ଗଠନ ହେଲା ୫୪ ବିପର୍ଯ୍ୟୟ ପରିଚାଳନା କମିଟି, ଦୈବୀ ଦୁର୍ବିପାକ ମୁକାବିଲାରେ…

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବିପର୍ଯ୍ୟୟ ପ୍ରଶମନ ସମିତି ଓ ଓସ୍‌ଡିଏମା ସହାୟତାରେ ଭଞ୍ଜନଗର ବ୍ଲକ ପ୍ରଶାସନ ସହଯୋଗରେ ବାର୍ଡ ସଂସ୍ଥା ଦ୍ୱାରା ଭଞ୍ଜନଗରରେ ବ୍ଲକରେ ଥିବା ୧୦ଟି କୁଲାଡ଼,ଗୋଲାପଡା, ବାଉଁଶଲୁଣ୍ଡି, ଡିହପଢାଳ , ତୁରୁମୁ,ତିଳିଶିଙ୍ଗୀ,ବ୍ରାହ୍ମଣପଦର, ଦୋମୁହାଣି, ହରିଗଡ଼ ଓ ଗାଲେରୀ ପଞ୍ଚାୟତର ୫୪ଟି ରାଜସ୍ବ ଗ୍ରାମରେ ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଶୁକ୍ରବାର ଗଠିତ ହୋଇଛି।

ଉକ୍ତ ରାଜସ୍ବ ଗ୍ରାମର ଓ୍ବାର୍ଡ ସଭ୍ୟ, ଅଙ୍ଗନଓ୍ବାଡି କର୍ମୀ, ଆଶା, ଶିକ୍ଷକ, ସ୍ବୟଂ ସହାୟକ ଦଳ ସଭ୍ୟ ଓ ଗାଁ ସ୍ବେଚ୍ଛାସେବୀଙ୍କୁ ନେଇ ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠିତ କରାଯାଇଛି। ଯାହାକୁ ୨୧ଟି ଦୈବୀ ଦୁର୍ବିପାକ ତୁଷାରପାତ, ଭୂତାଣୁ ସଂକ୍ରମଣ, ସାପକାମୁଡ଼ା, ରାସାୟନିକ ବିକରଣ, ଶିତ ଲହରୀ, ବାତ୍ୟା, ନୌକା ଦୁର୍ଘଟଣା, କୀଟ ଆକ୍ରମଣରେ ଫଶଲ ନଷ୍ଟ, ବାଦଲଫଟା ବର୍ଷା, ରାସ୍ତା ଦୁର୍ଘଟଣା, ମରୁଡି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ଜଙ୍ଗଲ ପୋଡି, ଅଂଶୁଘାତ, ଭୁସ୍ପଳନ, ବୁଡ଼ିଯିବା,ବନ୍ୟଜନ୍ତୁ ଓ ମନୁଷ୍ୟ ଲଢେଇ,ବଜ୍ରପାତ, ପରମାଣୁ ବିସ୍ଫୋରଣ, କୁହୁଡା, ସମୁଦ୍ର ସୁନାମୀ ଉପରେ କମିଟି ସଭ୍ୟାସଭ୍ୟଙ୍କୁ ବାର୍ଡ ଅନୁଷ୍ଠାନ ତରଫରୁ ତାଲିମ ଦିଆଯାଇଥିଲା।

ବିଶେଷ କରି ବଜ୍ରପାତ ସମୟରେ ଜଳଉତ୍ସ, ଗଛ ତଳେ, ଇଲେକ୍ଟ୍ରୋନିକ୍‌ ଯୁକ୍ତ ବ୍ୟବହାର, ଖୋଲା ଆକାଶ ଲୋକେ ଓ ଗୃହପାଳିତ ପଶୁକୁ ରହିବା ବାରଣ କରାଯାଉଛି। ଭୂ ବିଜ୍ଞାନ ମନ୍ତ୍ରଣIଳୟ ତଥ୍ୟ ଅନୁସାରେ ଦେଶରେ ଉତ୍ତରପୂର୍ବ ରାଜ୍ୟ, ପଶ୍ଚିମବଙ୍ଗ, ସିକିମ, ଝାଡ଼ଖଣ୍ଡ ଓ ଓଡ଼ିଶା ରାଜ୍ୟ ବଜ୍ରପାତ ପ୍ରବଣ ଅଞ୍ଚଳ ବୋଲି ଘୋଷଣା କରାଯାଇଛି। ପାଞ୍ଚ ସେକେଣ୍ଡରେ ଏକ ମାଇଲ, ୧୫ ସେକେଣ୍ଡରେ ୩ ମାଇଲ ବିଜୁଳି ଘଡ଼ଘଡ଼ି ମାରିପାରିବ, ବଜ୍ରପାତରେ ୨୦୦୦ରୁ ୨୦୨୧ ମଧ୍ୟରେ ୪୯ ହଜାର ଲୋକ ମୃତ୍ୟବରଣ କରିଛନ୍ତି, ଜଳବାୟୁ ଓ ସ୍ଥାନୀୟ ପରିବେଶ ପରିବର୍ତନ ଯୋଗୁ ଆମ ରାଜ୍ୟରେ ୩୬ ପ୍ରତିଶତ ବଢିଛି, ଏକ ହଜାର ବର୍ଗ କିଲୋମିଟରରେ ୬୯ଜଣ ବଜ୍ରପାତରେ ଜୀବନ ହରାଉଛନ୍ତି ଯାହା ଆମ ରାଜ୍ୟ ପ୍ରଥମ ରାଜ୍ୟ ରୂପେ ପରିଗଣିତ ଯାହା ଚିନ୍ତାର କାରଣ ହୋଇଛି ବୋଲି ସାଧନ କର୍ମୀ ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ତାଲିମ ଦେଇଥିଲେ।

ତାଳଗଛ ରୋପଣ ମାଧ୍ୟମରେ ବଜ୍ରପାତ କିଛି ଅଂଶ କମିପାରିବ ବୋଲି ବନ ବିଭାଗ ବନ କର୍ମଚାରୀ ଶରତ କୁମାର ମହାନ୍ତି କହିଥିଲେ। କ୍ଷୟକ୍ଷତି ଆକଳନ ଓ ଦୈବିଦୁର୍ବିପାକ ବିପର୍ଯ୍ୟୟରେ ଜୀବନ ହାରିଥିବା ପରିବାରକୁ ସରକାରୀ ସାହାଯ୍ୟ କିଭଳି ମିଳିବ ରାଜସ୍ବ ବିଭାଗ ତରଫରୁ ରାଜସ୍ବ ନିରୀକ୍ଷକ ସଂଯୋଗ ମହାପାତ୍ର ସାଧନକର୍ମୀ ଭାବେ ଯୋଗ ଦେଇ ଉପସ୍ଥିତ ଗାଁ କଲ୍ୟାଣ ସମିତି ସଭ୍ୟା ଓ ସଭ୍ୟଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ବହୁ ସଂଖ୍ୟାରେ ଆଶା, ଅଙ୍ଗନଓ୍ବାଡ଼ି,ମହିଳା ଗୋଷ୍ଠୀ, ଯୁବକସଂଘ ଓ ଓ୍ବାର୍ଡ ସଭ୍ୟାସଭ୍ୟ ତାଲିମରେ ଅଂଶଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri