ଶିକ୍ଷା ବିଭାଗ ପକ୍ଷରୁ ଡ୍ରପ୍‌ଆଉଟ୍‌ ସର୍ଭେ କାର୍ଯ୍ୟ ଆରମ୍ଭ

ବାଲିଗୁଡ଼ା,୩୦ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକରେ ବୁଧବାରଠାରୁ ଡ୍ରପ୍‌ ଆଉଟ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ମେ’ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ବ୍ଲକ ଶିକ୍ଷାଧିକାରୀ ମହେଶର ମାଝି ଓ ସିଆରସିସି ସୌଦାମିନି ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଣସପଡି ଉଚ୍ଚ ପ୍ରାଥମିକ ଶିକ୍ଷୟିତ୍ରୀଶିକ୍ଷକମାନେ ନିଜ ଅଞ୍ଚଳରେ ଘରକୁ ଘର ବୁଲି ଡ୍ରପ୍‌ ଆଉଟ୍‌ ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ପ୍ରହରାଜ ଏକ ୪ ଜଣିଆ ଟିମ୍‌ ଗଠନ କରି ଶିକ୍ଷୟିତ୍ରୀ ସବିତା ମହାନ୍ତି , ଜ୍ୟୋତିର୍ମୟୀ ଶତପଥୀ, ମିନାକ୍ଷୀ ତ୍ରିପାଠୀ,ପ୍ରମିଳା ବଳିଆରସିଂ, ମୋହିନୀ ପ୍ରଧାନ, ସୁଦୀପ୍ତା ମହାପାତ୍ର , ଲକ୍ଷ୍ମୀପ୍ରିୟା ମଲ୍ଲିକ, ଶିକ୍ଷକ ରଞ୍ଜନ କୁମାର ପାନିଗ୍ରାହୀଙ୍କୁ ନେଇ ୪ଟି ସାହିକୁ ଯାଇ ଶୂନରୁ ୧୮ ବର୍ଷର ପିଲାଙ୍କୁ ଚିହ୍ନଟ କରିବେ ଶିକ୍ଷୟିତ୍ରୀ/ଶିକ୍ଷକ। କେଉଁ ଗ୍ରାମର କେତେ ପିଲା ଅଧାରୁ ପାଠପଢ଼ା ଛାଡ଼ିଛନ୍ତି ତାହାର ତାଲିକା ପ୍ରସ୍ତୁତ କରିଛନ୍ତ। ଆଖପାଖ ଅଞ୍ଚଳ ସମେତ ନିକଟବର୍ତ୍ତୀ ଗାଁ ,ସାହି, କଲୋନୀରେ ପହଞ୍ଚି ସେମାନେ ପିଲାଙ୍କ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରିବେ ଗାଁରେ କେତେ ପିଲା ରହିଛନ୍ତି? ପିଲାଙ୍କ ନାମ, ବୟସ, ଲିଙ୍ଗ ଆଦି ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତ। କେଉଁ କାରଣ ପାଇଁ ଅଧାରୁ ପିଲା ପାଠପଢ଼ା ଛାଡ଼ିଛନ୍ତି ତାହା ମଧ୍ୟ ସ୍ପଷ୍ଟ କରିବେ, କେଉଁ ଭାଷାରେ କଥାବାର୍ତ୍ତା କରନ୍ତି, ଦିବ୍ୟାଙ୍ଗ କି ନାହିଁ; ସେ ସଂକ୍ରାନ୍ତରେ ମଧ୍ୟ ସମସ୍ତ ତଥ୍ୟ ସଂଗ୍ରହ କରାଯିବା ସହ ବ୍ଲକର ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିକ୍ଷକ, ଶିକ୍ଷୟିତ୍ରୀ ଏହି କାର୍ଯ୍ୟ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri