ପୃଥ୍ବୀରାଜଙ୍କୁ ବଦ୍ରିଙ୍କ ଜବାବ: ଏତେଦିନ କେଉଁଠି ଶୋଇଥିଲ

ହାଟଡିହୀ,୧୯ା୩(ଶୁଭକାନ୍ତ ନାୟକ):ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ ସମବାୟ ସମିତିର ବହୁ କୋଟି ଟଙ୍କା ଆର୍ଥିକ ଅନିୟମିତତା ଘଟଣାରେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଗିରଫ ହୋଇଛନ୍ତି। ସେ ଗିରଫ ହେବା ପରେ ଘସିପୁରା ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ପୂର୍ବତନ ବିଜେଡି ବିଧାୟକ ଭାଗୀରଥି ସେଠୀ, ଆନନ୍ଦପୁର ସିଭିଲ ସୋସାଇଟି ସମ୍ପାଦକ ଭଗବାନ ମଲିକ ଏବଂ ଅନ୍ୟମାନେ ମୁହଁ ଖୋଲିଛନ୍ତି l କେନ୍ଦୁଝର ଜିଲାର ପୂର୍ବତନ ଏସ୍‌ପି ମିତ୍ରଭାନୁ ମହାପାତ୍ର, ଜିଲାପାଳ ଆଶିଷ ଠାକ୍‌ରେ, ଡିଆର୍‌ସିଏସ୍‌ ଶୁଭ୍ରକାନ୍ତି ତୁଙ୍ଗ, ଆଶିଷ ସିଂ, ବବି ଦାସ, ଡିଏସ୍‌ କୁଟ୍ଟେ ପ୍ରମୁଖଙ୍କ ସମ୍ପୃକ୍ତିକୁ ନେଇ ଅସନ୍ତୋଷ ପ୍ରକାଶକରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କିନ୍ତୁ ଗତ ସୋମବାର ଘସିପୁରା ବିଧାନସଭା କ୍ଷେତ୍ରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଏବେକାର ଭାଜପା ନେତା ପୃଥ୍ବୀରାଜ କୁଅଁରଙ୍କ ଅଭିଯୋଗ ପରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। କୁଅଁର କହିଛନ୍ତି, ଉକ୍ତ ଘଟଣାରେ ରାଜା ଚକ୍ରଙ୍କ ସହ ବିଧାୟକ ବଦ୍ରି ଅଛନ୍ତି। ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କଲେ ସବୁ କଥା ଧରାପଡ଼ିବ। ତେବେ ଏନେଇ ବିଧାୟକ ବଦ୍ରି କହିଛନ୍ତି, ରାଜା ଚକ୍ର ଗିରଫ ହେବାର କିଛି ଦିନ ଦିନ ବିତିଗଲା। କିନ୍ତୁ ପୃଥ୍ବୀରାଜ ଏତେଦିନ କେଉଁଠି ଶୋଇଥିଲେ। ଯେତେବେଳେ ଜିଲାର ତତ୍କାଳୀନ ଏସ୍‌ପି ଏବଂ ଜିଲାପାଳଙ୍କ ସମ୍ପୃକ୍ତିକୁ ନେଇ ମତ ଦେଲି, ତା’ପରେ ପୃଥ୍ବୀରାଜ ମୋ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି। ତେବେ ଏଥିରୁ ସ୍ପଷ୍ଟ ହୋଇଛି ଯେ, ପୃଥ୍ବୀରାଜ ଅନ୍ୟ ପ୍ରରୋଚନାରେ ପ୍ରଭାବିତ ହୋଇ ଲୋକଙ୍କ ନଜରରୁ ଘଟଣାକୁ ହଟାଇ ତତ୍କାଳୀନ ଏସ୍‌ପି ଏବଂ ଜିଲାପାଳଙ୍କ ସମର୍ଥନରେ ଅଣ୍ଟା ଭିଡ଼ିଛନ୍ତି। ଆନନ୍ଦପୁର ସିଭିଲ ସୋସାଇଟି ସମ୍ପାଦକ ଭଗବାନ ମଲିକ କହିଛନ୍ତି, ପୃଥ୍ବୀରାଜ ଘସିପୁରା ବିଧାନସଭା କ୍ଷେତ୍ରରେ ବଦ୍ରିଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ୱୀ l ସେ ପ୍ରାୟ କଥାରେ ବଦ୍ରିଙ୍କୁ ଟାର୍ଗେଟକରି ତାଙ୍କ ବିରୋଧରେ ଅଭିଯୋଗ ଆଣିବାର ଅନେକ ଉଦାହରଣ ପୂର୍ବରୁ ରହିଛି। ଏହା କିଛି ନୂଆ କଥା ନୁହେଁ। ତତ୍କାଳୀନ ଜିଲାପାଳ ଏବଂ ଏସ୍‌ପିଙ୍କୁ ବଦ୍ରି କାଠଗଡ଼ାରେ ଠିଆକରିବାକୁ ଉଦ୍ୟମ କରୁଥିବା ବେଳେ ପୃଥ୍ବୀରାଜଙ୍କ ଏପରି ବୟାନବାଜି ଗ୍ରହଣୀୟ ନୁହେଁ ବୋଲି ଭଗବାନ କହିଛନ୍ତି।
ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ପୂର୍ବ ବିଜେଡି ସରକାର ଏବଂ ପ୍ରଶାସନକୁ ଦୋଷ ଦେଇଛନ୍ତି। ସେ କହିଛନ୍ତି, ରାଜା ତତ୍କାଳୀନ ବିଜେଡି ସରକାର ଏବଂ ପ୍ରଶାସନର ସହାୟତାରେ ବହୁ କୋଟି ଟଙ୍କା ଦୁର୍ନୀତି କରିଛନ୍ତି। ଏଥିରେ ତତ୍କାଳୀନ ଜିଲା ଏସ୍‌ପି, ଜିଲାପାଳ, ଡିଆର୍‌ସିଏସ୍‌ ଏବଂ ବିଜେଡି ନେତାମାନେ ଦାୟୀ। ରାଧେ ରାଧେ, ଅଧେ ଅଧେ କରି କେନ୍ଦୁଝରକୁ ଲୁଟ୍‌ କରିଛନ୍ତି। ବିଧାୟକ ବଦ୍ରି ପ୍ରଥମେ ତତ୍କାଳୀନ ଜିଲା ଏସ୍‌ପି, ଜିଲାପାଳ ଏବଂ ଡିଆର୍‌ସିଏସ୍‌ଙ୍କ ସମ୍ପୃକ୍ତିକୁ ନେଇ ମତ ସାବ୍ୟସ୍ତ କରିଥିଲେ। ବିଜେଡି ସରକାର ସମୟରେ ବଦ୍ରିଙ୍କ ଉପରେ ଦଳୀୟ ଚାପ ଥାଇପାରେ କିମ୍ବା ଅନୁକୂଳ ପରିବେଶ ଏବଂ ପରିସ୍ଥିତି ବୋଧହୁଏ ନ ଥିଲା l ତେଣୁ ବଦ୍ରି ସେତେବେଳେ ଏହି ପ୍ରସଙ୍ଗ ଉଠାଇ ନ ଥିଲେ ବୋଲି ଆଲୋକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri