Posted inଖେଳ

ପାକିସ୍ତାନୀ ଖେଳାଳିଙ୍କ ଉପରେ ଲାଗିଲା ‘ବ୍ୟାନ୍‌’, ଚାମ୍ପିଅନ୍ସ ଟ୍ରଫି ହାରିବା ପରେ ଏହି ବଡ଼ ଲିଗ୍‌ରୁ…

ନୂଆଦିଲ୍ଲୀ,୧୩।୩: ଇଂଲଣ୍ଡର ଲିଗ ‘ହଣ୍ଡ୍ରେଡ ଡ୍ରାଫ୍ଟ’ରେ ଜଣେ ବି ପାକିସ୍ତାନୀ ଖେଳାଳି ବିକ୍ରି ହୋଇନାହାନ୍ତି। ଏହି ଲିଗ୍‌ ଲାଗି ୪୫ ଜଣ ଖେଳାଳି ସେମାନଙ୍କ ନାମ ଦେଇଥିଲେ। କିନ୍ତୁ ଗୋଟିଏ ବି ଦଳ ସେମାନଙ୍କ ଉପରେ ବାଜି ଲଗାଇ ନ ଥିଲେ। ବଡ଼ କଥା ହେଉଛି ମହିଳା ଦ ହଣ୍ଡ୍ରେଡ୍‌ ପ୍ରତିଯୋଗିତା ପାଇଁ ଡ୍ରାଫ୍ଟରେ ଥିବା ପାଞ୍ଚ ଜଣ ପାକିସ୍ତାନୀ ମହିଳା ଖେଳାଳିଙ୍କୁ ମଧ୍ୟ କୌଣସି କ୍ରେତା ମିଳିନାହିଁ। ନସିମ ଶାହ, ଶାଦାବ ଖାନ, ହାସନ ଅଲି, ଶାନ ମାସୁଦ, ସୈମ ଆୟୁବଙ୍କ ଭଳି ଖେଳାଳି ଦି ହଣ୍ଡ୍ରେଡ୍‌ ଖେଳିବାକୁ ଚାହୁଁଥିଲେ। କିନ୍ତୁ କେହି ସେମାନଙ୍କୁ କିଣି ନାହାନ୍ତି। ଏହି ଖବର ପାକିସ୍ତାନର କ୍ରିକେଟ ପ୍ରେମୀଙ୍କ ପାଇଁ ବହୁତ ନିରାଶାଜନକ ବୋଲି କୁହାଯାଉଛି।

‘ଦ ହଣ୍ଡ୍ରେଡ୍‌’ର ୨୦୨୫ ସିଜିନ ପାଇଁ ପ୍ଲେୟାର୍ସ ଡ୍ରାଫ୍ଟରେ କୌଣସି ପାକିସ୍ତାନୀ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ପୁରୁଷ ଡ୍ରାଫ୍ଟରେ ପାକିସ୍ତାନର ୪୫ ଜଣ ଖେଳାଳି ପଞ୍ଜିକରଣ କରିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କାହାକୁ ମଧ୍ୟ ଦଳଗୁଡ଼ିକ ଦ୍ୱାରା ଚୟନ କରାଯାଇ ନ ଥିଲା। ଏହି ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ, କାରଣ ଗତ ସିଜିନରେ ପାକିସ୍ତାନୀ ଖେଳାଳିମାନେ ’ଦି ହଣ୍ଡ୍ରେଡ’ରେ ଭଲ ପ୍ରଦର୍ଶନ କରିଥିଲେ। ଏହି ଲିଗରେ ଓସାମା ମିର, ହାରିସ ରଉଫ, ଇମାଦ ୱାସିମ ଏବଂ ଶାହିନ ଆଫ୍ରିଦିଙ୍କ ଭଳି ଖେଳାଳି ଖେଳିଥିଲେ।

ତେବେ ଚଳିତ ବର୍ଷ ‘ଦ ହଣ୍ଡ୍ରେଡ୍‌’ରେ ଗୋଟିଏ ବଡ଼ ପରିବର୍ତ୍ତନ ଦେଖାଯାଇଛି। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଫ୍ରାଞ୍ଚାଇଜଗୁଡ଼ିକରେ ବାହ୍ୟ ନିବେଶକୁ ଆମନ୍ତ୍ରଣ କରିଥିଲା ଏବଂ ବର୍ତ୍ତମାନ ଆଠଟି ଦଳ ମଧ୍ୟରୁ ଚାରିଟିର ମାଲିକ IPL ଟିମ୍‌ ଅଛନ୍ତି। ପ୍ରଶ୍ନ ହେଉଛି, କ’ଣ ଆଇପିଏଲ ଫ୍ରାଞ୍ଚାଇଜ ଯୋଗୁ ପାକିସ୍ତାନ କ୍ଷତି ସହିଛି? କହିବାକୁ ଗଲେ ୨୦୦୮ ମୁମ୍ବାଇ ଆକ୍ରମଣ ପରଠାରୁ ପାକିସ୍ତାନୀ ଖେଳାଳିମାନଙ୍କୁ IPLରେ ଖେଳିବାକୁ ଅନୁମତି ଦିଆଯାଇନାହିଁ । ଏଥର ଦ ହଣ୍ଡ୍ରେଡ୍‌ରେ ପାକିସ୍ତାନୀ ଖେଳାଳିଙ୍କ ହଠାତ ବାଦ୍‌ ପଡ଼ିବା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କିନ୍ତୁ ଏଠାରେ ବଡ଼ ପ୍ରଶ୍ନ ହେଉଛି ଯେ ଅନ୍ୟ ଚାରୋଟି ଦଳ, ଯାହା ଆଇପିଏଲ ଦଳଗୁଡ଼ିକର ମାଲିକାନା ନୁହେଁ, ସେମାନେ ମଧ୍ୟ ପାକିସ୍ତାନୀ ଖେଳାଳିଙ୍କୁ କାହିଁକି କିଣି ନାହାନ୍ତି?

ଦକ୍ଷିଣ ଆଫ୍ରିକାର SA୨୦ ଲିଗର ସମସ୍ତ ଛଅଟି ଦଳ ମଧ୍ୟ IPL ଫ୍ରାଞ୍ଚାଇଜିଗୁଡ଼ିକର ମାଲିକାନାରେ ଅଛି ଏବଂ ଏପର୍ଯ୍ୟନ୍ତ ଜଣେ ହେଲେ ପାକିସ୍ତାନୀ ଖେଳାଳି ଏହି ଲିଗରେ ସ୍ଥାନ ପାଇନାହାନ୍ତି। ’ଦି ହଣ୍ଡ୍ରେଡ’ରେ ଆଇପିଏଲର ନିବେଶ ପରେ, ପାକିସ୍ତାନୀ ଖେଳାଳିମାନଙ୍କ ଉପରେ ’ସଫ୍ଟ ବ୍ୟାନ୍‌’ ଲାଗୁ ହୋଇପାରେ ବୋଲି ଆଶଙ୍କା କରାଯାଇଥିଲା। ତଥାପି, ଇସିବି ଅଧ୍ୟକ୍ଷ ରିଚାର୍ଡ ଗୋଲ୍ଡ ଗତ ମାସରେ ସ୍ପଷ୍ଟ କରିଥିଲେ ଯେ ପାକିସ୍ତାନୀ ଖେଳାଳିଙ୍କ ଅଂଶଗ୍ରହଣ ପ୍ରଭାବିତ ହେବ ନାହିଁ। କିନ୍ତୁ ଡ୍ରାଫ୍ଟ ପରେ ଏବେ ପାକିସ୍ତାନୀ ପ୍ରଶଂସକମାନେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri