୯ ଦଫା ଦାବି ନେଇ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କଲା ସିଟିଜେନ୍‌ ଫୋରମ୍‌

କେସିଙ୍ଗା,୨୦ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ସିଟିଜେନ ଫୋରମ୍‌ର ସଭାପତି ଡ. ହେମସାଗର ସାହାଙ୍କ ନେତୃତ୍ୱରେ କେସିଙ୍ଗାସହରସ୍ଥିତ ବିଦ୍ୟାପୀଠର ସଭାଗୃହରେ ଏକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବେରା କୋଣ୍ଡା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କେସିଙ୍ଗା ଏସ୍‌ଡିପିଓ ରଞ୍ଜନ ସେନାପତି, ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀୟ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। କେସିଙ୍ଗା ସହର ବିଭିନ୍ନ ସମସ୍ୟାର ସମାଧାନ ଦେଇ ୯ଦଫା ସମ୍ବଳିତ ଏକ ଦାବିପତ୍ର ଏସ୍‌ପିଙ୍କୁ ଦାବି ଜଣାଇଛନ୍ତି। ଜଗନ୍ନାଥପଡ଼ାରେ ଏକ ଆଉଟ ପୋଷ୍ଟ ସ୍ଥାପନ ପାଇଁ ଦାବି କରାଯାଇଛି। ସହରରେ ବିଭିନ୍ନ ଜାଗାରେ ଚୋରି ହେଉଛି। ଚୋରି ରୋକିବାକୁ ଏସ୍‌ପି.କେସିଙ୍ଗା ଆଇଆଇସିଙ୍କୁ ବିଭିନ୍ନ ଜାଗାରେ ପାଟ୍ରୋଲିଂ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଜଗନ୍ନାଥ ମନ୍ଦିର ନିକଟରେ ଆଉଟ ପୋଷ୍ଟ ସ୍ଥାପନ, ଦେଶୀ କୁଚିଆ ମଦ ବିକ୍ରି ରୋକିବା,ସହରର ମଧ୍ୟ ଭାଗରେ ଥିବା କବାଡି ଗୋଦାମଗୁଡିକୁ ସ୍ଥାନାନ୍ତର, ଟ୍ରାଫିକ ସମସ୍ୟା ଦୂର, ବ୍ୟବସାୟୀଙ୍କ ଗୋଦାମଗୁଡ଼ିକୁ ସହରର ବାହାରକୁ ସ୍ଥାନାନ୍ତର, ସହରର ମୁଖ୍ୟ ଜାଗାରେ ସିସି କ୍ୟାମେରା ଲଗାଇବା, ପାଷ୍ଟିକୁଡି ଛକରେ ଦୁର୍ଘଟଣା ରୋକିବା ଆଦି ସମସ୍ୟାଗୁଡିକୁ ଏସ୍‌ପିଙ୍କ ନିକଟରେ ଦାବି ଜଣାଇଥିଲେ। ଏଥିସହିତ ଲିଫ୍ଟ ଇରିଗେସନ କାର୍ଯ୍ୟାଳୟ ଦୀର୍ଘ ବର୍ଷ ହେଲା ଅଚଳାବସ୍ଥାରେ ପଡ଼ିରହିଛି। ସେହି ୩୦ ଡେସିମିଲି ଜାଗାକୁ ଏନ୍‌ଏସିକୁ ହସ୍ତାନ୍ତର କରିବା ପାଇଁ ଜିଲା ପ୍ରଶାସନକୁ ସିଟିଜେନ ଫୋରମ୍‌ ପକ୍ଷରୁ ଦାବି କରିଥିଲେ। ସିଟିଜେନ ଫୋରମ୍‌ ପକ୍ଷରୁ ଏସ୍‌ପି, ଡିଏସ୍‌ପି, ଇଓଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ସିଟିଜେନ ଫୋରମ୍‌ର ସମ୍ପାଦକ ବି.ଚନ୍ଦ୍ରଶେଖର ଆଚାରୀ। ଧନ୍ୟବାଦ ଦେଇଥିଲେ କେସିଙ୍ଗା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ବିନାୟକ ନାଏକ।


Enter your email to get our daily news in your inbox.

All Right Reserved By Dharitri.Com

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri