ଦିଗପହଣ୍ଡି,୧୫ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଆନୁକୂଲ୍ୟରେ ମଙ୍ଗଳବାର ବ୍ଲକ୍ ସଦର ମହକୁମାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ପକ୍ଷ କାର୍ଯ୍ୟକ୍ରମ ସ୍ଥାନୀୟ ମିଶନଶକ୍ତି ଭବନଠାରେ ଅନୁଷ୍ଠିତ ହୋଇଛି। ଅଙ୍ଗନୱାଡ଼ି ସୁପ୍ରଭାଇଜର ବିଳାସିନୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ ଅଧ୍ୟକ୍ଷତା କରିଥିଲେ। ଆଇନଜୀବୀ ହରପ୍ରସାଦ ରଥ ମୁଖ୍ୟଅତିଥି, ବ୍ଲକ୍ ସଂଯୋଜକ ଦୁର୍ଯ୍ୟୋଧନ ମଲ୍ଲିକ ଏବଂ ବିଦ୍ୟାଧର ଗୌଡ଼ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଅତିଥି ବୃନ୍ଦ ଆଲୋକପାତ କରିବା ପରେ ପୋଷଣଯୁକ୍ତ ଖାଦ୍ୟ ସାମଗ୍ରୀର ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଥିଲେ। ଏହି ଅବସରରେ ଶିଶୁଙ୍କ ଅନ୍ନପ୍ରାସନ ଏବଂ ମହିଳାଙ୍କ ଗୋଦଭରାଇ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ‘ସାଧନା’ ମହିଳା ସଂଘର ସଭାନେତ୍ରୀ ପି.ବିଜୟଲକ୍ଷ୍ମୀ, ଅଙ୍ଗନୱାଡ଼ି କର୍ମୀ ଗାୟତ୍ରୀ ପାତ୍ର, ରଶ୍ମିତା ପାତ୍ର, ଅର୍ଚ୍ଚନା ପାଢୀ, ଭାରତୀ ପାଢ଼ୀ, ରୋଜି ପ୍ରଧାନ, ଅଳକା ମହାନ୍ତି, ଏନ୍.କସ୍ତୁରୀ, ସ୍ନେହଲତା ବେହେରା, ଝୁନୁ ସେଠୀ, ଗୌରୀ ସେଠୀ, ସବିତା ବେହେରା, ସ୍ନେହଲତା ଆଚାରୀ, ଅହଲ୍ୟା ପ୍ରଧାନ, ସୁନିତା ପାତ୍ର, ଆଶାଲତା ଦୋରା, ସରିତା ପ୍ରଧାନ, ବିଦେଶିନୀ ବିଷୋୟୀ, ସରିତା ନାହାକ, ରଞ୍ଜିତା ବେହେରା ପ୍ରମୁଖ ସହଯୋଗ କରିଥିଲେ।


