ସକାଳୁ ସକାଳୁ ମହୁଲ ଫୁଲ ସଂଗ୍ରହ କରିବାରେ ବ୍ୟସ୍ତ ଲୋକେ

ଖଜୁରୀପଡ଼ା, ୨୧।୩ (ବିଦୁର ବେହେରା): ଆସିଛି ଫଗୁଣ ମାସ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖାଯାଉଛି। ଏହି ମାସରେ ମହୁଲ ଗଛରେ ମହୁଲ ଫୁଲ ହୋଇ ଝଡି ପଡେ। ଏହି ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଆଦିବାସୀ ମନରେ ଆଗ୍ରହ ଦେଖା ଦେଇଛି।

କନ୍ଧମାଳ ଜିଲା ବନ ପାହାଡ ଘେରରେ ଅବସ୍ଥିତ ଥିବାରୁ ପ୍ରତ୍ୟେକ ବ୍ଲକରେ ବସବାସ କରୁଥିବା ଅଧିବାସୀମାନେ ମହୁଲ ଫୁଲ ସଂଗ୍ରହ କରିବାରେ ଏବେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଖଜୁରୀପଡ଼ା ବ୍ଳକ ଅଞ୍ଚଳରେ ବସବାସ କରୁଥିବା ଲୋକେ ମଧ୍ୟ ମହୁଲ ଫୁଲ ସଂଗ୍ରହ କରୁଛନ୍ତି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ମୁଖ୍ୟ ରୋଜଗାର ପନ୍ଥା ଜଙ୍ଗଲଜାତ ଦ୍ରବ୍ୟ ଓ ଚାଷ । ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟରୁ ରୋଜଗାରର ମହୁଲ ଫୁଲ ହେଉଛି ଏକ ଉତ୍ସ I କନ୍ଧମାଳ ଜିଲାରେ ପ୍ରଚୁର ମହୁଲ ଗଛ ରହିଛି। ପ୍ରତିବର୍ଷ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ମହୁଲ ଗଛଗୁଡିକରେ ଫୁଲ ଫୁଟି ତଳେ ଝଡି ପଡେ। ଏହି ମହୁଲ ଫୁଲ ଗୋଟାଇବା ପାଇଁ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ହୋଇଥାନ୍ତି। ଗାଁ ଗାଁରେ ମହୁଲ ଫୁଲ ଗୋଟାଇବା ଦୃଶ୍ୟ ଦେଖିଲେ ଯେମିତି ଲାଗେ ତାଙ୍କ ମାନଙ୍କ ମଧ୍ୟରେ ମହୁଲ ଫୁଲ ଗୋଟାଇବାରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ସକାଳୁ ସକାଳୁ ଗ୍ରାମାଞ୍ଚଳର ଲୋକ ମାନେ ନିକଟରେ ଥିବା ଜଂଗଲଗୁଡିକରେ ମହୁଲ ଫୁଲ ଗୋଟାଇବା କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି।

ଆଦିବାସୀ ସଂପ୍ରଦାୟର ସହିତ ଅନ୍ୟ ସମ୍ପ୍ରଦାୟର ମହିଳା,ପୁରୁଷ ଏବଂ ପିଲାମାନେ ମଧ୍ୟ ହାତରେ ଭୁଗା, କୁଲା,ଝୁଡି , ଚାଙ୍ଗୁଡି ଧରି ଫୁଲ ସଂଗ୍ରହ କରନ୍ତି । ମହୁଲ ଫୁଲ ସଂଗ୍ରହ ଏଠିକାର ଲୋକମାନଙ୍କ ମନରେ ଖୁସି ଦେଉଥିବା ସହିତ ଏହାକୁ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରନ୍ତି।ସେଥିପାଇଁ ଏହି ଅଂଚଳର ଲୋକେ ପ୍ରତିବର୍ଷ ଏହି ସମୟକୁ ଅପେକ୍ଷା କରି ରହିଥାନ୍ତି। ଜଙ୍ଗଲ ଭିତରେ ହେଉ ବା ଗାଁ ପାଖରେ ଥିବା ମହୁଲ ଗଛଗୁଡିକରୁ ଫୁଲ ସଂଗ୍ରହ କରି ବଜାରରେ ବିକ୍ରି କରିଥାନ୍ତି। ରାତି ପାହିବା ମାତ୍ରେ ପିଲା ଠାରୁ ବୁଢା ଯାଏ ସମସ୍ତେ ହାତରେ ଚାଙ୍ଗୁଡି ଧରି ଗୋଟିଏ ଗଛରୁ ଅନ୍ୟ ଗଛକୁ ଯାଇ ମହୁଲ ଫୁଲ ସଂଗ୍ରହ କରନ୍ତି। ସକାଳ ଠାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ମହୁଲ ଗଛ ମୂଳରେ ଜଗି ରହି ମହୁଲ ଫୁଲକୁ ସଂଗ୍ରହ କରନ୍ତି। ଏଥିପାଇଁ ଦିନ ତମାମ ଗଛ ପାଖରେ ଜଗି ରହିବାକୁ ପଡ଼େ। ନ ହେଲେ ଏହି ମହୁଲ ଫୁଲ କୁ ସକାଳ ହୋଇଗଲେ ଛେଳି ଓ ଗାଈ ଖାଇ ଦିଅନ୍ତି ।ଯିଏ ଯେତେ ପାରିଲା ଫୁଲ ଗୋଟାଇ ଆଣନ୍ତି।

ମହୁଲ ଫୁଲ ଅର୍ଥକାରୀ ଜଂଗଲଜାତ ଦ୍ରବ୍ୟ ହୋଇଥିବାରୁ ଏଥିରୁ ବେଶ ଦିପଇସା ରୋଜଗାର କରନ୍ତି ଏଠିକାର ଲୋକମାନେ। ବହୁ ସମୟରେ ଭୋର ସକାଳୁ ମହୁଲ ଫୁଲ ଗୋଟାଇବାକୁ ଯାଉଥିବା ଲୋକେ ଭାଲୁ ହାବୁଡରେ ମଧ୍ୟ ପଡନ୍ତି।ତଥାପି ଲୋକେ ଏହି ଅଭ୍ୟାସକୁ ବନ୍ଦ କରନ୍ତି ନାହିଁ। ଭାଲୁର ମଧ୍ୟ ଏହି ଫୁଲ ପ୍ରତି ଆଗ୍ରହ ରହିଥାଏ।ମହୁଲ ଫୁଲର ମିଠା ବାସ୍ନା ତାକୁ ଗଛ ନିକଟକୁ ଟାଣି ଆଣିଥାଏ। ଏବେ ମହୁଲ ଫୁଲ ଏକ ବ୍ୟବସାୟର ପରିଣତ ହୋଇଛି। ବ୍ୟବସାୟୀମାନେ ଗୋଟାଳିଙ୍କଠାରୁ ଏହା ଶସ୍ତାରେ କିଣି ନେଇ ବାହାରେ ଏହାକୁ ଚଢା ଦରରେ ବିକ୍ରି କରିଥାନ୍ତି।ଏ ଥିରେ ବ୍ୟବସାୟୀମାନେ ଲାଭବାନ ହେଉଥିବାବେଳେ ମହୁଲ ଫୁଲ ସଂଗ୍ରହକାରୀମାନେ କ୍ଷତି ହୁଅନ୍ତି।

ମହୁଲ ଫୁଲକୁ ସଂଗ୍ରହ କରିବା ପରେ ବଡ଼ ବଡ଼ ପଥର ହେଉ ଅବା ଘର ଟିଣ ଉପରେ ଓ ଘର ବାହାରେ ଶୁଖାଇ ଥାଆନ୍ତି। ଶୁଖାଇବାର ୭ରୁ ୮ ଦିନ ପରେ ଏହାକୁ ସଫା କରି ବ୍ୟବସାୟଙ୍କ ପାଖକୁ ବିକ୍ରି ପାଇଁ ନିଆଯାଇଥାଏ। ବ୍ୟବସାୟୀ କିଲୋ ପିଛା ୩୦ ରୁ ୪୦ ଟଙ୍କା ମଧ୍ୟରେ ମହୁଲ ଫୁଲ ରଖନ୍ତି। ଦିନକୁ ଜଣେ ଲୋକ ୩ରୁ ୪ କିଲୋ ମହୁଲ ଫୁଲ ସଂଗ୍ରହ କରୁଥିବା ବେଳେ ପରିଶ୍ରମ ଅନୁସାରେ ସଠିକ ପ୍ରାପ୍ୟ ମିଳେ ନାହିଁ। ଏଣୁ ମହୁଲ କିଲୋ ପ୍ରତି ୭୦ରୁ ୮୦ ଟଙ୍କା ହିସାବରେ ସରକାରୀ ମୂଲ୍ୟ ଧାର୍ଯ୍ୟ ହେଲେ କିଛି ପ୍ରାପ୍ୟ ମିଳି ପାରନ୍ତା ବୋଲି କବି କହଁର,ଦେବକୀ କହଁର ପ୍ରମୁଖ କହିଛନ୍ତି।

ତେବେ ପ୍ରତିବର୍ଷ ଆଦିବାସୀ ପରିବାର ଏହି ମହୁଲ ଫୁଲ ଗୋଟାଇ ୫ ହଜାରରୁ ୧୦ ହଜାର ଟଂକା ପର୍ଯ୍ୟନ୍ତ ରୋଜଗାର କରନ୍ତି । ଗାଈ ଏହି ମହୁଲ ଫୁଲ ଖାଇବା ଦ୍ବାରା ବହୁତ କ୍ଷୀର ଦିଏ ବୋଲି ଲୋକେ ବିଶ୍ୱାସ କରନ୍ତି । ତେଣୁ ବଳକା ମହୁଲ ଫୁଲକୁ ବିକ୍ରି ନକରି ଗାଈମାନଙ୍କୁ ଖାଇବାକୁ ଦିଆଯାଏ।ପ୍ରତ୍ୟେକ ଗାଁରେ ଏବେ ମହୁଲ ଫୁଲ ଆଦିବାସୀ ଲୋକଙ୍କ ଦାଣ୍ଡରେ ଶୁଖୁଥିବା ଦେଖିବାକୁ ମିଳେ।ତେବେ ବିଶେଷକରି ମହୁଲରୁ ମଦ ମଧ୍ୟ ତିଆରି ହୁଏ। କନ୍ଧମାଳ ଜିଲା ସଂସ୍କୃତି ପରମ୍ପରା ଅନୁଯାୟୀ ମହୁଲ ମଦ ପୂଜା ବିଧି କାର୍ଯ୍ୟରେ ଆବଶ୍ୟକ ପଡେ। ବେଳେବେଳେ ଏହାକୁ ଲୋକେ ପିଅନ୍ତି ଏବଂ ଚାଷ ବାସ କାମରେ ମଶଗୁଲ ହୋଇ କାମ କାର୍ଯ୍ୟ କରନ୍ତି। ମହୁଲ ଗଛରୁ ମହୁଲ ଫୁଲ ସଂଗ୍ରହ ପରେ ଏହି ଗଛରୁ ଯେଉଁ ଫଳ ସଂଗ୍ରହ ହୁଏ ତାକୁ ଗରା ବୋଲି ଲୋକେ କୁହନ୍ତି ।ଏହି ଗରାକୁ ଶୁଖାଇ ଏଥିରୁ ତେଲ ପ୍ରସ୍ତୁତ କରାଯାଏ । ସେହି ତେଲରେ ଗ୍ରାମାଞ୍ଚଳ ଲୋକେ ରୋଷେଇ ମଧ୍ୟ କରନ୍ତି। ତେଣୁ ମହୁଲ ଗଛ ଲୋକଙ୍କୁ ଏକ ପ୍ରକାର ରୋଜଗାର ଦିଏ ବୋଲି ଲୋକେ କୁହନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri