‘ଆମ ଓଡିଶା, ଆମ ଗାଁ ବିକାଶ’ ଉପରେ ଗୁରୁତ୍ୱ: ବିଭାଗୀୟ କର୍ମଚାରୀଙ୍କୁ ତାଗିଦ

ଥୁଆମୂଳ ରାମପୁର,୨୬।୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ସଭାଗୃହ ଠାରେ ଦ୍ବିମାସିକ ପଞ୍ଚାୟତ ସମିତି ବୈଠକ ବ୍ଳକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁଚରଣ ମୁଦୁଲି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏମ୍‌ପି ବ୍ଳକ ପ୍ରତିନିଧି ପବିତ୍ର ନାଏକ, ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ବ୍ଳକ ଶିକ୍ଷା ଅଧିକାରୀ ପ୍ରଭାତୀ ନଳିନୀ ଠାକୁର, ଜୋନ ନଂ ୧ ଜିଲ୍ଲା ପରିଷଦ ସଦସ୍ୟ ଟୁନି ଖୋସଲା, ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ, ଜଳ ଓ ପରିମଳ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମନ୍ମଥ ମୁର୍ମୁ, କନିଷ୍ଠ ଯନ୍ତ୍ରୀ ସାଗରିକା ଗୌଡ଼, ଯନ୍ତ୍ରୀ ମଳୟ ଶତପଥୀ, ଯନ୍ତ୍ରୀ ସତ୍ୟନାରାୟଣ ବେହେରା, ଯନ୍ତ୍ରୀ ପ୍ରତାପ ସାହୁ, ଯନ୍ତ୍ରୀ ସେମ୍ଭୁ ପ୍ରସାଦ କେଙ୍ଗୁଆ,ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଅମିତ୍ ନାୟକ, ଅତିରିକ୍ତ ତହସିଲଦାର ପ୍ରମୁଖ ଯୋଗଦେଇଥିଲେ। ଏଥିରେ ଅଳ୍ପ କିଛି ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀ, ସମସ୍ତ ସରପଞ୍ଚ, ସମସ୍ତ ସମିତି ସଭ୍ୟାସଭ୍ୟ ଓ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ, ଜେଇ, ସମେତ ରୋଜଗାର ସେବକ, ଏଡିଓ ଉପସ୍ଥିତ ରହିଥିଲେ।
ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କ ଆମ ଓଡିଶା ଆମ ଗାଁ ବିକାଶ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ତେବେ ଏଥିରେ ବ୍ଳକର ଜଙ୍ଗଲ ବିଭାଗ ଓ ଓ୍ବାଟରସେଟ ବିଭାଗରେ ଅଧିକ ଅନିୟମିତ ହେଉଥିବା ଘଟଣାକୁ ନେଇ ବିଭାଗୀୟ କର୍ମଚାରୀମାନଙ୍କୁ ଏମ୍‌ପିଙ୍କ ପ୍ରତିନିଧି ତାଗିତ୍‌ କରିଥିଲେ। ଓଡିଶା ସରକାରଙ୍କ ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଯାହାକି ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ସଫଳତା ଶୀର୍ଷରେ ପହଞ୍ଚିବା ପାଇଁ ହେଲେ ବିଭିନ୍ନ ବିଭାଗର କର୍ମଚାରୀମାନେ ନିଜ ନିଜ କର୍ତ୍ତବ୍ୟକୁ ଉଚିତ୍‌ ଭାବରେ ସମ୍ପାଦନ କରିବାକୁ ପଡିବ। ଲୋକଙ୍କ ପାଖକୁ ସରକାରଙ୍କ ବିଭାଗ ଯୋଜନା ଠିକ ସମୟରେ ପହଞ୍ଚିବାର ଆବଶ୍ୟକତା ରହିଛି। ଯେମିତି କି ସରାକାରୀ ଯୋଜନା ଲୋକଙ୍କ ପାଖକୁ ଠିକ ଭାବରେ ପହଞ୍ଚିଲେ ସେମାନେ ଉପକୃତ ହେଲେ ହିଁ ସରକାରଙ୍କ ଏହି ଉଦ୍ଦେଶ୍ୟ ନିଶ୍ଚୟ ପୂରଣ ହେବ। କର୍ଲାପାଟ ସରପଞ୍ଚ ବିଶ୍ବନାଥ ମାଝୀ ବ୍ଳକରେ ଥିବା କିଛି ବିଭାଗରେ କର୍ମଚାରୀମାନଙ୍କ ମନମୁତାବକ କାର୍ଯ୍ୟ କରୁଛନ୍ତି, ଏହାଛଡା ସ୍ଥାନୀୟ ଜନପ୍ରତିନିଧି ମାନଙ୍କୁ ଖାତିର କରୁ ନ ଥିବା ଘଟଣା ବୈଠକରେ ଶ୍ରୀ ମାଝୀ ପ୍ରକାଶ କରିଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ, କିଛି ବିଭାଗର କର୍ମଚାରୀମାନେ ସମିତି ବୈଠକ ଭଳି ଦିନରେ ଅନୁପସ୍ଥିତ ରହିବା ଏହା ଏକ ସମ୍ବେଦନଶୀଳ ବିଷୟ ପାଲଟିଛି। ଏଥିରୁ ସହଜରେ ଅନୁମାନ କରାଯାଇପାରେ ଯେ, ବ୍ଳକର ହିତାଧିକାରୀଙ୍କୁ କେଉଁଭଳି ଭାବରେ କର୍ମଚାରୀମାନେ ସେବା ଯୋଗାଇବାରେ ସହାୟକ ହେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୈଠକକୁ ଅତିରିକ୍ତ ଜିପିଓ ତ୍ରିଲୋଚନ ନାୟକ ପରିଚାଳନା କରିଥିବା ବେଳେ ବ୍ଳକର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri