ଅଳିଆ ଗଦାରେ ଦାରିଙ୍ଗବାଡି: ନାକ ଟେକିଲେଣି ପର୍ଯ୍ୟଟକ, ଉନ୍ନତି ପଥରେ ଆଗେଇ ନେବାକୁ ଅଣ୍ଟାଭିଡିଛନ୍ତି ଯୁବ ସମାଜସେବୀ

ଦାରିଙ୍ଗବାଡି,୫।୪ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବରେ ଦାରିଙ୍ଗବାଡି ବେଶ୍‌ ବରିଚିତ। ଏହି ଜିଲାକୁ ଶୀତଦିନେ ପର୍ଯ୍ୟଟକଙ୍କ ସୁଅ ଛୁଟେ। ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରୁ ପ୍ରେତିଦିନ ଶହ ଶହ ପର୍ଯ୍ୟଟକ ବର୍ଷ ତମାମ ଦାରିଙ୍ଗବାଡି ବୁଲିବାକୁ ଆସିଥାନ୍ତି । ମାତ୍ର ପୂର୍ବଭଳି ଆଉ ଦାରିଙ୍ଗବାଡିରେ ଶୀତ ଦିନରେ ଶୀତ ନାହିଁ। ଗ୍ରୀଷ୍ମରେ ପ୍ରଚଣ୍ଡ ରୌଦ୍ର ତାପ ବୃଦ୍ଧି ପାଉଥିବା ବେଳେ ଆଉ ପୂର୍ବଭଳି ବର୍ଷା ହେଉନାହିଁ। ସମ୍ପୂର୍ଣ୍ଣ ଜଳବାୟୁ ପରିବର୍ତ୍ତନ ହେଉଥିବା ବେଳେ ଦାରିଙ୍ଗବାଡି ସହର ଓ ତାର ଆଖପାଖ ଅଞ୍ଚଳରେ କୁଢ଼କୁଢ଼ ଅଳିଆ ଗଦା, ପ୍ଲାଷ୍ଟିକ, ବର୍ଜ୍ୟବସ୍ତୁ ପଡ଼ି ପରିବେଶ ଦୂଷିତ କରୁଛିି। ଏହାକୁ ନେଇ ଯୁବ ସମାଜସେବୀ ଅକ୍ଷୟ କୁମାର ପରିଛା ଗାଁଗାଁ ରେ ବୁଲି ଲୋକଙ୍କୁ ସଚେତନ କରିବା ସହ ପ୍ଲାଷ୍ଟିକ ବ୍ୟବହାରରୂ ବର୍ତ୍ତୀବାକୁ ବୁଝାଉଛନ୍ତି। ସିଙ୍ଗଲ ୟୁଜ ପଲିଥିନ୍‌ ବ୍ୟବହାର ନ କରିବା ପାଇଁ ଲୋକଙ୍କୁ ସଚେତନ କରିଛନ୍ତି । ସେ ଉକ୍ତ ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଅଞ୍ଚଳରେ ଲୋକଙ୍କୁ ନେଇ ସଚେତନ କରିବା ସହ ପର୍ଯ୍ୟଟକଙ୍କ ଦାରିଙ୍ଗବାଡିକୁ ଏତେ ସଂଖ୍ୟାରେ ଆସିବା କାରଣ ସମ୍ପର୍କରେ ଲୋକଙ୍କୁ ସଚେତନ କରି କହିଛନ୍ତି ଯେ, ଦାରିଙ୍ଗବାଡିରେ ସୁସ୍ଥ ଅମ୍ଳଜାନ ଟିକେ ପାଇବା ପାଇଁ ଏବଂ ସବୁଜ ବଣ ପାହାଡ଼ ଦେଖିବା ପାଇଁ ପର୍ଯ୍ୟଟକ ଆସନ୍ତି। କିନ୍ତୁ ଅଞ୍ଚଳ ଏବେ ଦୂଷିତ ଜଳବାୟୁ ସୃଷ୍ଟି ଦିଗରେ ଗତି କରୁଛି । ଯୁଆଡେ ଆଖି ବୁଲେଇବେ ଚାରିଆଡେ କୁଢ଼ କୁଢ଼ ଅଳିଆ ଗଦା ତେଣୁ ଦାରିଙ୍ଗବାଡିକୁ ପର୍ଯ୍ୟଟକ ଆସିବାକୁ ନାକ ଟେକିବା ଆରମ୍ଭ କଲେଣି । ଆମେ ଯଦି ଏବେଠାରୁ ସଚେତନ ହେବା ନାହିଁ ତେବେ ପର୍ଯ୍ୟଟକ ଆସିବା ଧୀରେଧୀରେ ବନ୍ଦ ହୋଇଯିବ ଏବଂ ଲୋକଙ୍କ ଅଞ୍ଚଳରେ ଜୀବନଜୀବିକା ଉପରେ ଏହାର କୁପ୍ରଭାବ ପଡିବ ବୋଲି ସେ ସଚେତନ କରିଛନ୍ତି। ଏଥିପାଇଁ ସେ ପ୍ରଶାସନ ନିକଟରେ ମଧ୍ୟ ଅପିଲ କରିଛନ୍ତି । ସ୍ବଚ୍ଛ ପରିବେଶ ସୃଷ୍ଟି କରିବା ପାଇଁ ପ୍ରସାଶନ ପଦକ୍ଷେପ ନେଉ ବୋଲି ସେ ନିବେଦନ କରିଛନ୍ତ। ସେହିପରି ସେ ପର୍ଯ୍ୟଟକଙ୍କୁ ନିବେଦନ କରିଛନ୍ତି ଯେ, ଯେଉଁମାନେ ଦାରିଙ୍ଗବାଡି ବୁଲିବାକୁ ଆସୁଛନ୍ତି ସେମାନେ ପ୍ଲାଷ୍ଟିକ ବ୍ୟବହାର ନ କରନ୍ତୁ ଯଦି କରୁଛନ୍ତି ଗୋଟିଏ ସ୍ଥାନରେ ପ୍ଲାଷ୍ଟିକ ପକାନ୍ତୁ ବୋଲି କହିଛନ୍ତି।
ସେହିପରି ଶନିବାର ଦାରିଙ୍ଗବାଡିର ହିଲଭିୟୁକୁ ସଫେଇ କରାଯାଇଛି ଏଥିରେ ଯୁବ ସମାଜସେବୀ ଅଜିତ ନାୟକ, ଦିଲୀପ କୁମାର ସାହୁ, ଧନେଶ୍ୱର ସାହୁ, ଯୁବରାଜ ଅଧିକାରୀ ପ୍ରମୁଖ ସାମିଲ ହୋଇ ସଫେଇ କରିଛନ୍ତି ପ୍ରତି ଶନିବାର ଏହି ସଫେଇ କାର୍ଯ୍ୟ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର, ସରକାରୀ କାର୍ଯ୍ୟାଳୟ ବଜାର ଆଦିରେ କରାଯିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri