଲା, ଯେଉଁଠାରେ ବିବାହ ଶୋଭାଯାତ୍ରା ପହଞ୍ଚିଥିଲା। କନ୍ୟାର ଭାଇ କହିଲେ ଯେ, ସାତ ଭାଇଙ୍କ ମଧ୍ୟରେ ସେ ତାଙ୍କର ଏକମାତ୍ର ଭଉଣୀ। ବାଇକ୍‌ ବ୍ୟତୀତ ତାଙ୍କ ବିବାହରେ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ବରଙ୍କ ଆଚରଣ ଏବଂ ତାଙ୍କ ବାପାଙ୍କ ଲଗାତର ଯୌତୁକ ଦାବିରେ ବିରକ୍ତ ହୋଇ ଭଉଣୀ ରାଗିଯାଇଥିଲେ। ଏଥିସହିତ ବରଙ୍କ ପାଗଳ ଆଚରଣ ତାଙ୍କୁ ଭଲ ଲାଗି ନ ଥିଲା। ସେ ମୋବାଇଲ କିମ୍ବା ସାଇକେଲ ଚଲାଇ ପାରୁନାହାନ୍ତି। ଜନ୍ମ ତାରିଖ ମଧ୍ୟ କହିପାରିଲେ ନାହିଁ। ଯେଉଁଥିପାଇଁ ମୋ’ ଭଉଣୀ ବାହାଘର ଭାଙ୍ଗିଦେଲେ।

ଅନ୍ୟପକ୍ଷରେ ବରପକ୍ଷ କନ୍ୟା ପରିବାର ଦ୍ୱାରା ଲଗାତର କରାଯାଇଥିବା ଅଭିଯୋଗକୁ ଅସ୍ବୀକାର କରିଥିଲେ। ସେ କନ୍ୟାପକ୍ଷକୁ ମଧ୍ୟ ବୁଝାଇବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ବିବାହ ପାଇଁ ରାଜି ହେଲେ ନାହିଁ। ବର ପକ୍ଷର କହିବା ଅନୁସାରେ, ସେ ମଜାରେ ଭୁଲ୍‌ ଜନ୍ମ ତାରିଖ ଦେଇଥିଲେ। ଏହା ପରେ ବର ଏବଂ ବରଯାତ୍ରୀମାନେ ନିରାଶ ହୋଇ ଘରକୁ ଫେରିଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri