ଶିଶୁପୁତ୍ରକୁ ଅପହରଣ ନୁହେଁ ପାଳିବାକୁ ନେଇଥିବା କହିଲେ ଅଭିଯୁକ୍ତ , ହେଲେ କହିଲେନି…

ଭୁବନେଶ୍ୱର,୧୫।୪: ଭୁନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ହୋଇଛି। ପୋଲିସର ଏକ ସ୍ବତନ୍ତ୍ର ଟିମ ବାଲେଶ୍ୱରରୁ ପିଲା ଚୋରଙ୍କୁ ଧରିବା ସହ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ଅପହରଣକାରୀ କେଦାର ସେଠ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପିଲାଟିକୁ ପାଳିବାକୁ ନେଇଥିଲୁ।
ଅପହରଣ କରିଥିବା ସ୍ବୀକାର କରିଥିବା ବେଳେ ମହିଳାଙ୍କ ପ୍ରରୋଚନାରେ ଅପହରଣ କରିଥିବା ସେ ମାନିଛନ୍ତି। ମାତ୍ର ଟଙ୍କା ନେଣଦେଣ ନେଇ ଅସ୍ବୀକାର କରିଛନ୍ତି କେଦାର। ତେବେ ସବୁଠୁ ବଡ଼ ପ୍ରଶ୍ନ ମହିଳାଙ୍କ ସ୍ବାମୀ ଥିବା ବେଳେ କେଦାର ତାଙ୍କର ସମ୍ପର୍କରେ କ’ଣ ହେବେ ଯାହାକୁ ଏଡାଇ ଯାଇଛନ୍ତି କେଦାର । ମହିଳାଙ୍କ ସହ ସମ୍ପର୍କ ନେଇ ସେ ମୁହଁ ଖୋଲି ନ ଥିଲେ।

ସୂଚନା ଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ରାମ ମନ୍ଦିର ସାମ୍ନାରେ ଭିକ୍ଷାବୃତ୍ତି କରୁଥିବା ଜଣେ ଦୃଷ୍ଟିବାଧିତ ମା’ଙ୍କ ପାଖରୁ ତାଙ୍କ ଦେଢ଼ବର୍ଷର ଶିଶୁପୁତ୍ରଙ୍କୁ ଚୋରି କରି ନିଆଯାଇଥିଲା। ପିଲାକୁ ହରାଇ ଭାଙ୍ଗିପଡ଼ିଥିବା ମା’ ଜୟନ୍ତୀ ମଲ୍ଲିକ ଏନେଇ ଖାରବେଳନଗର ଥାନାରେ ରବିବାର ଅଭିଯୋଗ କରିଥିଲେ। ପୋଲିସ ତାଙ୍କ ଏତଲାକୁ ଆଧାର କରି ଏକ ଅପହରଣଜନିତ ମାମଲା (ନଂ.୧୬୨/୨୦୨୫) ରୁଜୁ କରି ତଦନ୍ତ ତଦନ୍ତ ଆରମ୍ଭ କରିଥିଲା। ଜୟନ୍ତୀଙ୍କୁ ଦେଖାଯାଉ ନ ଥିବାରୁ ଅଭିଯୁକ୍ତ ଜଣକ ଏହାର ସୁଯୋଗ ନେଇ ଏହି କାଣ୍ଡ ଭିଆଇଥିଲେ।

ସୂଚନା ଅନୁଯାୟୀ, ଏତଲାକାରୀ ଜୟନ୍ତୀଙ୍କ ଦୁଇ ସନ୍ତାନ। ବଡ଼ଝିଅ ସାଇନ ୭ ବର୍ଷ ହୋଇଥିବାବେଳେ ବର୍ଷେ ୭ ମାସର ହୋଇଥିବା ସାନପୁଅ ଶୁଭମକୁ ଅପହରଣ କରାଯାଇଥିଲା। ଜୟନ୍ତୀ ନିଳାଦ୍ରୀ ବିହାରସ୍ଥିତ ଏକ କନ୍ୟାଶ୍ରମରେ ରହୁଥିବା ବେଳେ ଗତ ୫ବର୍ଷ ହେବ ରାମମନ୍ଦିର ସାମ୍ନାରେ ଭିକ୍ଷାବୃତ୍ତି କରୁଛନ୍ତି। ଦିନରେ ଭିକ୍ଷାବୃତ୍ତି କରି ରାତିରେ କନ୍ୟାଶ୍ରମକୁ ଫେରିଯାଆନ୍ତି। ରବିବାର ରାତିରେ ବର୍ଷା ହେବାରୁ ଜୟନ୍ତୀ ଆଶ୍ରମକୁ ଫେରିପାରି ନ ଥିଲେ। ସେ ରାତିରେ ରାମମନ୍ଦିର ସାମ୍ନାରେ ରହିଯିବା ସହ ଦୁଇପିଲା ମଧ୍ୟ ତାଙ୍କ ପାଖରେ ଥିଲେ।

ରାତି ପ୍ରାୟ ୧୨ଟା ବେଳେ ଜଣେ ବ୍ୟକ୍ତି ସେଠାକୁ ଆସି ସାନପୁଅ ସହ ଖେଳିଥିଲେ। ପୁଅକୁ କିଛି ଖାଦ୍ୟ ଦେବା ସହ ଜୁସ ମଧ୍ୟ ପିଇବାକୁ ଦେଇଥିଲେ। କୋଳକୁ ନେଇ ମୋବାଇଲ ଦେଖାଇଥିଲେ। ପିଲାଟି ମଧ୍ୟ ତାଙ୍କ ସହ ଖେଳିଥିଲା। ଏଭଳି ଦୁଇଘଣ୍ଟା ଧରି ଦୁର୍ବୃତ୍ତ ଜଣକ ପିଲା ସହ ହସିଖେଳି ସମୟ ବିତାଇଥିଲେ। ରାତି ପ୍ରାୟ ୨ଟା ବେଳେ ଜୟନ୍ତୀ ତାଙ୍କ ସାନପୁଅର ଡାକ ଶୁଣିବାକୁ ପାଇ ନ ଥିଲେ। ପରିବେଶ ଶୁନଶାନ ହୋଇଯିବାରୁ ଜୟନ୍ତୀ ସ୍ଥାନୀୟ ଲୋକଙ୍କୁ ଡାକ ପକାଇବା ସହ ପୋଲିସର ସାହାଯ୍ୟ ଲୋଡିଥିଲେ। ପୋଲିସ ଘଟଣାର ତଦନ୍ତ କରି ଶିଶୁପୁତ୍ରଙ୍କୁ ବାଲେଶ୍ୱରରୁ ଉଦ୍ଧାର କରିଛି। ଶିଶୁପୁତ୍ର ଉଦ୍ଧାର ପରେ ମା’ଙ୍କ ମୁହିଁରେ ହସି ଫୁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri