Top 5 Odishi Dancers in Odisha: ଓଡ଼ିଶୀ ନୃତ୍ୟକୁ ପ୍ରଚାର ପ୍ରସାର କରିବାରେ ୫ ନୃତ୍ୟଶିଳ୍ପୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା

ଓଡ଼ିଶୀ ନୃତ୍ୟକୁ  ପ୍ରଚାର ପ୍ରସାର କରିବାରେ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏମାନଙ୍କ ମଧ୍ୟରୁ ୫ ଶ୍ରେଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ (Top 5 Odishi Dancers in Odisha) ଦେଶ ବିଦେଶ ମଞ୍ଚରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ଓଡ଼ିଶାର ସଂସ୍କୃତିକୁ ପ୍ରଚାର କରିଛନ୍ତି। ନିମ୍ନରେ ୫ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ବିଷୟରେ ଉଲ୍ଲେଖ କରାଗଲା…

ଗୁରୁ କେଳୁଚରଣ ମହାପାତ୍ର (Guru Kelucharan Mohapatra ):

Mysticamusic - Kelu Charan Mahapatra

ଓଡ଼ିଶୀ ନୃତ୍ୟର ଆଧୁନିକ ରୂପକୁ ପ୍ରଚଳନ କରାଇବାରେ ତାଙ୍କର ଅବଦାନ ଅତୁଳନୀୟ। ସେ ଓଡ଼ିଶୀ ଗୁରୁକୁଳର ପ୍ରତିଷ୍ଠାତା ଏବଂ ଅନେକ ନୃତ୍ୟଶିଳ୍ପୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି।  ବିଂଶ ଶତାବ୍ଦୀରେ ଓଡ଼ିଶୀର ପୁନରୁତ୍ଥାନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଇବାରେ କେଳୁଚରଣଙ୍କର ପ୍ରମୂଖ ଭୂମିକା ରହିଥିଲା। ପଦ୍ମ ବିଭୂଷଣ ପୁରସ୍କାର ପାଇବାରେ ସେ ପ୍ରଥମ ଓଡ଼ିଆ । ସେ ପ୍ରାୟ ୨୦୦ ଏକକ ପ୍ରଦର୍ଶନ ଓ ୫୦ଟି ନୃତ୍ୟ ନାଟିକା ସଂଯୋଜନା କରିଛନ୍ତି।

ସଂଯୁକ୍ତା ପାଣିଗ୍ରାହୀ(Sanjukta Panigrahi):

Sanjukta Panigrahi Entertainment Photo Sanjukta Panigra...

ଓଡ଼ିଶୀ ନୃତ୍ୟକୁ ବିଶ୍ୱମଞ୍ଚରେ ପରିଚିତ କରାଇବାରେ ସଂଯୁୁକ୍ତାଙ୍କ ଭୂମିକା ଅନନ୍ୟ। ତାଙ୍କର ନୃତ୍ୟରେ ଭାବପୂର୍ଣ୍ଣ ଅଭିନୟ ଓ ତାଳ ଅତ୍ୟନ୍ତ ପ୍ରଶଂସିତ। ସେ ପଦ୍ମଶ୍ରୀ ଓ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି। ଓଡ଼ିଶୀ ନୃତ୍ୟକୁ ଭାରତ ସମେତ ସମଗ୍ର ବିଶ୍ୱରେ ଆଦୃତ କରାଇବା ପାଇଁ ସେ ଭିନ୍ନ ଭିନ୍ନ ସ୍ଥାନ ଯେପରି ଆମେରିକା, ଫିଲିପାଇନ୍ସ, ୟୁନାଇଟେଡ୍ କିଙ୍ଗଡମ୍, ଇସ୍ରାଏଲ୍, ଗ୍ରୀସ୍, ପ୍ୟାରିସ୍ ତଥା ଅନ୍ୟାନ୍ୟ ଦେଶଗୁଡ଼ିକ ଭ୍ରମଣ କରି ସେଠାରେ ଓଡ଼ିଶୀ ନୃତ୍ୟର ପ୍ରଚାର କରିଥିଲେ । ତାଙ୍କ ନୃତ୍ୟ ପ୍ରତିଭା ଓ ନୃତ୍ୟକଳା ପ୍ରତି ଅବଦାନ ସ୍ୱରୁପ ତାଙ୍କୁ ୧୯୭୫ରେ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା । ୧୯୭୬ରେ ମଧ୍ୟ ସେ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ଆହୁରି ପଢ଼ନ୍ତୁ…

Top 5 temples in Western Odisha: ପଶ୍ଚିମ ଓଡ଼ିଶାର ଟପ୍‌-୫ ମନ୍ଦିର

ଅରୁଣା ମହାନ୍ତି(Aruna Mohanty):

ପଦ୍ମଶ୍ରୀ ସମ୍ମାନିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ । ୨୦୨୧ରେ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଭାବରେ ତତ୍‌କାଳୀନ ଓଡ଼ିଶା ସରକାର ନିଯୁକ୍ତ କରିଥିଲେ। ଅରୁଣା ମହାନ୍ତି ବାଲ୍ୟକାଳରୁ ପିତା କମଳ ଲୋଚନ ମହାନ୍ତିଙ୍କଠାରୁ ନୃତ୍ୟ ଅଭିନୟ ଶିକ୍ଷାରମ୍ଭ କରିଥିଲେ । କ୍ରମେ ଶ୍ରୀନାଥ ରାଉତ ଓ ଗୋବିନ୍ଦ୍ର ପାଳଙ୍କଠାରୁ ମଧ୍ୟ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ । ୧୯୭୨ରୁ ସେ ଗୁରୁ ଗଙ୍ଗାଧର ପ୍ରଧାନଙ୍କଠାରୁ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ । ଗଙ୍ଗାଧର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅରୁଣା ନିଜକୁ ଜଣେ ନୃତ୍ୟଶିଳ୍ପୀରୁ ନୃତ୍ୟଗୁରୁ ଓ ନୃତ୍ୟନିର୍ଦ୍ଦେଶକ ଭାବରେ ଗଢ଼ିତୋଳି ଥିଲେ । ଅରୁଣା, ବିଭିନ୍ନ ସମୟରେ ଗୁରୁ ପଙ୍କଜ ଚରଣ ଦାସ, କେଳୁଚରଣ ମହାପାତ୍ର,ସଂଯୁକ୍ତା ପାଣିଗ୍ରାହୀ ଓ ସୋନାଲ ମାନସିଂହଙ୍କଠାରୁ ନୃତ୍ୟ ଶିକ୍ଷା କରିଛନ୍ତି । ନିର୍ମଳ ମହାନ୍ତି ଓ ଶାନ୍ତନୁ ଦାସଙ୍କଠାରୁ ସେ ଓଡ଼ିଶୀ ସଙ୍ଗୀତ ଶିକ୍ଷା ଲାଭ କରିଛନ୍ତି।

କୁମ୍‌କୁମ୍‌ ମହାନ୍ତି(Kumkum Mohanty):

Kumkum Mohanty: Queen Of Abhinaya In Odissi – THE DANCE INDIA

ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ୨୦୨୦ରେ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କର ନୃତ୍ୟ ଶୈଳୀ ଓ ଶିକ୍ଷଣ ଅନେକ ନୃତ୍ୟଶିଳ୍ପୀଙ୍କୁ ପ୍ରେରଣା ଦେଇଛି।

ସୁଜାତା ମହାପାତ୍ର(Sujata Mohapatra):

Odissi Danseuse Sujata Mohapatra To Receive Sangeet Natak Akademi Award | Odisha Bytes

ଓଡ଼ିଶୀ ନୃତ୍ୟକୁ ଦେଶ ବିଦେଶରେ ପହଞ୍ଚାଇବାରେ ଯେଉଁ କିଛି ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରମୁଖ ଭୂମିକା ନେଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ ସୁଜାତା ମହାପାତ୍ର। ଆଖି ଝଲସେଇ ଦେଲା ଭଳି ଭାବ ଭଙ୍ଗୀ ପାଇଁ ସେ ଦର୍ଶକଙ୍କ ମନ ଜିଣି ଥାନ୍ତି। ମଞ୍ଚରେ ତାଙ୍କ ଉପସ୍ଥିତି ସବୁବେଳେ ଦେଖେଣାହାରୀଙ୍କୁ ମୁଗ୍ଧ କରିଥାଏ।

ଏହାଛଡ଼ା ଓଡ଼ିଶୀ ଶିକ୍ଷା କ୍ଷେତ୍ରରେ ତାଙ୍କର ଉପସ୍ଥିତି ଆଜି କେବଳ ରାଜ୍ୟରେ ନୁହେଁ, ବରଂ ରାଜ୍ୟ ଓ ଦେଶ ବାହାରେ ହଜାର ହଜାର ଓଡ଼ିଶୀ ନୃତ୍ୟଶିଳ୍ପୀ ତିଆରି କରିଛି। ଏହି ଅବଦାନ ପାଇଁ ୨୦୧୮ରେ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

ରେଞ୍ଜ ରୋଭର୍‌ କି ମର୍ସିଡିିଜ ନୁହେଁ: ପୁଟିନଙ୍କୁ ନେବାକୁ କାହିଁକି ଫର୍ଚୁନର ବାଛିଲେ ମୋଦି? ଜଣାପଡିଲା ଅସଲ ସତ

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏବଂ ତାଙ୍କୁ ସ୍ୱାଗତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଉପସ୍ଥିତି ଏବଂ କୁଣ୍ଢେଇବା ଦୃଶ୍ୟ ସମସ୍ତଙ୍କ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri