ଯୁବ ଉଦ୍ୟୋଗୀଙ୍କ ପାଇଁ ଅର୍ଥ ଉପାର୍ଜନର ସୁଯୋଗ: ପ୍ରଥମଥର ପାଇଁ ଦାରିଙ୍ଗବାଡିରେ ପୁଞ୍ଜି ବିନିଯୋଗ କର୍ମଶାଳା

ଦାରିଙ୍ଗବାଡି, ୨୬।୨(ଅରୁଣ ସାହୁ): ଛୋଟ ବଡ଼ ଉଦ୍ୟୋଗୀଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ଅର୍ଥ ଉପାର୍ଜନର ସୁଯୋଗ। ଏବେ କନ୍ଧମାଳ ଜିଲାବାସୀଙ୍କ ପାଇଁ ଆସିଯାଇଛି ଏଭଳି ସୁଯୋଗ। ପ୍ରଥମଥର ପାଇଁ ଦାରିଙ୍ଗବାଡିର ଇକୋ ରିଟ୍ରିଟରେ ଦୁଇ ଦିନିଆ ଇନଭେଷ୍ଟ କନ୍ଧମାଳ-୨୦୨୫ କାର୍ଯ୍ୟକ୍ରମ ହେବାକୁ ଯାଉଛି।
ଗୁରୁବାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଶୁକ୍ରବାର ଉଦଯାପନୀ ହେବ। କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ପରିଚାଳନା କରିବାକୁ ରହିଥିବାବେଳେ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦାନ କରିବେ। ଏଥିସହ ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲାର ଫୁଲବାଣୀ, ବାଲିଗୁଡା ଏବଂ ଜି. ଉଦୟଗିରି ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଅର୍ଥ ନିବେଶକାରୀଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଜିଲାର ବିଭିନ୍ନ ବ୍ଲକର ପ୍ରଶାସନିକ ଅଧିକାରୀ, ଜିଲା ଅଧିକାରୀ ଜିଲା ଶିଳ୍ପ କେନ୍ଦ୍ରର ଅଧିକାରୀମାନେ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମକୁ କିଭଳି ସୁଚାରୁରୂପେ କରାଯାଇପାରିବ ସେ ନେଇ ବାଲିଗୁଡା ଉପଜିଲାପାଳ ଡ଼ଃ ରୀନା ପ୍ରଧାନ,ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ପ୍ରମୁଖ ଏହାର ପରିଚାଳନା କରୁଛନ୍ତି।
ଏହି ଦୁଇ ଦିନିଆ କର୍ମଶାଳାରେ ପୁଞ୍ଜିପତି, ଉଦ୍ୟୋଗପତି ଠିକାଦାର ସଂସ୍ଥା, ବ୍ୟବସାୟିକ ଅନୁଷ୍ଠାନର ମୁଖିଆମାନେ ଯୋଗଦାନ କରିବେ। ମୁଖ୍ୟତଃ ଏହି କର୍ମଶାଳାରେ ଜିଲା ସମେତ ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରରେ ବିନିଯୋଗର ସୁଯୋଗ ସରକାରୀ-ଶିଳ୍ପ ସଂଳାପ, ବିଭିନ୍ନ କ୍ଷେତ୍ରରେ ଆତିଥ୍ୟ ବ୍ୟବସ୍ଥା ବିଭିନ୍ନ ବ୍ୟବସାୟିକ କ୍ଷେତ୍ରରେ ହିତାଧିକାରୀ ନେଟୱାର୍କିଂ ସୁଯୋଗ,ଏଗ୍ରୋ-ଟୁରିଜିମ ରେ ଅର୍ଥ ବିନିଯୋଗ ଓ ଏହାର ଫାଇଦା,ବିନିଯୋଗ ଜୋନ ଟୁର୍‌ ଏବଂ କନ୍ଧମାଳରେ ଅମଳ ହେଉଥିବା ବିଭିନ୍ନ ସାମଗ୍ରୀ ତଥା ହଳଦୀ, ତେନ୍ତୁଳି, ଷ୍ଟ୍ରବେରୀ,କଫି,ମାଣ୍ଡିଆ, ଆମ୍ବ, ଲିଚୁ, ପଣସ ଆଦିରୁ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରଗୁଡିକରେ କିଭଳି ଅର୍ଥ ବିନିଯୋଗ କରି ଅର୍ଥ ଉପାର୍ଜନ କରିବେ ସେନେଇ ଆଲୋଚନା କରାଯିବ। ଖବର ଲେଖିବା ସୁଦ୍ଧା ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୭୫ ଜଣ ଏବେ ସୁଦ୍ଧା ଅର୍ଥ ବିନିଯୋଗକାରୀ ଆସିବାକୁ ପ୍ରତିଶ୍ରୁତି ଦେଇସାରିଥିବା ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri