ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିବାର ୧ ମାସ ପରେ, ଜଗବନ୍ଧ ଗ୍ରାମରୁ ଗଡିଲା ଲକ୍ଷ୍ମୀ ବସ

ଡୁଙ୍ଗୁରିପାଲି ୨୦।୩(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସ୍ଥିତ ଗଜବନ୍ଧ ଗ୍ରାମପଞ୍ଚାୟତରେ ବୁଧବାର ସକାଳ ୭ଟାରୁ ଲକ୍ଷ୍ମୀ ବସ ବାହାରି ଡୁଙ୍ଗୁରିପାଲି ବ୍ଲକ ସଦର ମହକୁମାରକୁ ଚାଲି ଥିବାରୁ ଗଜବନ୍ଧ ଗ୍ରାମବାସୀଙ୍କ ଆନନ୍ଦ ଖୁସି ଦେଖାଯାଇଛି |ସରକାରଙ୍କ ଗାଁ କୁ ଗାଁ ବ୍ଲକରୁ ଜିଲାକୁ ଚାଲୁ ଥିବା ଲକ୍ଷ୍ମୀ ବସ ଯୋଜନାରେ  ଚାଲୁ ଥିବା ବେଳେ ବିଭିନ୍ନ ସ୍ଥାନକୁ ଯିବା ଆସିବାରେ ଗଜବନ୍ଧଗ୍ରାମ ବାସୀ ସେହି ସୁବିଧାରୁ ବଞ୍ଚିତ ଥିଲେ|ଗ୍ରାମବାସୀ ଅନେକ ଥର  ବିଭାଗୀୟ ଅଧିକାରୀଙ୍କୁ ଦୁଃଖ ଜଣାଇଥିଲେ ମଧ୍ୟ ତାଙ୍କ ଗୁହାରି କେହିଁ ଶୁଣୁ ନ ଥିଲେ |ଏ ନେଇ ଗ୍ରାମବାସୀ ଗତ ୧୭ ଫେବୃଆରୀ ସୋମବାର ଦିନ ଡୁଙ୍ଗୁରିପାଲି ବ୍ଲକ ସଭାଗୃହରେ ଜିଲାପାଲ ଙ୍କ ଅଭିଯୋଗ ଶୁଣାଣି ଶିବିରରେ ଗ୍ରାମରୁ ଏକ ଲକ୍ଷ୍ମୀ ବସ ଯାତାୟତ କରିବା ନେଇ ଲିଖିତ ଅଭିଯୋଗ କରିଥିଲେ |ଅଭିଯୋଗକୁ ଜିଲାପାଳ ଅନ୍ୟ ଦାସ ଗ୍ରହଣ କରି ଲକ୍ଷ୍ମୀ ବସ ଯିବା ଆସିବା ନେଇ ପ୍ରତିଶ୍ରୁତି ଦେଇଥିଲେ |ଗ୍ରାମବାସୀ ଅଭିଯୋଗ କରିବାର ୧ ମାସ ପରେ ଗ୍ରାମକୁ ଅର୍ଥାତ ବୁଧବାର ଦିନ ଗଜବନ୍ଧ ଗ୍ରାମକୁ ଲକ୍ଷ୍ମୀ ବସ ଆସି ଯାତାୟତ କରିବାରୁ ଗ୍ରାମବାସୀ ଙ୍କ ଠାରେ ଆନନ୍ଦ ଦେଖାଯାଇଛି |ବୁଧବାର ଲକ୍ଷ୍ମୀ ବସ ସକାଳ ୭ ଟା ରେ ପହଁଚି ବାରୁ ଗ୍ରାମବାସୀ ପ୍ରଥମେ ବସ କୁ ପୂଜାଅର୍ଚନା କରିଥିଲେ |ଗଜବନ୍ଧ ଗ୍ରାମରେ  ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ଡାକ ଘର, ମହାବିଦ୍ୟାଳୟ, ହାଇସ ସ୍କୁଲ, ବ୍ୟାଙ୍କ, ପେକ୍ସ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି, ହେଲେ ଡୁଙ୍ଗୁରିପାଲି ବ୍ଲକ ଓ ବିଭିନ୍ନ ସ୍ଥାନକୁ ମେଡିକାଲ କାମ, ଛାତ୍ରୀଛାତ୍ର ମାନେ ପାଠ ପଢ଼ିଯିବାରେ ବହୁତ ଅସୁବିଧାର ଶମ୍ଭୁଖୀନ ହେଉଥିଲେ |ଲକ୍ଷ୍ମୀ ବସ ଯିବା ଆସିବା କରିବା ଦ୍ଵାରା ଗ୍ରାମବାସୀ ଙ୍କ ଠାରେ ଆନନ୍ଦ ଦେଖାଯାଇଛି |ଲକ୍ଷ୍ମୀ ବସ ଗ୍ରାମରୁ ଗଡ଼ିବା ସମୟରେ ରୀନା ଭୋଇ, ପଦ୍ମିନୀ ମୁଦୁଲି, ରଂଜିତା ଷାଣ୍ଢ, ମଞ୍ଜୁ ସାହୁ, ପୁଷ୍ପା ସାହୁ, ସୁଜେଇ ପଶାୟତା, ବିଜୟ ବେରିହା,ବଦ୍ରୀ ମେହେର, ନେପାଳ ରଣା, ରାଜୁ ଷାଣ୍ଢ,ନଳିନୀ ବିଶ୍ୱାଳ,ପଦ୍ମା ଷାଣ୍ଢ,ଝରଣା ବୁଡ଼େକ,ବବିତା ଖେତୀ ପ୍ରମୁଖ ଗ୍ରାମବାସୀ  ଉପସ୍ଥିତ ଥିଲେ |


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri