Posted inଖେଳ

ବିଶାଳ ବିଜୟ ସହିତ ସିଜିନ ଆରମ୍ଭ କଲା ସନରାଇଜର୍ସ ହାଇଦ୍ରାବାଦ

ହାଇଦ୍ରାବାଦ,୨୩ା୩: ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଅପରାହ୍ନରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ବିପକ୍ଷରେ ଖେଳାଯାଇଥିବା ହାଇ ସ୍କୋରିଂ ଆଇପିଏଲ୍‌ ମ୍ୟାଚକୁ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୪୪ ରନରେ ଜିତି ନେଇଛି।

ଇଶାନ କିଶନଙ୍କ ଅପରାଜିତ ଶତକ ବଳରେ ହାଇଦ୍ରାବାଦ ଦ୍ୱାରା ପ୍ରଦତ୍ତ ୨୮୭ ରନର ଟାର୍ଗେଟ ଆଗରେ ରାଜସ୍ଥାନ ୬ ଉଇକେଟ୍‌ ହରାଇ ୨୪୨ ରନ କରିବାକୁ ସକ୍ଷମ ହୋଇଥିଲା। ବିସ୍ଫୋରକ ଶତକ ହାସଲ କରିଥିବା କିଶନଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା।

ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୨୮୬ ରନ କରିଥିଲା। ଆଇପିଏଲ୍‌ ଇତିହାସରେ ଏହା ଦ୍ୱିତୀୟ ସର୍ବାଧିକ ଦଳଗତ ସ୍କୋର। ଦଳ ପକ୍ଷରୁ ଇଶାନ ୪୭ ବଲରେ ୧୦୬ ରନର ବିସ୍ଫୋରକ ଇନିଂସ ଖେଳି ଅପରାଜିତ ରହିଥିଲେ। ତାଙ୍କ ପାଳିରେ ୧୧ ଚୌକା ଓ ୬ ଛକା ସାମିଲ ଥିଲା। ତାଙ୍କୁ ଟ୍ରାଭିସ ହେଡ୍‌ ୩୧ ବଲରେ ୯ ଚୌକା ଓ ୩ ଛକା ସହାୟତାରେ ୬୭ ରନ କରି ଉପଯୁକ୍ତ ସମର୍ଥନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହେନରିଚ କ୍ଲାସେନ ୩୪, ନୀତିଶ ରେଡ୍ଡୀ ୩୦ ଓ ଅଭିଷେକ ଶର୍ମା ୨୪ ରନ କରିଥିଲେ। ରାଜସ୍ଥାନ ଲାଗି ତୁଷାର ଦେଶପାଣ୍ଡେ ୩ଟି, ମହେଶ ଥିକସାନା ୨ଟି ଓ ସନ୍ଦୀପ ଶର୍ମା ଗୋଟିଏ ଉଇକେଟ୍‌ ନେଇଥିଲେ।

ଜବାବରେ ରାଜସ୍ଥାନ ଆରମ୍ଭରୁ କ୍ରମାଗତ ବ୍ୟବଧାନରେ ଯଶସ୍ବୀ ଜୟସ୍ବାଲ, ଅଧିନାୟକ ରିୟାନ ପରାଗ ଓ ନୀତିଶ ରେଡ୍ଡୀଙ୍କ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ପରିସ୍ଥିତିରେ ସଞ୍ଜୁ ସାମସନ ଓ ଧ୍ରୁବ ଜୁରେଲ ଚତୁର୍ଥ ଉଇକେଟରେ ୫୯ ବଲରେ ୧୧୧ ରନ ଯୋଡ଼ି ଥିଲେ। ସାମସନ ୩୭ ବଲରେ ୭ ଚୌକା ଓ ୪ ଛକା ସହିତ ୬୬ ଏବଂ ଜୁରେଲ ୩୫ ବଲରେ ୫ ଚୌକା ଓ ୬ ଛକା ସହିତ ୭୦ ରନ କରି ଆଉଟ ହୋଇଥିଲେ। ଇନିଂସ ଶେଷ ଆଡ଼କୁ ଶିମରନ ହେଟମାୟର ୨୩ ବଲରେ ୧ ଚୌକା ଓ ୪ ଛକା ସହିତ ୪୨ ଓ ଶୁଭମ ଦୁବେ ୧୧ ବଲରେ ୧ ଚୌକା ଓ ୪ ଛକା ସହିତ ୩୪ ରନ କରିଥିଲେ। ହେଲେ ତାହା ଦଳର ବିଜୟ ଲାଗି ଯଥେଷ୍ଟ ସାବ୍ୟସ୍ତ ହୋଇ ନ ଥିଲା। ଏସ୍‌ଆର୍‌ଏଚ୍‌ ପକ୍ଷରୁ ହର୍ଶଲ ପଟେଲ ଓ ସିମରଜିତ ସିଂ ଦୁଇଟି ଲେଖାଏ ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri