ରାଜ୍ୟରେ ହେବ ୩ ହଜାର ଚେକ୍‌ ଡ୍ୟାମ୍‌ : ୬୧ଲକ୍ଷ ହେକ୍ଟରରୁ ୫୧ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ (ପ୍ଲାନିଂ ଆଣ୍ଡ ଡ଼ିଜାଇନ୍‌) ଇଂ. ଲିଙ୍ଗରାଜ ଗୌଡ଼ ଦୁଇଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସି ବିଭିନ୍ନ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହ ପ୍ରସ୍ତାବିତ ଅନେକ ନୂଆ ପ୍ରକଳ୍ପକୁ ସେ ବୁଲି ଦେଖିଛନ୍ତି। ପରେ ମଙ୍ଗଳବାର ସନ୍ଧ୍ୟାରେ ସେ ଭୁବନେଶ୍ୱର ଫେରିଯାଇଛନ୍ତି। ଏହି ସମୟରେ ସର୍ବୋଚ୍ଚ ଯନ୍ତ୍ରୀ ଗୌଡ଼ ଧରିତ୍ରୀ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ, ରାଜ୍ୟରେ ଜଳସଚେନ ସୁବିଧା ପାଇଁ ଅନେକ ନୂଆନୂଆ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଚଳିତ ବର୍ଷ ୩ହଜାର ନୂଆ ଚେକ୍‌ ଡ୍ୟାମ୍‌ କରିବା ଯୋଜନା ରହିଛି। ଏଥିପାଇଁ ସ୍ଥାନ ଚିହ୍ନଟ ଚାଲିଛି। ଆବଶ୍ୟକ ପଡ଼ିଲେ ଏହାଠାରୁ ଆହୁରି ଅଧିକ ପ୍ରକଳ୍ପ ହେବ। ଏଥିସହ ସୋରଡ଼ା ନିକଟସ୍ଥ ପିପଳପଙ୍କା ଭଳି କିଛି ବଡ଼ ଜଳସେଚନ ପ୍ରକଳ୍ପ ରାଜ୍ୟରେ କରିବା ପାଇଁ ପଦକ୍ଷେପ ନିଆଯାଉଛି। ସରକାର କୃଷକମାନଙ୍କ ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି। ରାଜ୍ୟରେ ୬୧ ଲକ୍ଷ ୮୦ ହେକ୍ଟର ଚାଷ ଜମି ରହିଛଇ। ସେଥିରୁ ୫୧ଲକ୍ଷ ୩୪ ହେକ୍ଟର ଜମିକୁ ବିଭିନ୍ନ ମାଧ୍ୟମରେ ମାର୍ଚ୍ଚ ୨୦୨୫ ସୁଦ୍ଧା ଜଳସେଚନ ସୁବିଧା ରହିଛି। ବଳକା ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଉଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଗୌଡ଼ କହିଥିଲେ। ଏଥିସହ ହରିଗଡ଼ ବୃହତ ଉଠା ଜଳସଚେନ ପ୍ରକଳ୍ପ ମାଧ୍ୟମରେ ଜମିକୁ ପାଣି ଦେବା ବ୍ୟବସ୍ଥା ହୋଇଛି। ମାତ୍ର ପ୍ରକଳ୍ପରେ ପାଣି ନାହିଁ। ତେଣୁ ଉକ୍ତ ପ୍ରକଳ୍ପକୁ ପାଣି କିଭଳି ଆସିବ ସେଥିପାଇଁ ହରିଗଡ଼ଠାରେ ବ୍ୟବସ୍ଥା କରାଯିବ। ଏଥିସହ ତିଳିସିଙ୍ଗି, ଉଲିଦନଠାରେ ଆଉ ୨ଟି ନୁଆ ଚେକ୍‌ ଡ୍ୟାମ୍‌ ହେବା ନେଇ ସେ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବଡ଼ନଦୀ ଉପରେ ୩ଟି ଚେକ୍‌ ଡ୍ୟାମ୍‌ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହା ହେଲେ ଭଞ୍ଜନଗର ବ୍ଲକର ଅନେକ ଅଞ୍ଚଳକୁ ଜଳସେଚନ ସୁବିଧା ହୋଇପାରିବ। ଏଥିସହ ଜଗନ୍ନାଥପ୍ରସାଦ ବ୍ଲକର ମାଣିତରା, ବନ୍ଥ ସମେତ ବିଭିନ୍ନ ନଦୀରେ ଚେକ୍‌ ଡ୍ୟାମ୍‌ କରିବା ପାଇଁ ବିଧାୟକ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏଭଳି ସ୍ଥିତିରେ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଦୁଇ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସି ବିଭିନ୍ନ ଅଞ୍ଚଳର ଭିତିଭୂମି ବୁଲି ଦେଖିଥିଲେ। ସର୍ବୋଚ୍ଚ ଯନ୍ତ୍ରୀଙ୍କ ଗସ୍ତ ସମୟରେ ମୁଖ୍ୟଯନ୍ତ୍ରୀ ଅଜୟ ବିଶ୍ୱାଳ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜୀବ କୁମାର ପଣ୍ଡିତ, ଏସ୍‌ଇ କ୍ୱାଲିଟ୍‌ ଆଣ୍ଡ ଆସୁରେନ୍ସ ବିଷ୍ଣୁ ଚରଣ ସାହୁ, ଭଞ୍ଜନଗର ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନ, ସହକାରୀ ନିର୍ବାହୀଯନ୍ତ୍ରୀ ସନ୍ତୋଷ ପାତ୍ର, ଡ଼ହ ସହକାରୀ ଯନ୍ତ୍ରୀ ପଞ୍ଚୁ ବେହେରା, ଭଞ୍ଜନଗର ସହକାରୀ ଯନ୍ତ୍ରୀ ରଶ୍ମି ରଞ୍ଜନ ରଥ, ସୋରିଷମୁଳି ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ୩ଦିନ ତଳେ ଜଳସମ୍ପଦ ବିଭାଗ ସ୍ବତନ୍ତ୍ର ସଚିବ ମୁକୁଳ ଚନ୍ଦ୍ର ବେରା ମଧ୍ୟ ୩ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସି ଜିଲାର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri