Posted inUncategorized

ଦିନେ ଯାହା ବଲ୍‌କୁ ଖେଳିବାକୁ ଡରୁଥିଲେ କୋହଲି, ଏବେ ସେ ରୋନାଲ୍ଡୋଙ୍କ ସହ କଲେ କୋହଲିଙ୍କ ତୁଳନା; ଚମକାଇଲା…

ନୂଆଦିଲ୍ଲୀ,୨୭।୨: କ୍ରିକେଟରେ ବିରାଟ କୋହଲିଙ୍କୁ ‘କିଙ୍ଗ୍‌’ ଆଖ୍ୟା ଦିଆଯାଇଛି। ସେ ଦିନିକିଆରେ ସର୍ବାଧିକ ଶତକ ଲଗାଇଥିବା ଖେଳାଳି। ଏହାଛଡ଼ା ଅନେକ ରେକର୍ଡ ତାଙ୍କ ନାମରେ ରହିଛି। କୌଣସି ବଡ଼ ଟୁର୍ନାମେଣ୍ଟରେ ଦଳର ଆବଶ୍ୟକତା ସମୟରେ ସେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଛନ୍ତି। ଏହି କାରଣରୁ କୋହଲି ଯାହା ବଲ୍‌କୁ ଖେଳିବାକୁ ଡରନ୍ତି, ସେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଏପରିକି ସେ କୋହଲିଙ୍କ ତୁଳନା ଲୋକପ୍ରିୟ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସହ କରିବା ସହ ପାକିସ୍ତାନରେ ସବୁଠାରୁ ବଡ଼ ରୋଲ୍‌ ମଡେଲ୍‌ ବୋଲି କହିଛନ୍ତି।

ଆମେ କହୁଛୁ ମହମ୍ମଦ ଆମିରଙ୍କ ବିଷୟରେ। ସେ କହିଛନ୍ତି, କୋହଲି କଠିନ ପରିଶ୍ରମ, ଅନୁଶାସନ ଏବଂ ପ୍ରଦର୍ଶନ ବଳରେ କେବଳ ଭାରତରେ ନୁହେଁ ବରଂ ସାରା ଦୁନିଆରେ ନାମ କମାଇଛନ୍ତି। ସେ ସବୁଥିରେ ଶ୍ରେଷ୍ଠ, ଏଥିଲାଗି ଯୁବ କ୍ରିକେଟରଙ୍କ ରୋଲ୍‌ ମଡେଲ। ଲୋକେ ରୋନାଲ୍ଡୋଙ୍କୁ କାହିଁକି ଭଲ ପାଆନ୍ତି? ମେସିଙ୍କୁ କାହିଁକି ପସନ୍ଦ କରନ୍ତି? ଯଦି ରୋନାଲ୍ଡୋଙ୍କ ବିଷୟରେ କହିବି ତେବେ ତାଙ୍କର ଜୀବନଚର୍ଯ୍ୟାକୁ ଦେଖନ୍ତୁ। ତାଙ୍କର ସମାଜସେବା, କାମ କରିବାର ଶୈଳୀ, ଫିଟନେସ୍‌ ଦେଖନ୍ତୁ। ସେ ପୁରା ପ୍ୟାକେଜ୍‌। ସେହିଭଳି କୋହଳି ମଧ୍ୟ ପୁରା ପ୍ୟାକେଜ୍‌। ସେ ପାକିସ୍ତାନରେ ମଧ୍ୟ ରୋଲ ମଡେଲ। କେଉଁ ଦେଶର ଖେଳାଳି ତାହା ଗୁରୁତ୍ୱ ରଖେନା, ଜଣେ ରୋଲ୍‌ ମଡେଲ୍‌ ଯେକୌଣସି ଦେଶର ହୋଇପାରେ। ଏହି ପୀଢ଼ି ଲାଗି କୋହଲି ଜଣେ ପ୍ରେରଣା।

କେବଳ ସେତିକି ନୁହେଁ ଆମିର କହିଛନ୍ତି, କୋହଲି ଏଭଳି ଜଣେ ଖେଳାଳି ଯାହାଙ୍କ ବୟସ ଗୁରୁତ୍ୱ ରଖେନା। ତାଙ୍କ କାମ କରିବାର ନିୟମ ତାଙ୍କ ଫର୍ମ ଆଧାରରେ ପରିବର୍ତ୍ତିତ ହୁଏ ନାହିଁ। ସେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ପୂର୍ବରୁ ୯୦ ମିନିଟ୍‌ ଆଗୁଆ ଅଭ୍ୟାସ ଲାଗି ଆସିଥିଲେ। ଯିଏ ବି କ୍ରିକେଟର ହେବାକୁ ଚାହୁଁଛନ୍ତି, ବ୍ୟାଟିଂ କରିବାକୁ ଇଚ୍ଛୁକ ସେ କୋହଲିଙ୍କଠାରୁ ଶିଖିବା ଉଚିତ।

କହିରଖୁଛୁ, ଏକଦା ବିରାଟ ଏକ ସାକ୍ଷାତକାରରେ କହିଥିଲେ ଯେ ଅନ୍ତର୍ଜାତୀୟ କ୍ରିକେଟରେ ଆମିରଙ୍କୁ ସାମ୍ନା କରିବା କଷ୍ଟକର ବୋଲି କହିଥିଲେ। ହେଲେ ଏବେ ସେ ନିଜେ କୋହଲିଙ୍କ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଞ୍ଚଳ ପାଇଁ ଗୌରବ ଆଣିଲେ କଳାହାଣ୍ଡି ଛାତ୍ର ଟେକ: ଖେଳିଗଲା ଖୁସିର ଲହରୀ

କର୍ଲାମୁଣ୍ଡା, ୧୯।୧୨ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲାସ୍ଥିତ ଅମର ଡିଗ୍ରୀ କଲେଜର ଛାତ୍ର ଟେକ ବଗର୍ତ୍ତୀ ଆସନ୍ତା ଜାନୁଆରୀ ୨୬ରେ ନୂଆଦିଲ୍ଲୀ...

ଉସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ହିଂସା, ଢାକା ସମେତ ଅନେକ ସହରରେ ହଙ୍ଗାମା

ନୂଆଦିଲ୍ଲୀ,୧୯ା୧୨: ବାଂଲାଦେଶରେ ଜୁଲାଇ ବିଦ୍ରୋହର ଜଣେ ପ୍ରମୁଖ ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦି ଛଅ ଦିନ ଧରି ଜୀବନ ସହିତ...

ଚାଷୀଙ୍କ ଚେତାବନୀ: ୨୦ ସୁଦ୍ଧା ସମସ୍ତ ଟୋକନ ନ ଆସିଲେ ଆନ୍ଦୋଳନ ତୀବ୍ରତର

ଅତାବିରା/ଗୋଡ଼ଭଗା , ୧୯ା୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାସ):ଧାନର ଅଭାବୀ ବିକ୍ରି ସହ ୪ ଦଫା ଦାବି ନେଇ ରାଜ୍ୟ କୃଷକ ସଂଗଠନ ଗତ ୯ ତାରିଖ ଏନ୍‌ଏଚ୍‌...

ମଣ୍ଡିରୁ ଉଠୁନି ଧାନ, ଚାଷୀ ଅସନ୍ତୋଷ: ଦିନ ରାତି ଜଗି ବସିଛନ୍ତି ଚାଷୀ

ଅତାବିରା, ୧୯ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଗତ ମାସ ୨୮ ତାରିଖରୁ ମଣ୍ଡି ଖୋଲିଥିବା ବେଳେ ବର୍ତ୍ତମାନ ମଧ୍ୟ ଧାନ କିଣା ବିକା ସ୍ବାଭାବିକ ହୋଇପାରି ନାହିଁ...

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri