Posted inଖେଳ

ନିକୋଲାସ ପୁରନଙ୍କୁ ବୋଲିଂ କରିବାକୁ ଡରିଲେଣି ବୋଲର୍‌, ଏକାକି ଚେନ୍ନାଇଠାରୁ ଅଧିକ ଛକା ମାରି ଚର୍ଚ୍ଚାରେ

ନୂଆଦିଲ୍ଲୀ,୮।୪: ଆଇପିଏଲ୍‌ ୨୦୨୫ରେ ଚମତ୍କାର ଫର୍ମରେ ଅଛନ୍ତି ନିକୋଲାସ ପୁରନ। ସେ ଯେବେ ବି ବ୍ୟାଟିଂ କରିବାକୁ ଓହ୍ଲାଉଛନ୍ତି, ଚୌକା, ଛକା ବର୍ଷା ହେଉଛି। ମଙ୍ଗଳବାର ଖେଳାଯାଉଥିବା ୨୧ତମ ମ୍ୟାଚ୍‌ରେ ମଧ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ପୁରନ୍‌ କେକେଆର୍‌ ବୋଲର୍‌ମାନଙ୍କୁ ଘାଇଲା କରି ୩୬ ବଲ୍‌ରେ ଅପରାଜିତ ୮୭ ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସ ସହ ସେ ଅରେଞ୍ଜ କ୍ୟାପ୍‌ ଦୌଡ଼ରେ ଶୀର୍ଷ ସ୍ଥାନ ହାସଲ କରି ନେଇଛନ୍ତି। ଏଥିସହ ସେ ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଏକାକି ସେ ଚେନ୍ନାଇ ସୁପରକିଙ୍ଗ୍ସ ଅପେକ୍ଷା ଅଧିକ ଛକା ମାରିଛନ୍ତି। ଆସନ୍ତୁ ନଜର ପକାଇବା ପୁରନଙ୍କ ଉପଲବ୍ଧି ଉପରେ…

-ଏହି ମ୍ୟାଚ୍‌ରେ ନିକୋଲାସ ପୁରନ ମାତ୍ର ୨୧ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଖେଳାଳି ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଧିକ ଅର୍ଦ୍ଧଶତକ ଅର୍ଥାତ ୭ ଥର ଅର୍ଦ୍ଧଶତକ ମାରିଛନ୍ତି। କେବଳ ଏତିକି ନୁହେଁ, ସେ ଆଇପିଏଲରେ ୨୦୦ ଷ୍ଟ୍ରାଇକ ରେଟରେ ୭ ଥର ପଚାଶ ପ୍ଲସ ଇନିଂସ ଖେଳିଛନ୍ତି।

-ନିକୋଲାସ ପୁରନ ଆଇପିଏଲ୍‌ ଇତିହାସରେ ସ୍ପିନରଙ୍କ ବିପକ୍ଷରେ ସର୍ବାଧିକ ଷ୍ଟ୍ରାଇକ ରେଟ୍‌ ସହିତ ଖେଳିଥିବା ବ୍ୟାଟ୍ସମ୍ୟାନ ପାଲଟିଛନ୍ତି। ସ୍ପିନ୍‌ ବିପକ୍ଷରେ ପୁରନଙ୍କର ଷ୍ଟ୍ରାଇକ ରେଟ ୨୯୦ ରହିଛି। ନିକୋଲାସ ପୁରନ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ୮୭ ରନ କରି IPLରେ ତାଙ୍କର ସର୍ବୋତ୍ତମ ସ୍କୋର କରିଥିଲେ।

-ନିକୋଲାସ ପୁରାନ ଆଇପିଏଲରେ ୨୦୦୦ ରନ ପୂରଣ କରିଛନ୍ତି। ଏହି ଖେଳାଳି ୧୧୯୯ ବଲରେ ଏହି ସଫଳତା ହାସଲ କରିଛନ୍ତି। ସେ ଆଇପିଏଲ ଇତିହାସରେ ସବୁଠାରୁ ଦ୍ରୁତତମ ୨୦୦୦ ରନ ପୂରଣ କରିଥିବା ବାମହାତୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତେବେ ୧୧୨୦ ବଲ୍‌ରେ ୨୦୦୦ ରନ କରିବାର ରେକର୍ଡ ରସେଲଙ୍କ ନାମରେ ଅଛି।

-ନିକୋଲାସ ପୁରନ ୨୦୨୨ ମସିହାରୁ ଏପର୍ଯ୍ୟନ୍ତ ୧୦୦ ଛକା ମାରିସାରିଛନ୍ତି। ଏହି ସଫଳତା ପାଇଥିବା ସେ ଏକମାତ୍ର ଖେଳାଳି। ତାଙ୍କ ପରେ ଶିବମ ଦୁବେ ୮୪ଟି ଛକା ମାରିଛନ୍ତି।

-ନିକୋଲାସ ପୁରନ ଏହି ସିଜିନରେ ଏପର୍ଯ୍ୟନ୍ତ ୨୪ଟି ଛକା ମାରିସାରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ସମ୍ପୂର୍ଣ୍ଣ ଦଳ ଏକାଠି ଏପର୍ଯ୍ୟନ୍ତ ଏତେ ଛକା ମାରିନାହାନ୍ତି। ଚେନ୍ନାଇର ନାମରେ ୨୩ଟି ଛକା ଅଛି। ପ୍ରକାଶ ଥାଉକି, ଲକ୍ଷ୍ନୌ ଦଳ ଏହି ସିଜିନରେ IPLରେ ସର୍ବାଧିକ ୫୮ଟି ଛକା ମାରିଛି।

ନିକୋଲାସ ପୁରନଙ୍କ ଏକ ଦୃଢ଼ ଇନିଂସ ଆଧାରରେ ଲକ୍ଷ୍ନୌ ସୁପରଜିଆଣ୍ଟସ ୨୩୮ ରନ କରିଥିଲା। ମିଚେଲ ମାର୍ଶ ମଧ୍ୟ ୮୧ ରନର ଇନିଂସ ଖେଳିଥିଲେ। ମାର୍କରାମ ୪୭ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri