ପାହାଡ଼ରୁ ମିଳିଲା ନିଖୋଜ ବୃଦ୍ଧଙ୍କ ମୃତଦେହ

ଜୟପୁର,୧୯।୫(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ସହର ଉପକଣ୍ଠ ହାତୀବାରିଗୁଡ଼ା ସଂରକ୍ଷିତ ଜଙ୍ଗଲସ୍ଥିତ ପାହାଡ଼ରୁ ରବିବାର ପୂର୍ବାହ୍ନରେ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ସ୍ଥାନୀୟ ଇରିଗେସନ କଲୋନି ବାସିନ୍ଦା ପିତାମ୍ବର ବେହେରୁକ (୬୫) । ଉଦ୍ଧାର ସ୍ଥଳର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କଲେ, ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ଜୟପୁର ଏସ୍‌ଡିପିଓ ସାଗରିକା ନାଥ, ସଦର ଥାନା ଅଧିକାରୀ ଧୀରେନ୍ଦ୍ର ବେହେରା, ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଧି, ଏସ୍‌ଆଇ ଶିବଶଙ୍କର ସାହୁ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ଜିଲା ମୁଖ୍ୟାଳୟରୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଦଳ ସେଠାରେ ପହଞ୍ଚତ୍ ଛାନ୍‌ଭିନ୍‌ ଚଳାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ।
ସୂଚନା ଅନୁଯାୟୀ, ଜୟପୁର ଇରିଗେସନ କଲୋନିର ବାସିନ୍ଦା ହେଉଛନ୍ତି ପୀତବାସ ବେହେରୁକ। ସେ ଇରିଗେସନ କାର୍ଯ୍ୟାଳୟରେ ଷ୍ଟୋର କିପର ପଦବୀରୁ ଅବସର ନେଇଥିଲେ। ତାଙ୍କର ୩ଟି ଝିଅ ଅଛନ୍ତି ା ଏକମାତ୍ର ପୁଅ ୪ ବର୍ଷ ତଳେ ଆତ୍ମହତ୍ୟା କରିଥିଲେ। ସେବେଠାରୁ ତାଙ୍କର ମାନସିକ ସ୍ଥିତ ଠିକ୍‌ ନ ଥିଲା। ଗତ ୧୭ ତାରିଖ ଆତ୍ମହତ୍ୟା କରିବେ ବୋଲି ସ୍ତ୍ରୀଙ୍କୁ କହି ପୀତବାସ ଘରୁ ବାହାରି ଯାଇଥିଲେ, କିନ୍ତୁ ଆଉ ଫେରି ନ ଥିଲେ ା ଗତ ଶନିବାର ଜ୍ୱାଇଁ ଜୟପୁର ଟାଉନ ଥାନାରେ ପୀତବାସ ନିରୁଦ୍ଦିଷ୍ଟ ଥିବା ଏତଲା ଦେଇଥିଲେ। କିନ୍ତୁ ରବିବାର ସକାଳୁ ହାତୀବାରିଗୁଡ଼ା ପାହାଡ଼ରୁ ପୀତବାସଙ୍କ ମୃତଦେହ ମିଳିଥିଲା। ପାହାଡ଼ରୁ ଯେଉଁ ଗଛରୁ ପୀତବାସଙ୍କ ମୃତଦେହ ମିଳିଛି, ସେହି ଗଛରେ ଚଢ଼ି ଆତ୍ମହତ୍ୟା କରିବା ତାଙ୍କ ପକ୍ଷେ ସମ୍ଭବ ହେବନାହିଁ। ଏପରିକି ପାହାଡ଼ ଉପରକୁ ଯିବା ମଧ୍ୟ ସମ୍ଭବ ହେବନାହିଁ। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତାଙ୍କଠାରୁ ସ୍ଥାନୀୟ ଅଞ୍ଚଳର ଅନେକ ବ୍ୟବସାୟୀ ଓ ଠିକାଦାର ଟଙ୍କା ଉଧାର ନେଇଥିବା ବେଳେ ସେମାନେ ଫେରାଉ ନ ଥିବାରୁ ଏହା ପୀତବାସଙ୍କ ଚିନ୍ତା ବଢ଼ାଇଥିଲା। ଯେଉଁମାନେ ଟଙ୍କା ନେଇଥିଲେ, ସେମାନଙ୍କ ମଧ୍ୟରୁ କେହି ହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଜିଲା ଚିକିତ୍ସାଳୟରେ ମୃତଦେହର ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଏସ୍‌ଆଇ ମୁକୁନ୍ଦଦେବ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ସମସ୍ୟା ନ ସୁଧୁରିଲେ ଭୋଟ ଦେବୁନି

ରାୟଗଡ଼ା,୧।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାବୁଗୁଡ଼ା ଗ୍ରାମରେ ଆଜି ବି ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଗାଁରେ...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri