Posted inଫୁରସତ

ସାହିତି୍ୟକା ମିନାକ୍ଷୀ ଦ୍ବିବେଦୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

କଟକରେ ମୋ ଜନ୍ମ। ଘରର ପୁଣି ବଡ ଝିଅ। ପିଲାଦିନୁ ଖୁବ୍‌ ଚଞ୍ଚଳ ଥିଲି। ସ୍କୁଲରେ ସବୁବେଳେ ପ୍ରଥମ ହେଉଥିଲି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରସ୍ତାବ କ୍ରମେ ମୋତେ ହିଁ ଶ୍ରେଣୀରେ ଫାଷ୍ଟ ମନିଟର କରା ହେଉଥିଲା। ପ୍ରଥମ ଧାଡି ଛାଡ଼ି କି କେବେବି ଦ୍ବିତୀୟ ଧାଡିରେ ବସିନି। ପାଠପଢ଼ାରେ ଭଲ ଥିବା ଯୋଗୁ ଶିକ୍ଷକ ଶିକ୍ଷୟିତ୍ରୀ ଯାହା ବି ଶିକ୍ଷାଦାନ କରୁଥିଲେ ମୋର ପୂରା ମୁଖସ୍ଥ ହୋଇଯାଉଥିଲା।
ସ୍କୁଲ୍‌ବେଳେ ନାଟକ ବି ଲେଖୁଥିଲି ଆଉ ତାକୁ ସାଙ୍ଗମାନଙ୍କୁ ଶିଖାଉଥିଲି। ସ୍କୁଲର ବାର୍ଷିକ ଉତ୍ସବରେ ମଧ୍ୟ ଅଭିନୟ କରୁଥିଲି। ଡିବେଟ୍‌ ହଉ କି ରଚନା ଅଥବା କୁଇଜ କମ୍ପିଟିଶନ ସବୁଥିଲେ ଭାଗ ନେବା ଆଉ ପୁରସ୍କାର ପାଇବା ମୋର ସୁନିଶ୍ଚିତ ଥିଲା। ମତେ ଏନ୍‌ଟିଏସ୍‌ଇ ସ୍କୋଲାରସିପ ବି ମିଳିଥିଲା। କିନ୍ତୁ ସେଇ ରୋଜଗାରର ପୁଲକ ମୋ ପିଲାଦିନର ସ୍ମୃତି ସହ ଝାପ୍ସା ହୋଇଯାଇଛି। କଲେଜରେ ପାଦ ଥାପିଲା ପରେ ପରେ ମୁଁ ଥମି ଗଲି। ବୋଧହୁଏ କୋ- ଏଜୁକେସନ ଥିଲା ବୋଲି ଧୀରେ ଧୀରେ ଅନ୍ତର୍ମୁଖୀ ହୋଇଗଲି। କିନ୍ତୁ ବହି ପଢ଼ାପଢ଼ି ବହୁତ କରୁଥିଲି। ପରୀକ୍ଷା ଥାଉ ନଥାଉ ସବୁବେଳେ ବିଭିନ୍ନ ପ୍ରକାର ବହି ସଂଗ୍ରହ କରିକି ପଢୁଥିଲି। +୨ ପରେ ଓୟୁଏଟିରେ ପାଇ ବି ଯାଇ ନଥିଲି। ନନା ଦୂରରେ ହଷ୍ଟେଲରେ ରହିବାକୁ ଛାଡିଲେନି। ଏମିତି ଏମିତି ରେଭେନ୍ସାରୁ ଏମଏସସିରେ ଫାଷ୍ଟ କ୍ଲାସ ଡିଷ୍ଟିଙ୍ଗସନରେ ପାସ କଲି। ତା’ ସଙ୍ଗେ ସଙ୍ଗେ ନଳିନୀ ଦେବୀରେ ବିଇଡ଼ି କଲି। ଏହାର ଅଳ୍ପଦିନ ପରେ ମୋର ବାହାଘର ହୋଇଗଲା। ଶାଶୁଘରେ ରହିଲି। ଶାଶୁଘର କାମ ସହ ଚାକିରୀ କରିବା ମୋ ପାଇଁ ସୁବିଧା ହେଲାନି। ପ୍ରଥମେ ପୁଅ ତା’ପରେ ଝିଅର ଜନ୍ମ। ମୋର ସମୟ ସେମାନଙ୍କ ଦେଖାରଖାରେ ଗଲା। ଘର କାମ ପିଲାଙ୍କ କାମରେ ସବୁବେଳେ ବାନ୍ଧି ହୋଇ ରହିଲା ମୋର ଜୀବନ। ମୁଁ ବହୁତ ଭଲ ପଢ଼ୁଥିଲି ବୋଲି ସମସ୍ତେ ଭାବୁଥିଲେ ମୋର ଭବିଷ୍ୟତରେ ଗୋଟେ ଭଲ ଚାକିରି ଥୁଆ। କିନ୍ତୁ ହେଇ ପାରିଲାନି। ମୁଁ କଲେଜରେ ପଢୁଥିବା ବେଳେ ଟ୍ୟୁଶନ ସେଣ୍ଟରରେ ଆନ୍ଧ୍ରା ମେଟ୍ରିକ ପିଲାଙ୍କୁ ପଢେଇବା ପାଇଁ ଅଫର୍‌ ଆସିଥିଲା। ମୋ ନନା ମନା କଲେ ମୋ ପାଠପଢ଼ାରେ ବ୍ୟାଘାତ ଘଟିବ ବୋଲି। ମୁଁ ବି ଆଗ୍ରହ ଦେଖେଇ ନଥିଲି। ବାହାଘରର କିଛି ବର୍ଷ ପରେ ଆସାମରେ ଥିଲାବେଳେ ବି ସ୍କୁଲରେ ପଢେଇବା ପାଇଁ କଲ୍‌ ଆସିଥିଲା। ମୁଁ ମନା କରିଦେଇଥିଲି। ଆମେ ରାଜମୁଣ୍ଡ୍ରୀରେ ଯେବେ ରହିଥିଲୁ, ସେତେବେଳେ ମୁଁ ଧୀରେ ଧୀରେ ଲେଖାଲେଖି କରିବା ଆରମ୍ଭ କଲି। ଯେହେତୁ ମୁଁ ବିଜ୍ଞାନର ଛାତ୍ରୀ ଥିଲି ବିଜ୍ଞାନଭିତ୍ତିକ ଯେ କୌଣସି ତଥ୍ୟ ଲେଖିବାକୁ ମତେ ଭଲ ଲାଗୁଥିଲା। ସେତେବେଳେ ନୂଆ ନୂଆ ‘ବିଜ୍ଞାନ ଦିଗନ୍ତ’ ଏକ ଓଡିଆ ବିଜ୍ଞାନ ପତ୍ରିକା ସରକାରଙ୍କ ତରଫରୁ ବାହାରୁଥିଲା କୁଳମଣି ସାମଲଙ୍କ ତତ୍ତ୍ୱାବଧାନରେ। ମୁଁ ସେଥିରେ ଲେଖା ଦେଉଥିଲି। ଗୋଟେ ଆଲେଖ୍ୟକୁ ମତେ ୧୦୦ ଟଙ୍କା ମିଳୁଥିଲା। ସେ ଟଙ୍କା ମନି ଅର୍ଡରରେ ଆସୁଥିଲା; ଯାହା କି ଥିଲା ମୋ ଜୀବନର ପ୍ରଥମ ରୋଜଗାରର ପୁଲକ। ସମସ୍ତେ ଶୁଣିଲେ ହସିପାରନ୍ତି। ମୁଁ ୩୧ ବର୍ଷ ତଳର କଥା କହୁଛି। ପ୍ରଥମ ମନିଅର୍ଡର ପାଇ ମୁଁ ଏତେ ଖୁସି ଏତେ ଖୁସି ହେଇ ଯାଇଥିଲି ଯେ ତାହାର ସୀମା ନଥିଲା। ସ୍ବାମୀଙ୍କ ରୋଜଗାର ଅଧିକ ଥିଲା ତେଣୁ ସେଇଠି ଶହେ ଟଙ୍କାର ସ୍ଥିତି ହୁଏତ କିଛି ମାନେ ରଖୁ ନ ଥିଲା କିନ୍ତୁ ମୋତେ ଲକ୍ଷେ ଟଙ୍କା ପୁରସ୍କାର ପାଇଲା ଭଳି ଲାଗୁଥିଲା। ସତ କହିବାକୁ ଗଲେ, ସେ ଟଙ୍କା କ’ଣ କରିଛି ମନେ ନାହିଁ। ସେତିକିରେ ମୁଁ ବହୁତ ଖୁସି ଥିଲି, କାରଣ ମୁଁ ମୋର ପଢ଼ା ଜ୍ଞାନ ପାଇଁ ଏହି ଟଙ୍କା ପାଉଥିଲି। ମୋର ଗଣିତ, ବିଜ୍ଞାନ ବହୁତ ଭଲ ହୁଏ। ପିଲା ଦୁହିଁଙ୍କ ଭବିଷ୍ୟତ ଗଢିବାରେ ମୋର ସମସ୍ତ ବିଦ୍ୟାକୁ ସେମାନଙ୍କ ପଛରେ ଲଗେଇ ଦେଇଛି । ସେମାନଙ୍କୁ ଟ୍ୟୁଶନ ଦରକାର ପଡୁ ନ ଥିଲା। ମୁଁ ପରିପୂର୍ଣ୍ଣ ଅନୁଭବ କରେ ଯେ, ମୁଁ ମୋ ପିଲାଙ୍କୁ ଭଲ ମଣିଷ କରି ପାରିଛି। ତା’ସହ ଶାଶୁଘର ଓ ବାପଘରର ସମସ୍ତ ଦାୟିତ୍ୱ ବି ତୁଲେଇ ପାରିଛି। ସ୍ବାମୀଙ୍କର ସବୁବେଳେ ସମର୍ଥନ ମିଳିଛି। ସେତେବେଳେ ପ୍ରଥମ ରୋଜଗାର ୧୦୦ ଟଙ୍କାରେ ଯେଉଁ ଖୁସି ମିଳିଥିଲା ଏବେର କୌଣସି ରୋଜଗାର ତା’ସହ ସମାନ ନୁହଁ। ଏବେ ବି ଚାହିଁଲେ ଗଣିତ, ବିଜ୍ଞାନ ପଢେଇ ରୋଜଗାର କରି ପାରିବି। କିନ୍ତୁ ଏବେ ମୋ ମନ ସାହିତ୍ୟମନସ୍କ ହୋଇଯାଇଛି। କବିତା, ଶିଶୁଲେଖା, ଶିକ୍ଷା ଭିତ୍ତିକ ଆଲେଖ୍ୟ, ବିଜ୍ଞାନ ଭିତ୍ତିକ ଆଲେଖ୍ୟ ଲେଖି ଚାଲିଛି। ବିଭିନ୍ନ ପ୍ରତିଷ୍ଠିତ ଖବରକାଗଜ ଓ ପତ୍ରପତ୍ରିକାରେ ମୋ ଲେଖା ବାହାରୁଛି। ଶ୍ରଦ୍ଧା ଓ ସମ୍ମାନ ମିଳୁଛି । ସେହି ବିମଳ ଖୁସିରେ ମୁଁ ବହୁତ ଖୁସି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri