ବିଜେଡିକୁ ଶକ୍ତ ଧକ୍କା: ଅନାସ୍ଥାରେ ପଦ ହରାଇଲେ ସରପଞ୍ଚ

ଥୁଆମୂଳ ରାମପୁର,୨୭।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବିଜେଡିକୁ ଗୋଟେ ପରେ ଗୋଟେ ଶକ୍ତ ଧକ୍କା ଲାଗିଛି। ବିଗତ ଦିନରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧକ୍ଷ ଦୟାନିଧି ମାଝୀଙ୍କ ନାମରେ ଆଗତ ଅନାସ୍ଥା ଆଣିଥିଲେ କିଛି ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା। ହେଲେ କୋରମ ଅଭାବରୁ କାଟ୍‌ ଖାଉଥିଲା ଅନାସ୍ଥା। ସେଥିରେ ପୁଣି ବିଜୟ ହୋଇଥିଲେ ବ୍ଲକ ଅଧକ୍ଷ ଶ୍ରୀ ମାଝୀ ଏବଂ ବିଜେଡିରେ ତାଙ୍କୁ ଅଣଦେଖା କରିବା ସହ ତାଙ୍କ ସମର୍ଥକ ସରପଞ୍ଚ, ସମିତି ସଭ୍ୟ/ସଭ୍ୟାଙ୍କୁ ମଧ୍ୟ ଅଣଦେଖା ଓ କୋଣଠେଶା ହେଉଥିବା ଯୋଗୁ କିଛି ମାସ ତଳେ ବ୍ଲକ ଅଧକ୍ଷ ଶ୍ରୀ ମାଝୀ ତାଙ୍କ ସମର୍ଥକ ୪ଟି ସମିତି ଏବଂ ୩ଟି ସରପଞ୍ଚଙ୍କୁ ନେଇ ଶଙ୍ଖ ଛାଡ଼ି ପଦ୍ମ ଧରିଥିଲେ l ପୁଣି ଏହାର କିଛି ଦିନର ବ୍ୟବଧାନ ପରେ ପାଡେପଦର ସରପଞ୍ଚ ସମାରୀ ମାଝୀ ତାଙ୍କ ସରପଞ୍ଚ ପଦ ହରାଇଛନ୍ତି l

ସୂଚନାଯୋଗ୍ୟ ଯେ, ବ୍ଲକର ପାଡେପଦର ଗ୍ରାମପଞ୍ଚାୟତର ସରପଞ୍ଚ ସମ୍ବାରୀ ମାଝୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟାମାନେ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଗତ ୩.୧୦.୨୦୨୫ରେ ଲିଖିତ ଆଗତ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏଥିରେ ଉପଜିଲାପାଳ ପ୍ରଭାତ କୁମାର ପରିଡ଼ା ୱାର୍ଡ ମେମ୍ବର ମାନଙ୍କର ଅଭିଯୋଗ ଶୁଣି ୱାର୍ଡ ମେମ୍ବର ମାନଙ୍କ ସମସ୍ତ ଦସ୍ତଖତ ଯାଞ୍ଚ କରି ପାଡେପଦର ଗ୍ରାମ ପଞ୍ଚାୟତରେ ତସିଲଦାରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ୧୯୬୪ ର ଧାରା ୨୪ ଓ ଧାରା ୨୪ର ଉପଧାରା (୨)ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏକ ସ୍ବତନ୍ତ୍ର ବୈଠକ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶରେ ୦୭.୦୩.୨୦୨୫ ଡବ୍ଲୁ.ପି.ସି ନଂ. ୨୯୨୬୨ ଅନୁଯାୟୀ, ପାଡେପଦର ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ କରାଯାଇଥିବା ଅନାସ୍ଥା ପ୍ରସ୍ତାବର ମତଦାନ (ଭୋଟ) ହେବାର ଥିଲା। ହେଲେ ଏହାର ପରବର୍ତ୍ତୀ ସମୟ ଅର୍ଥାତ୍‌ ଗତ ମଙ୍ଗଳବାର ସମସ୍ତ ଅଧିକାରୀ ଏବଂ ସ୍ଥାନୀୟ ୱାର୍ଡ ସଭ୍ୟ ନାଏବ ସରପଞ୍ଚ, ସରପଞ୍ଚଙ୍କ ଉପସ୍ଥିତିରେ ଭୋଟ ଗଣତି ହୋଇଥିଲା।
ଏଥିରେ ସରପଞ୍ଚ ସମ୍ବାରୀ ମାଝୀଙ୍କୁ ୩ଖଣ୍ଡ ଭୋଟ ମିଳିଥିବା ବେଳେ ନାଏବ ସରପଞ୍ଚ ମହେନ୍ଦ୍ର ନାଏକଙ୍କୁ ୮ ଖଣ୍ଡ ଭୋଟ ମିଳିଥିଲା l

ଜିଲାପାଳଙ୍କୁ ଏ ନେଇ ଅବଗତ କରାଯିବା ପରେ ଗୁରୁବାର ସରପଞ୍ଚ ସମ୍ବାରୀ ମାଝୀଙ୍କ ତାଙ୍କ ସରପଞ୍ଚ ପଦରୁ ପଦଚ୍ୟୁତ କରି ନାଏବ ସରପଞ୍ଚ ମହେନ୍ଦ୍ର ନାଏକଙ୍କୁ ସରପଞ୍ଚ ଭାବେ ଦାୟିତ୍ୱ ନିର୍ବାହ କରିବା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା – ୪୫୦, ୪୫୧, ୪୫୨, ୪୫୩ରେ ବିଜ୍ଞାପନ ଫଳକର ସୂଚନା ଦିଆଯାଇଥିବା ଜଣାପଡିଛି l

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri